ଆଣ୍ଠୁଗଣ୍ଠି ବିନ୍ଧା ଓ ଥାଇରଏଡ୍‌ ପାଇଁ ୱାର୍ମ ୱାଟର୍‌ ଥେରାପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଆଣ୍ଠୁଗଣ୍ଠି ବିନ୍ଧା ଓ ଥାଇରଏଡ୍‌ ପାଇଁ ୱାର୍ମ ୱାଟର୍‌ ଥେରାପି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯଦି ଆପଣ ଆଣ୍ଠୁଗଣ୍ଠି ରୋଗ ଓ ଥାଇରଏଡ୍‌ ସମସ୍ୟାରେ ଆକ୍ରାନ୍ତ ଅଛନ୍ତି, ତେବେ ଏହି ଥେରାପି ଆପଣଙ୍କୁ ଯନ୍ତ୍ରଣାରୁ ଉପଶମ ଦେବ। ଏଥିରେ ଗରମ ପାଣିର ବ୍ୟବହାର କରାଯାଇଥାଏ। ଆସନ୍ତୁ ଜାଣିବା ୱାର୍ମ ୱାଟର୍‌ ଥେରାପି କିପରି କରାଯାଇଥାଏ।

ଏହି ଥେରାପିରେ ରୋଗୀକୁ ଦିନକୁ ୮ରୁ ୧୦ ଥର ଉଷୁମ ପାଣି ପିଇବାକୁ ଦିଆଯାଇଥାଏ। ପାଣି ଷ୍ଟିଲ୍‌, ପିତ୍ତଳ କିମ୍ୱା ସେରାମିକ୍‌ ଗ୍ଲାସ୍‌ରେ ପିଇବାକୁ ପଡିଥାଏ। ଏହାଦ୍ୱାରା ଶରୀରରେ ଥିବା ଟକ୍ସିକ୍‌ ବାହାରି ଯାଏ। ଏହି ଥେରାପିରେ ଗ୍ୟାସ୍‌, ଏସିଡିଟି ଦୂର ହୁଏ।

ଆଣ୍ଠୁଗଣ୍ଠି ରୋଗୀ ଏହି ଥେରାପିରେ ଉଷୁମ ପାଣି ସହିତ କିଛି ହଳଦୀ ଗୁଣ୍ଡ ମିଶାଇ ପିଅନ୍ତୁ। ଏହି ପାଣିକୁ ସକାଳେ ଖାଲି ପେଟରେ ସନ୍ଧ୍ୟା ଓ ରାତିରେ ଡିନର୍‌ର ଏକ ଘଣ୍ଟା ପୂର୍ବରୁ ପିଇବା ଆବଶ୍ୟକ। ଏହାଦ୍ୱାରା ଆଣ୍ଠୁଗଣ୍ଠି ମଧ୍ୟରେ ଥିବା ଯନ୍ତ୍ରଣା ଦୂର ହୋଇଥାଏ।

ଥାଇରଏଡ୍‌ ରୋଗୀ ରାତିରେ ଏକ ଚାମଚ ଧନିଆରୁ ଏକ ଗ୍ଲାସ୍‌ ପାଣିରେ ବତୁରାଇ ରଖନ୍ତୁ। ସକାଳେ ଏହି ପାଣିକୁ ଫୁଟାଇ ଅଧା କରନ୍ତୁ ଓ ଉଷୁମ ଉଷୁମ ପିଅନ୍ତୁ। ଏହା କେବଳ ଥାଇରଏଡ୍‌ ନୁହେଁ, ଆପଣଙ୍କ ଏସିଡିଟି, ଓଜନ ଓ ଚର୍ମରୋଗ ମଧ୍ୟ ଦୂର କରିବ।

ୱାର୍ମ ୱାଟର୍‌ ଥେରାପିରେ ଉଷୁମ ପାଣିରେ ଗାଧୋଇବା ପାଇଁ କୁହାଯାଇଥାଏ। ଏହି ପାଣିରେ ନିମ୍ୱ ପତ୍ର, କର୍ପୂର ମିଶାଇ ଆଣ୍ଟିଫଙ୍ଗଲ୍‌ ପାଣି ପ୍ରସ୍ତୁତ କରାଯାଇଥାଏ।

ୱାର୍ମ ୱାଟର୍‌ ଥେରାପି ଜରିଆରେ ଆପଣ ଗରମ ପାଣି କରି ଏକ କପଡ଼ା ମାଧ୍ୟମରେ ଆଣ୍ଠୁଗଣ୍ଠିରେ ସେକ ମଧ୍ୟ ଦେଇପାରିବେ। ଏସବୁ ଥେରାପି ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ। ଏଥିରେ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ଏହା ସହିତ ଆପଣଙ୍କ ଯନ୍ତ୍ରଣା ଅନେକାଂଶରେ ଭଲ ମଧ୍ୟ ହେବ।



from Odisha Reporter http://bit.ly/2Atvd7S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages