ଜଗି ପଣ୍ଡା ବିଧାନସଭାରେ ହାଜର ପ୍ରସଙ୍ଗ, ଧର୍ମେନ୍ଦ୍ର କହିଲେ ନବୀନଙ୍କ ଗୁମାସ୍ତାମାନେ ଓଡିଶାର ଝିଅ ବୋହୂଙ୍କୁ ଅପମାନିତ କରୁଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 28, 2019

ଜଗି ପଣ୍ଡା ବିଧାନସଭାରେ ହାଜର ପ୍ରସଙ୍ଗ, ଧର୍ମେନ୍ଦ୍ର କହିଲେ ନବୀନଙ୍କ ଗୁମାସ୍ତାମାନେ ଓଡିଶାର ଝିଅ ବୋହୂଙ୍କୁ ଅପମାନିତ କରୁଛନ୍ତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):“ନବୀନ ବାବୁ ଅସହିଷ୍ଣୁ ହୋଇଯାଇଛନ୍ତି। ସମାଲୋଚକମାନଙ୍କୁ ଜବରଦସ୍ତ କରି ନିଜ ସମର୍ଥକ ବନାଇବାର ଅପଚେଷ୍ଟା କରାଯାଉଛି। ଧମକ, ଗାଳି ଓ ନାଲି ଆଖି ଦେଖାଇ ନବୀନ ବାବୁ ପ୍ରଜାତନ୍ତ୍ରର କଣ୍ଠରୋଧ କରିବେ ବୋଲି ଭାବୁଛନ୍ତି”। ଓଟିଭିର ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା ଆଜି ବିଧାନସଭା ସ୍ୱାଧିକାର କମିଟି ଆଗରେ ହାଜର ହେବା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଏମିତି ତୀର ମାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନଭେମ୍ବର ମାସରେ ପ୍ରାୟୋଜିତ ଭାବେ କଂଗ୍ରେସ ଦଳକୁ ହାତେଇ ଏକ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଥିଲା ।

ମୁଖ୍ୟତଃ ଗଣମାଧ୍ୟମକୁ ନୋଟିସ କରିବାକୁ ହେଲେ ରିପୋର୍ଟର କିମ୍ବା ଏଡିଟରଙ୍କୁ ଡକାଯାଏ। ପ୍ରମୋଟରଙ୍କୁ ଡକାଯିବାର କୌଣସି ଠାରେ ଦୃଷ୍ଟାନ୍ତ ନାହିଁ। ଜଗିମଙ୍ଗତ ପଣ୍ଡା ଓଡିଶାର ବୋହୁ ଏବଂ ଉଦ୍ୟମୀ। ତାଙ୍କୁ ଯଦି ଅପମାନିତ କରିବାର ଏ ଷଡ଼ଯନ୍ତ୍ର ହୋଇଛି, ତାହାହେଲେ ଏହା କେବଳ ତାଙ୍କ ପାଖରେ ଅଟକିବ ନାହିଁ। ଅନ୍ୟ ଗଣମାଧ୍ୟମ ଯିଏ ସମାଲୋଚନା କରିବ ତାକୁ ମଧ୍ୟ ନାଲି ଆଖି ଦେଖାଯିବ।

ଧର୍ମେନ୍ଦ୍ର ଆହୁରି କହିଛନ୍ତି, “ଏହିପରି ମନୋବୃତ୍ତି ୧୯୭୪-୭୫ରେ କଂଗ୍ରେସ ଦଳରେ ଦେଖାଇଥିଲା। ସେ ସମୟରେ ଏମରଜେନ୍ସି ପରିସ୍ଥିତି ଲାଗୁହୋଇଥିଲା। ନବୀନ ବାବୁ ଓଡିଶାରେ ଏମରଜେନ୍ସି ଲଗାଇବାକୁ ଚାହୁଁଛନ୍ତି। ତାଙ୍କର ଗୁମାସ୍ତାମାନେ ଓଡ଼ିଶାର ଝିଅ ବୋହୂଙ୍କୁ ଅପମାନିତ କରିବା ପାଇଁ ଲାଗିପଡିଛନ୍ତି।”

” ଏହା କେବଳ ଜଗି ମଙ୍ଗତ ପଣ୍ଡାଙ୍କୁ ଅପମାନ ନୁହେଁ, ଓଡିଶାର ଝିଅ ବୋହୂ, ଉଦ୍ୟମୀ ଓ ନିର୍ଭୀକ ସାମ୍ବାଦିକମାନଙ୍କୁ ଅପମାନ। ଏହାକୁ ମୁଁ ଘୋର ନିନ୍ଦା କରୁଛି। କେବଳ ଓଟିଭି ନୁହେଁ, ଆଗାମୀ ଦିନରେ ଅନେକ ଗଣମାଧ୍ୟମଙ୍କ ସ୍ଥିତି ମଧ୍ୟ ଏପରି ହେବାର ସମ୍ଭାବନା ଦେଖାଦେଲାଣି। ମୁଖ୍ୟମନ୍ତ୍ରୀଙ୍କୁ ଘେରି ରହିଥିବା ଅଣଓଡ଼ିଆ ଅଫିସରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କୁ ଜଗନ୍ନାଥ ସଦବୁଦ୍ଧି ଦିଅନ୍ତୁ,” ବୋଲି ସେ କହିଛନ୍ତି।

ସୂଚନା ଅନୁଯାୟୀ, ଗତ ନଭେମ୍ବର ୧୯ ତାରିଖରେ ବିଧାନସଭା ପରିଚାଳନା ସମ୍ପର୍କିତ ଏକ ଖବର ପ୍ରସାରଣକୁ ନେଇ ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ‘ଓଟିଭି’ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଥିଲେ। ଇତିମଧ୍ୟରେ ସେ ତାହାକୁ ପ୍ରତ୍ୟାହାର କରିନେଇଛନ୍ତି।



from Odisha Reporter http://bit.ly/2DFarnK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages