
ଯାଜପୁର (ଗୁଲାମ ଗସ୍): ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ନାବାଳିକା ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିବା ଜଣାପଡ଼ିଛି। ଉଭୟ ନବଜାତ ଶିଶୁକନ୍ୟା ଓ ମାଆକୁ ଯାଜପୁର ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। କିଛିମାସ ତଳେ ନାବାଳିକଙ୍କୁ ଦୁଷ୍କର୍ମ କରାଯାଇଥିଲା। ଏନେଇ କଳିଙ୍ଗନଗର ଥାନାରେ ଏତଲା ହୋଇଥିଲେ ବି ପୁଲିସ୍ ଏପର୍ଯ୍ୟନ୍ତ ଅଭିଯୁକ୍ତକୁ ଧରିବାକୁ ସକ୍ଷମ ହୋଇନାହିଁ।
ଅଭିଯୁକ୍ତକୁ ଧରିବାକୁ ସବୁ ପ୍ରକାର ପ୍ରୟାସ ଚାଲିଛି। ଦୁଷ୍କର୍ମକାରୀକୁ ପୁଲିସ ଛାଡ଼ିବ ନାହିଁ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅକ୍ଷୟ କୁମାର ଦାସ କହିଛନ୍ତି।
from Odisha Reporter http://bit.ly/2RBiMS9
No comments:
Post a Comment