
ବ୍ରହ୍ମପୁର (ଜଗନ୍ନାଥ ସାହୁ): ଏକ ୭ ବର୍ଷର ଶିଶୁକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏକ ତରଫା ପ୍ରେମରୁ ଏହି ଘଟଣା ଘଟିଥିବା କୁହାଯାଉଛି। ଏ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ଗୋଷଣୀନୂଆଗାଁ ଥାନା ଅଞ୍ଚଳରେ। ପୁଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କ ନାଁ ଦେବାଶିଷ ପଣ୍ଡା। ତାଙ୍କ ଘର ଯାଜପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି।
ମିଳିଥିବା ଅନୁଯାୟୀ, ମୃତ ଶିଶୁର ମା’ଙ୍କୁ ଦେବାଶିଷ ଏକ ତରଫା ପ୍ରେମ କରୁଥିଲେ। ସେ ତାଙ୍କୁ ପ୍ରଥମେ ଫେସ୍ବୁକ୍ରେ ଦେଖିଥିଲେ। ତା’ପରେ ଦେବାଶିଷ ତାଙ୍କ ପ୍ରେମରେ ପଡ଼ିଯାଇଥିଲେ। ଶିଶୁଟିକୁ ମାରିଥିବା ନେଇ ସେ ସ୍ୱୀକାର କରିଛନ୍ତି। ସେ ଶିଶୁଟିକୁ ପଥରରେ ଛେଚି ହତ୍ୟା କରିଥିବା କୁହାଯାଉଛି। ତେବେ ସେ ପ୍ରେମରେ ବିଫଳ ହୋଇ ଶିଶୁଟିକୁ ମାରିଛନ୍ତି ନା ଏହା ପଛରେ ଆଉ କିଛି କାରଣ ରହିଛି, ତାହା ଜଣାପଡ଼ି ନାହିଁ। ପୁଲିସ୍ ଏନେଇ ତାଙ୍କୁ ପଚରାଉଚରା ଜାରି ରଖିଛି।
ଅଭିଯୁକ୍ତଙ୍କ କହିବା ଅନୁଯାୟୀ, ତାରାତାରିଣୀ ମନ୍ଦିର ନିକଟରେ ସେ ପିଲାଟିକୁ ହତ୍ୟା କରିଛନ୍ତି।
ପିଲାଟିର ମା’ଙ୍କ ଅଭିଯୋଗ ପରେ ଦେବାଶିଷଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ସମ୍ବଲପୁର ଜିଲ୍ଲାର ଡୁଙ୍ଗୁରୁପାଲ୍ଲୀରୁ ଗିରଫ କରାଯାଇଛି। ଅପହରଣରେ ବ୍ୟବହାର କରାଯାଇଥିବା ସ୍କୁଟିକୁ ବି ପୁଲିସ୍ ଜବତ କରିଛି।
ପିଲାଟିର ମା’ଙ୍କ ଅଭିଯୋଗ ଅନୁଯାୟୀ, ଦେବାଶିଷ ତାଙ୍କ ପୁଅକୁ ସ୍କୁଲ୍ରେ ଛାଡ଼ି ଦେବେ ବୋଲି କହି ଅପରଣ କରି ନେଇ ଯାଇଥିଲେ। ଦେବାଶିଷ ଶିଶୁଟିକୁ ସ୍କୁଟିରେ ନେଇ ଯିବାର ଚିତ୍ର ସିସିଟିଭିରେ କଏଦ ହୋଇଛି।
ପୁଲିସ୍ ଘଟଣାର ଅଧିକ ତଦନ୍ତ ଚଳାଇଛି।
from Odisha Reporter http://bit.ly/2HdWnFr
No comments:
Post a Comment