ଚାଲିଛି ସାଓମିର କ୍ଲିୟରାନ୍ସ ସେଲ୍‌: ଏହିସବୁ ମଡେଲ୍‌ରେ ମିଳୁଛି ବଡ଼ ଡିସ୍‌କାଉଣ୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଚାଲିଛି ସାଓମିର କ୍ଲିୟରାନ୍ସ ସେଲ୍‌: ଏହିସବୁ ମଡେଲ୍‌ରେ ମିଳୁଛି ବଡ଼ ଡିସ୍‌କାଉଣ୍ଟ

ନୂଆଦିଲ୍ଲୀ: ଚାଇନା ସ୍ମାର୍ଟଫୋନ୍‌ ପ୍ରସ୍ତୁତକାରୀ କମ୍ପାନୀ ସାଓମି ଭାରତରେ ଖୁବ୍‌ ଶୀଘ୍ର ତା’ର ନୂଆ ଫୋନ୍‌ Redmi Note 7 ଲଞ୍ଚ କରିବାକୁ ଯାଉଛି। ତେଣୁ ନୂଆ ଫୋନ୍‌ ଲଞ୍ଚ କରିବା ପୂର୍ବରୁ କମ୍ପାନୀ ଏବେ ପୂରୁଣା ଷ୍ଟକ୍‌ କ୍ଲିୟର କରୁଛି। ଏଥିପାଇଁ Redmi Note 6 Pro, Redmi Note 5 Pro, Redmi 6 ଓ Poco F1 ପରି ସ୍ମାର୍ଟଫୋନ୍‌ଗୁଡ଼ିକୁ ଫ୍ଲିପ୍‌କାର୍ଟ ଓ ସାଓମିର ଅଫିସିଆଲ୍‌ ୱେବସାଇଟ୍‌ରେ ବଡ଼ ଡିସ୍‌କାଉଣ୍ଟ ସହ ବିକ୍ରି କରୁଛି।

ଏଗୁଡ଼ିକୁ କମ୍ପାନୀ Mi Days saleରେ ବିକ୍ରି କରୁଛି। ଏହାର ଆରମ୍ଭ ଆଜି ଅର୍ଥାତ୍ ଜନୁଆରୀ ୨୮ରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। Mi Days saleରେ ସାଓମିର ବେଷ୍ଟ ସେଲିଂ ସ୍ମାର୍ଟଫୋନ୍‌କୁ ବଡ଼ ଡିସ୍‌କାଉଣ୍ଟ ସହ ବିକ୍ରି କରାଯାଉଛି। ଏଥିରେ ନିକଟରେ ଲଞ୍ଚ ହୋଇଥିବା Note 6 Pro ମଧ୍ୟ ସାମିଲ ରହିଛି। ଏଥିରେ ୧୦୦୦ ଟଙ୍କାର ରିହାତି ମିଳୁଛି। ଅର୍ଥାତ୍‌ ଆପଣଙ୍କୁ Note 6 Proର ୪ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ ଯୁକ୍ତ ଫୋନ୍  ୧୨,୯୯୯ରେ ମିଳୁଥିବାବେଳେ ଏହାର ଟପ୍‌ ମଡେଲ୍‌ ୬ଜିବି ରାମ୍‌ ଓ ୬୪ଜିବି ଷ୍ଟୋରେଜର ମୂଲ୍ୟ ୧୪,୯୯୯ ଟଙ୍କାରେ ମିଳିବ।

Redmi Note 5 Pro କଥା କହିଲେ ଏହାକୁ ଏବେ ପର୍ଯ୍ୟନ୍ତର ସବୁଠୁ କମ୍‌ ଦାମ୍‌ରେ ବିକ୍ରି କରାଯାଉଛି। ଏହାର ବେସ୍ଡ ମଡେଲ୍‌ ୪ଜିବି ରାମ୍‌ ଭ୍ୟାରଆଣ୍ଟ ୧୦ ହଜାର ୯୯୯ ଓ ୬ଜିବି ରାମ୍‌ ଭ୍ୟାରିଆଣ୍ଟ ୧୨ ହଜାର ୯୯୯ ଟଙ୍କାରେ ଉପଲବ୍ଧ ହେବ।

Redmi 6  ସ୍ମାର୍ଟଫୋନ୍‌ କଥା କହିଲେ, ଏଥିରେ ମଧ୍ୟ  ଡିସ୍‌କାଉଣ୍ଟ ମିଳୁଛି। ଏହାର ୩ଜିବି ଓ ୩୨ଜିବି ଭ୍ୟାରିଆଣ୍ଚ ୭,୪୯୯ଟଙ୍କାରେ ମିଳୁଥିବାବେଳେ, ଏହି ସେଟ୍‌ର ୩ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟର ମୂଲ୍ୟ ୮,୪୯୯ ଟଙ୍କାରେ ମିଳୁଛି। ଏଥିସହ ଫ୍ଲିପ୍‌କାର୍ଟରେ Redmi 6 ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ଅଫର୍‌ ମଧ୍ୟ ଦିଆଯାଉଛି।

ଶେଷରେ ସାଓମିର ଦମ୍‌ଦାର୍‌ ଫୋନ୍‌ Poco F1 କଥା କହିଲେ, ଏହି ସେଲ୍‌ରେ ଏହାର ୬ଜିବି ରାମ୍‌ ଓ ୬୪ ଜିବି ଷ୍ଟୋରେଜ୍‌ ଭ୍ୟାରିଆଣ୍ଟ ୧୮ ହଜାର ୯୯୯ ଟଙ୍କାରେ ଉପଲବ୍ଧ ହେଉଥିବାବେଳେ ଏହାର ୬ଜିବି ରାମ୍‌ ଓ ୧୨୮ଜିବି ଷ୍ଟୋରେଜ୍‌ର ମୂଲ୍ୟ ୨୧ ହଜାର ୯୯୯ ଟଙ୍କା ଓ ୮ଜିବି ୨୫୬ ଜିବି ଭ୍ୟାରିଆଣ୍ଟର ମୂଲ୍ୟ ୨୫ ହଜାର ୯୯୯ ଟଙ୍କା ରଖାଯାଇଛି।



from Odisha Reporter http://bit.ly/2UnlyqN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages