ନାଗରକିତ୍ୱ ବିଲ୍‌କୁ ୧୦ ଉତ୍ତର ପୂର୍ବ ଦଳ ସମେତ ଜେଡିୟୁର ବିରୋଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 29, 2019

ନାଗରକିତ୍ୱ ବିଲ୍‌କୁ ୧୦ ଉତ୍ତର ପୂର୍ବ ଦଳ ସମେତ ଜେଡିୟୁର ବିରୋଧ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ର ସରକାର ଆଣିଥିବା ନାଗରିକତ୍ୱ ସଂଶୋଧନ ବିଲ୍‌ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇ ଉଭା ହୋଇଛି। କେନ୍ଦ୍ର ସରକାର ଏହି ବିଲ୍‌କୁ ଲାଗୁ କରିବାକୁ ଚାହୁଁଥିବା ବେଳେ ଦିନକୁ ଦିନ ଏହା ପ୍ରତି ବିରୋଧ ବଢ଼ିବାରେ ଲାଗିଛି।

ଆଜି ଏହି ବିଲ୍‌ ବିରୋଧରେ ୧୦ଟି ଉତ୍ତର ପୂର୍ବ ଭାରତର ରାଜନୀତିକ ଦଳ ଓ ବିଜେପିର ବିହାର ସହଯୋଗୀ ଜେଡିୟୁ ଏକାଠି ହୋଇଛନ୍ତି। ଏମାନେ ସମସ୍ତେ ଏହି ବିଲ୍‌କୁ ବିରୋଧ କରିବେ ବୋଲି ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି।

ଆଜି ଶ୍ରୀ ସାଙ୍ଗମା ଓ ଏଜିପି ସଭାପତି ଅତୁଲ ଭୋରା ଅନ୍ୟ ଦଳମାନଙ୍କୁ ନେଇ ଏକ ବୈଠକ ଡାକିଥିଲେ। ଏହି ବୈଠକରେ ନାଗରିକତ୍ୱ ବିଲ୍‌କୁ ବିରୋଧ କରାଯିବାକୁ ନିଷ୍ପତ୍ତି ହୋଇଛି। ବୈଠକରେ ପରେ ସାଙ୍ଗମା କହିଛନ୍ତି, “ଏହି ବୈଠକ କୌଣସି ରାଜନୀତିକ ଉଦ୍ଦେଶ୍ୟ ରଖି କରାଯାଇ ନଥିଲା।

ନାଗରିକତ୍ୱ ବିଲ୍‌କୁ ବିରୋଧ କରୁଥିବା ଦଳଙ୍କୁ ନେଇ ବୈଠକ ହୋଇଥିଲା। ଉତ୍ତର ପୂର୍ବ ଭାରତର ଅଧିକାଂଶ ରାଜନୀତିକ ଦଳ ଏହି ବିଲ୍‌କୁ ନିଜ ନିଜ ରାଜ୍ୟରେ ବିରୋଧ କରୁଛନ୍ତି। ତେଣୁ ସେମାନଙ୍କୁ ଏକାଠି କରି ଆମେ ବୈଠକ ଡାକିଥିଲୁ। ଏହି ପ୍ରଦେଶର ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଏହି ବିଲ୍‌କୁ ବିରୋଧ କରାଯିବାକୁ ନିଷ୍ପତ୍ତି ହୋଇଛି।”

ଏହି ବୈଠକରେ ସାମିଲ ଥିବା ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମାଥାଙ୍ଗା ମଧ୍ୟ ସର୍ବସମ୍ମତିକ୍ରମେ ବିଲ୍‌କୁ ବିରୋଧ କରାଯିବାକୁ ନିଷ୍ପତ୍ତି ହୋଇଥିବା କହିଛନ୍ତି।

ଏହି ବିଲ୍‌କୁ ମିଜୋ ନ୍ୟାଶନାଲ ଫ୍ରଣ୍ଟ(ଏମ୍‌ଏନ୍‌ଏଫ୍‌), ୟୁଡିପି, ଏଜିପି, ଏନ୍‌ପିଏଫ୍‌, ଏନ୍‌ପିପି, ଏନ୍‌ଡିପିପି, ଏଚ୍‌ଏସ୍‌ପିଡିପି, ପିଡିଏଫ୍‌,ଆଇପିଏଫ୍‌ଟି ଓ ଜେଡିୟୁ ଭଳି ଦଳ ବିରୋଧ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଧାର୍ମିକ ନିର୍ଯାତନା ସହି ନପାରି ୨୦୧୪ ଡିସେମ୍ବର ୩୧ ମଧ୍ୟରେ ପାକିସ୍ତାନ, ବାଂଲାଦେଶ ଓ ଆଫ୍‌ଗାନିସ୍ତାନରୁ ଭାରତକୁ ଚାଲି ଆସିଥିବା ହିନ୍ଦୁ, ଶିଖ୍‌,ବୌଦ୍ଧ, ଜୈନ, ପାର୍ସି ଓ ଖ୍ରୀଷ୍ଟିୟାନ୍‌ ସଂପ୍ରଦାୟଙ୍କୁ ନୂଆଦିଲ୍ଲୀ ପକ୍ଷରୁ ନାଗରିକତ୍ୱ ପ୍ରଦାନ ପାଇଁ ଏହି ବିଲ୍‌ କେନ୍ଦ୍ର ସରକାର ଆଣିଛନ୍ତି।



from Odisha Reporter http://bit.ly/2Uo01hV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages