
ଜଲନ୍ଧର: ଆନ୍ଧ୍ର ପ୍ରଦେଶ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ଅଜବ ବୟାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି। ସେ କହିଛନ୍ତି, ଟେଷ୍ଟ୍ୟୁ ବେବି ଏବଂ ମିସାଇଲ୍ର ବ୍ୟବହାର ଦେଶରେ ହଜାର ହଜାର ବର୍ଷ ତଳୁ ଆରମ୍ଭ ହୋଇଥିଲା। ଏହାକୁ ପ୍ରମାଣିତ କରିବା ପାଇଁ ସେ ରାମାୟଣ ଓ ମହାଭାରତର ଉଦାହରଣ ମଧ୍ୟ ଦେଇଛନ୍ତି।
ଇଣ୍ଡିଆନ୍ ସାଇନ୍ସ କଂଗ୍ରେସରେ ଉଦ୍ବୋଧନ ଦେଇ କୁଳପତି ଜି ନାଗେଶ୍ୱର ରାଓ କହିଛନ୍ତି “ ଆମେ ଗୋଟିଏ ମା’ଠାରୁ ଶହଶହ କୌରବ ପାଇଥିଲୁ। ଏହା କେବଳ ଷ୍ଟିମ ଶେଲ ରିସର୍ଚ୍ଚ ଓ ଟେଷ୍ଟ୍ୟୁ ବେବି ପ୍ରଣାଳୀ ଯୋଗୁ ସମ୍ଭବ ହୋଇପାରିଥିଲା। ଏହା ହଜାରେ ବର୍ଷ ତଳେ ଆରମ୍ଭ ହୋଇଥିଲା। ଏହା ଏକ ବିଜ୍ଞାନ ଭିତ୍ତିକ କାର୍ଯ୍ୟ ଥିଲା।”
ସେ ଆହୁରି କହିଥିଲେ “ ଭଗବାନ ରାମ ବ୍ୟବହାର କରୁଥିବା ଅସ୍ତ୍ରଶସ୍ତ୍ର ଗୁଡ଼ିକ ଶତ୍ରୁପକ୍ଷଙ୍କୁ ଆକ୍ରମଣ କରିବା ପରେ ପୁଣିଥରେ ତାଙ୍କ ପାଖକୁ ଫେରି ଆସୁଥିଲା। ଏହା ମିସାଇଲ୍ ନିୟନ୍ତ୍ରଣ ପ୍ରକ୍ରିୟା ଯୋଗୁ ସମ୍ଭବ ହୋଇପାରିଥିଲା। ତେଣୁ ହଜାରେ ବର୍ଷ ପୂର୍ବରେ ମଧ୍ୟ ବିଜ୍ଞାନର ପ୍ରଚଳନ ହେଉଥିଲା।
ରାବଣ ୨୪ ପ୍ରକାରର ବିମାନ ବ୍ୟବହାର କରୁଥିଲେ। ଏହାର ଆକାର ଓ କ୍ଷମତା ଭିନ୍ନଭିନ୍ନ ଥିଲା। ଏଥିପାଇଁ ରାବଣ ଶ୍ରୀଲଙ୍କାରେ ଏକାଧିକ ବିମାନବନ୍ଦର ମଧ୍ୟ ନିର୍ମାଣ କରିଥିଲେ।”
ଏହାକୁ ନେଇ ଏବେ ସାରା ଦେଶରେ ଆଲୋଚନା ଆରମ୍ଭ ହୋଇଛି।
from Odisha Reporter http://bit.ly/2C6eB5Y
No comments:
Post a Comment