କୋଟିଆବାସୀଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର-ଓଡ଼ିଶା ପୋଷ୍ଟର ୱାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

କୋଟିଆବାସୀଙ୍କୁ ଆକୃଷ୍ଟ କରିବା ଲାଗି ଆନ୍ଧ୍ର-ଓଡ଼ିଶା ପୋଷ୍ଟର ୱାର

କୋରାପୁଟ (ଓଡ଼ିଶା ରିପୋର୍ଟର): ସୀମାନ୍ତବର୍ତ୍ତୀ କୋଟିଆ ଗାଁକୁ କଳେବଳେ କୌଶଳେ ହାତେଇବାକୁ ଚେଷ୍ଟା କରୁଛି ଆନ୍ଧ୍ରପ୍ରଦେଶ। କେତେବେଳେ ସରକାରୀ ଯୋଜନା ଲୋଭ ଦେଖାଇ ତ ଆଉ କେତେବେଳେ ସହାୟତାର ହାତ ବଢ଼ାଇ କୋଟିଆ ଦଖଲ ଲାଗି ଆନ୍ଧ୍ର ଉଦ୍ୟମ ଜାରି ରଖିଛି। ଏଭଳି ସ୍ଥିତିରେ ରାଜ୍ୟ ସରକାର କେବଳ ସରକାରୀ ଯୋଜନାର ଓଡ଼ିଆ ପୋଷ୍ଟର ମାରି ଚୁପ୍ ବସିଛନ୍ତି।

ସୀମାନ୍ତବର୍ତ୍ତୀ କୋଟିଆ ଅଞ୍ଚଳରେ ଛାଇଯାଇଛି ଓଡ଼ିଶା ସରକାରଙ୍କ ‘କାଳିଆ ଯୋଜନା’ର ପୋଷ୍ଟର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ସହ ଯୋଜନାର ଉଦ୍ଦେଶ୍ୟ ସମ୍ପର୍କରେ ଓଡ଼ିଆରେ ସେଥିରେ ବାର୍ତ୍ତା ଦିଆଯାଇଛି। ଓଡ଼ିଶା ପରି ଆନ୍ଧ୍ର ସରକାର ମଧ୍ୟ ପୋଷ୍ଟର ମାରିଛନ୍ତି। ଉକ୍ତ ପୋଷ୍ଟରରେ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ତେଲୁଗୁ ଭାଷାରେ ଉଲ୍ଲେଖ କରାଯାଉଛି।

ସେହିପରି ଅଉ ଏକ ବିବାଦୀୟ ଗାଁ ହେଉଛି ନାରେଡିବାଲାସାର। ଏଠାରେ ଓଡ଼ିଆ ଓ ତେଲୁଗୁ ଭାଷାରେ ମଧ୍ୟ ପୋଷ୍ଟର ଲାଗିଛି। ଏହି ପୋଷ୍ଟର ତଳେ ଆନ୍ଧ୍ର ସରକାରଙ୍କ ଜନ୍ମଭୂମି କାର୍ଯ୍ୟକ୍ରମ ଜରିଆରେ ବଣ୍ଟାଯାଉଛି ସରକାରୀ ଭତ୍ତା ସହ ରାସନ କାର୍ଡ, ଚାଉଳ, ଡାଲି, ତେଲ ଓ ଅନ୍ୟାନ୍ୟ ସାମଗ୍ରୀ। ଏପରିକି ଆଧାର କାର୍ଡ ତିଆରି ସହ ମାଗଣା ସ୍ୱାସ୍ଥ୍ୟ ଶିବିର ମଧ୍ୟ କରାଯାଉଛି।

କେବଳ ନାରେଡିବାଲାସା ନୁହେଁ, କୋଟିଆ ପଞ୍ଚାୟତର ଅନେକ ଗାଁରେ ଏବେ ଦେଖିବାକୁ ମିଳିଛି ଏଭଳି ପୋଷ୍ଟର ୱାର। ‘କାଳିଆ ଯୋଜନା’ ଆରମ୍ଭ ହେବା ପରଠୁ ରାଜ୍ୟ ସରକାରଙ୍କ ପକ୍ଷରୁ ହିତାଧିକାରୀ ଚୟନ ସହ ପୋଷ୍ଟର ମରାଯାଉଛି। ଆଉ ଏହାକୁ ଦେଖି ଆନ୍ଧ୍ର ସରକାର ମଧ୍ୟ ତତ୍ପରତା ପ୍ରକାଶ କରିବା ସହ କୋଟିଆ ପଞ୍ଚାୟତର ୨୧ଟି ଗାଁ ଓ ସାତଟି ପଡ଼ାରେ ବିଭିନ୍ନ ସାମଗ୍ରୀ ବଣ୍ଟନ କରାଯାଇଛି।

ତେବେ ‘କାଳିଆ ଯୋଜନା’ର ସୁବିଧା କେବେ ମିଳିବ ତାହା ତ ଦୂରର କଥା। ହେଲେ ପୋଷ୍ଟର ଗୁଡ଼ିକ ଓଡ଼ିଆ ଭାଷାରେ ଲେଖାହୋଇ ଥିବାରୁ ସ୍ଥାନୀୟ ଲୋକେ ବୁଝିପାରୁ ନାହାନ୍ତି। ଏନେଇ ରାଜ୍ୟ ସରକାର କିମ୍ବା ଜିଲ୍ଲା ପ୍ରଶାସନର ପ୍ରତିକ୍ରିୟା ମିଳିପାରିନଥିବା ବେଳେ ଆନ୍ଧ୍ରର କାର୍ଯ୍ୟକ୍ରମ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନଥିବା ପୂର୍ବରୁ କହିଥିଲେ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ।

କୋଟିଆ ଅଞ୍ଚଳର ଲୋକଙ୍କ ମନ ଜିଣିବା ପାଇଁ ପ୍ରତିବର୍ଷ ଜାନୁୟାରୀ ୨ରୁ ୧୦ ତାରିଖ ପର୍ଯ୍ୟନ୍ତ ଆନ୍ଧ୍ରପ୍ରଦେଶ ପକ୍ଷରୁ ଜନ୍ମଭୂମି କାର୍ଯ୍ୟକ୍ରମ କରାଯାଉଥିବା ବେଳେ ରାଜ୍ୟ ସରକାରଙ୍କ କାହିଁକି ତତ୍ପର ହେଉନାହାନ୍ତି ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।



from Odisha Reporter http://bit.ly/2RiNZcD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages