୨୦୧୯ ନିର୍ବାଚନ ପାଇଁ ଜାତୀୟ ଦଳର ଫୋକସରେ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

୨୦୧୯ ନିର୍ବାଚନ ପାଇଁ ଜାତୀୟ ଦଳର ଫୋକସରେ ଓଡ଼ିଶା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେପି ଓ କଂଗ୍ରେସ ଜାତୀୟ ନେତୃତ୍ୱ ଫୋକସରେ ଏବେ ଓଡ଼ିଶା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ସଭାପତି ଅମିତ୍ ଶାହ ଏବଂ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରୁ ଏଭଳି ଆଭାସ ମିଳିଛି। ତା’ସହିତ ୨୦୧୯ ସାଧାରଣ ନିର୍ବାଚନ ବିଜେଡି ସଭାପତି ତଥା ନବୀନ ପଟ୍ଟନାୟକଙ୍କ ପାଇଁ ସହଜ ହେବ ନାହିଁ ବୋଲି ଆକଳନ ହେଉଛି।

ରାଜ୍ୟରେ ୧୯ବର୍ଷ ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାର ପ୍ରତି ବଢ଼ୁଥିବା ଜନଆକ୍ରୋଶରୁ ଫାଇଦା ନେବା ପାଇଁ ଏବେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପୂରା ଦମରେ ଲାଗିପଡ଼ିଛନ୍ତି। ବିଭିନ୍ନ ଲୋକପ୍ରିୟ ଯୋଜନା ମାଧ୍ୟମରେ ନବୀନ ପଟ୍ଟନାୟକ ସରକାର ନିଜ ପ୍ରତି ଥିବା ଆକ୍ରୋଶକୁ ପ୍ରଶମିତ କରିବାରେ ଲାଗିଥିବାବେଳେ ଦୁଇ ଜାତୀୟ ଦଳର କେନ୍ଦ୍ରୀୟ ନେତୃତ୍ୱଙ୍କ ଓଡ଼ିଶା ପ୍ରତି ଫୋକସ ୨୦୧୯ ସାଧାରଣ ନିର୍ବାଚନ ମଇଦାନକୁ ସରଗରମ କରିବ। ତା’ଛଡ଼ା ବିଜେଡି ତା’ ଜନ୍ମପରଠୁ ଲଢ଼ିଥିବା ସମସ୍ତ ନିର୍ବାଚନଠୁ ଦଳ ପାଇଁ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସକ ମଧ୍ୟରେ ୨ଥର ଓଡ଼ିଶା ଗସ୍ତ ଓ ଆସନ୍ତା ମାସକ ମଧ୍ୟରେ ଆଉ ୨ଥର ଗସ୍ତ କାର୍ଯ୍ୟକ୍ରମ ଥିବାବେଳେ ଅମିତ୍ ଶାହଙ୍କ ଗସ୍ତ ଏବଂ ଏବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ପ୍ରସ୍ତାବିତ ମାରାଥନ୍ ଓଡ଼ିଶା ଗସ୍ତ ହିଁ ନବୀନଙ୍କ ଭୋଟ୍ ବ୍ୟାଙ୍କରେ ଛିଦ୍ର ସୃଷ୍ଟି କରିବାରେ ସକ୍ଷମ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।

ସୂଚନା ଅନୁସାରେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଚଳିତମାସ ୨୫ତାରିଖ ଏବଂ ଫେବୃୟାରୀ ୫ ଓ ୨୭ତାରିଖରେ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ୨୫ତାରିଖ ଓଡ଼ିଶା ଗସ୍ତରେ ଆସି ରାହୁଲ ପାରାଦୀପରେ ଏକ ବିଶାଳ କର୍ମୀ ସମାବେଶକୁ ଉଦବୋଧନ ଦେବେ। ଏଥିପାଇଁ ପ୍ରସ୍ତୁତି ଏବେଠୁ ଆରମ୍ଭ ହୋଇଗଲାଣି। ଉପକୂଳ ଓଡ଼ିଶାକୁ ରାହୁଲଙ୍କ ଏହି ଗସ୍ତବେଳେ ବିଜେପି ଓ ବିଜେଡି ଛାଡ଼ିଥିବା କିଛି ବରିଷ୍ଠ ନେତା କଂଗ୍ରେସରେ ସାମିଲ ହେବାର ସମ୍ଭାବନା ରହିଛି।

ସେହିପରି ପ୍ରଧାନମନ୍ତ୍ରୀ ମୋଦି ଚଳିତମାସ ୧୫ତାରିଖରେ ବଲାଙ୍ଗିର ଗସ୍ତରେ ଆସିବାକୁ ଥିବାବେଳେ ଫେବୃୟାରୀ ୨ ତାରିଖରେ ପୁଣିଥରେ ଓଡ଼ିଶା ଆସିପାରନ୍ତି। ଚଳିତମାସ ୧୮ତାରିଖରେ ଅମିତ୍ ଶାହ କଟକ ଜିଲ୍ଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିବାବେଳେ ଫେବୃୟାରୀ ଦ୍ୱିତୀୟ ସପ୍ତାହରେ ସେ ଦକ୍ଷିଣ ଓଡ଼ିଶାରେ କର୍ମୀ ସମାବେଶରେ ସାମିଲ ହୋଇପାରନ୍ତି ବୋଲି ସୂଚନା ମିଳିଛି।

ତେଣୁ ଦୁଇ ଜାତୀୟ ଦଳର ନେତୃତ୍ୱଙ୍କ ଏଭଳି ମାରାଥନ୍ ଓଡ଼ିଶା ଗସ୍ତ ନବୀନଙ୍କ ଚିନ୍ତା ବଢ଼ାଇଥିବାବେଳେ ଆଞ୍ଚଳିକ ବୈଷମ୍ୟବାଦ, ଚାଷୀ ସମସ୍ୟା, ମହିଳା ନିର୍ଯାତନା ଓ ବେକାରୀ ସମସ୍ୟାକୁ ନେଇ ମୁଣ୍ଡ ଟେକୁଥିବା ଜନ ଆନ୍ଦୋଳନକୁ ପ୍ରଶମିତ ନବୀନଙ୍କ ପାଇଁ ବୋଝ ଉପରେ ନଳିତା ବିଡ଼ା ହେବାର ଆଶଙ୍କା ରହିଛି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା।



from Odisha Reporter http://bit.ly/2sgK4Ol

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages