ରାହୁଲଙ୍କ ସର୍ବନିମ୍ନ ଆୟ ପ୍ରତିଶ୍ରୁତିକୁ ମାୟାବତୀଙ୍କ ତାଚ୍ଛଲ୍ୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ରାହୁଲଙ୍କ ସର୍ବନିମ୍ନ ଆୟ ପ୍ରତିଶ୍ରୁତିକୁ ମାୟାବତୀଙ୍କ ତାଚ୍ଛଲ୍ୟ

ଲକ୍ଷ୍ନୌ: କଂଗ୍ରେସ କ୍ଷମତାକୁ ଆସିଲେ ଦେଶର ସବୁ ଗରିବଙ୍କୁ ସର୍ବନିମ୍ନ ଆୟ ଦିଆଯିବ ବୋଲି ରାହୁଲ ଗାନ୍ଧି ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ଆଜି ବିଏସ୍‌ପି ମୁଖ୍ୟ ମାୟାବତୀ କାଉଣ୍ଟର କରିଛନ୍ତି। ସେ ଏଭଳି ପ୍ରତିଶ୍ରୁତି କେବଳ ଏକ ନିଷ୍ଠୁର ପରିହାସ ବୋଲି କହିଛନ୍ତି। ‘ଗରିବୀ ହଟାଓ’ ଓ ‘ଅଚ୍ଛେଦିନ’ ଭଳି ଏହା ଆଉ ଏକ ମିଛ ପ୍ରତିଶ୍ରୁତିର ବାଣ ବୋଲି ମାୟାବତୀ କହିଛନ୍ତି।

ଉତ୍ତର ପ୍ରଦେଶ ମହାମେଣ୍ଟରୁ ବିଏସ୍‌ପି ଓ ସପା ରାହୁଲ ଗାନ୍ଧିଙ୍କ କଂଗ୍ରେସକୁ ବାଦ୍‌ ଦେବା ପରେ ପ୍ରଥମଥର ମାୟାବତୀ ଏଭଳି କଡ଼ା ବୟାନ ଦେଇଛନ୍ତି। ରାହୁଲ ଗାନ୍ଧିଙ୍କୁ ପରାମର୍ଶ ଦେଇ ମାୟାବତୀ କହିଛନ୍ତି,“ କଂଗ୍ରେସ ଅଧ୍ୟକ୍ଷ ପ୍ରଥମେ ଦଳ ଶାସନ କରୁଥିବା ରାଜ୍ୟରେ ଗରିବୀ ଦୂରୀକରଣ ଓ ଜନକଲ୍ୟାଣମୂଳକ ଯୋଜନା ଲାଗୁ କରିବା ଦରକାର।

ବିଶେଷ କରି ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଜନକଲ୍ୟାଣମୂଳକ ଯୋଜନା ଲାଗୁ କରାଯାଉ। ଯଦି ଏହି ସବୁ ରାଜ୍ୟରେ କଂଗ୍ରେସ ଠିକ୍‌ ଭାବେ ଯୋଜନା କାର୍ଯ୍ୟକାରୀ କରିପାରିଲା, ତା’ହେଲେ ସାରା ଦେଶରେ ଦଳ ଏହି ଯୋଜନାକୁ ଲାଗୁ କରିପାରିବ ବୋଲି ଲୋକଙ୍କ ବିଶ୍ୱାସ ହେବ।

ଲୋକସଭା ନିର୍ବାଚନ ପୂର୍ବରୁ ସାରା ଦେଶର ଗରିବଙ୍କୁ ସର୍ବନିମ୍ନ ଆୟର ପ୍ରତିଶ୍ରୁତି ଲୋକଙ୍କୁ ଆଶ୍ଚର୍ଯ୍ୟ କରିଥିବା ବେଳେ ସେମାନଙ୍କ ମନରେ ସନ୍ଦେହ ମଧ୍ୟ ସୃଷ୍ଟି କରିଛି। ପୂର୍ବରୁ କଂଗ୍ରେସ ଗରିବୀ ହଟାଓ ଓ ବିଜେପିର ଅଚ୍ଛେଦିନ ପରି ଏଭଳି ପ୍ରତିଶ୍ରୁତି ହେଉଛି ଆଉ ଏକ ନିଷ୍ଠୁର ପରିହାସ।”



from Odisha Reporter http://bit.ly/2RXmYvo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages