
ନୂଆଦିଲ୍ଲୀ: ସର୍ବଶିକ୍ଷା ଅଭିଯାନର ବ୍ୟାପକତା ଏବଂ ଶିକ୍ଷାରେ ସରଳୀକରଣ ହୁଏତ ପିଲାଙ୍କ ସ୍କୁଲ ଛାଡ଼ିବାକୁ ହ୍ରାସ କରାଇଛି, କିନ୍ତୁ ଲକ୍ଷ୍ୟ କରାଯାଇଛି ଅଷ୍ଟମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୬% ମୌଳିକ ଗଣିତ ଜାଣନ୍ତିନି। ସେମାନଙ୍କ ମଧ୍ୟରୁ ୨୭% ପହି ପଢ଼ା ଜାଣନ୍ତିନି।
‘ପ୍ରଥମ୍’ ନାମକ ଏକ ଏନ୍ଜିଓ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା Annual Status of Educational Report 2018 ଅନୁଯାୟୀ ଗତ କିଛି ବର୍ଷରେ ଶିକ୍ଷାଗ୍ରହଣରେ ସେପରି କିଛି ଉନ୍ନତି ହୋଇନାହିଁ। ୫୬% ଛାତ୍ୟଛାତ୍ର ଏକ ୩ ଅଙ୍କ ବିଶିଷ୍ଟ ସଂଖ୍ୟାକୁ ୧ ଅଙ୍କ ବିଶିଷ୍ଟ ସଂଖ୍ୟାରେ ହରଣ କରିପାରନ୍ତିନି। ୭୨% ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ଜମାରୁ ହରଣ କରିପାରନ୍ତିନି ଏବଂ ତୃତୀୟ ଶ୍ରେଣୀର ୭୦% ଛାତ୍ରଛାତ୍ରୀ ଫେଡ଼ାଣ କରିପାରନ୍ତିନି।
୧ ଦଶନ୍ଧିର ସ୍ଥିତିକୁ ତୁଳନା କଲେ ଜଣାଯାଏ ବର୍ତ୍ତମାନର ସ୍ଥିତି ତା’ଠାରୁ ମଧ୍ୟ ଖରାପ। ୨୦୦୮ ମସିହାରେ ୩୭% ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ମୌଳିକ ଗଣିତ କରିପାରୁଥିଲେ ଏବଂ ଏହା ମାତ୍ର ୨୮%। ୨୦୧୬ରେ ଏହା ୨୬% ଥିଲା, ତେଣୁ ୨ ବର୍ଷରେ ସାମାନ୍ୟ ଉନ୍ନତି ହୋଇଛି କୁହାଯାଇପାରେ।
ଏପରିକି ପଢ଼ାପଢ଼ି କରିବାରେ ମଧ୍ୟ ଆମ ଛାତ୍ରଛାତ୍ରୀମାନେ ପଛୁଆ। ଜାତୀୟ ସ୍ତରର ତଥ୍ୟ ଦେଖିଲେ ପ୍ରତି ୪ ଜଣଙ୍କ ମଧ୍ୟରୁ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ବିନା ପଢ଼ା କୌଶଳରେ ଅଷ୍ଟମ ଶ୍ରେଣୀ ସାରିଦେଉଛନ୍ତି। ୨୦୦୮ ମସିହାରେ ୮୪.୮% ଛାତ୍ରଛାତ୍ରୀ ଦ୍ୱିତୀୟ ଶ୍ରେଣୀ ସ୍ତରର ଲେଖା ପଢ଼ିପାରୁଥିଲେ ଏବଂ ବର୍ତ୍ତମାନ ଏହା ୭୨.୮%କୁ ଖସିଆସିଛି।
ମୌଳିକ ଗଣିତରେ ଝିଅ ମାନେ ପୁଅଙ୍କ ପଛରେ ଅଛନ୍ତି। ୪୪% ଝିଅ ହରଣ ସମ୍ପର୍କିତ ଗଣିତ କରିପାରୁଥିବାବେଳେ ୫୦% ପୁଅ ଏହା କରିପାରନ୍ତି। କିନ୍ତୁ କିଛି ନିର୍ଦ୍ଦିଷ୍ଟ ରାଜ୍ୟ ଯେପରିକି ହରିଆଣା, ପଞ୍ଜାବ, କେରଳ, କର୍ଣ୍ଣାଟକା ଏବଂ ତାମିଲ ନାଡ଼ୁରେ ଝିଅମାନେ ପୁଅଙ୍କଠାରୁ ଆଗୁଆ।
୨୮ଟି ରାଜ୍ୟର ୫୯୬ଟି ଗ୍ରାମୀଣ ଜିଲ୍ଲାରେ ୩.୫ ଲକ୍ଷ ପରିବାରର ୩ରୁ ୧୬ ଯାଏ ବୟସର ୫.୫ ଲକ୍ଷ ଛାତ୍ରଛାତ୍ରୀଙ୍କଠାରୁ ଏହି ରିପୋର୍ଟ ପାଇଁ ତଥ୍ୟ ନିଆଯାଇଥିଲା।
from Odisha Reporter http://bit.ly/2Hg30Hk
No comments:
Post a Comment