ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ଆନ୍ଦୋଳନରୁ ଓହରିଲେ ବୋଟ୍ ମାଲିକ ସଂଘ କର୍ମକର୍ତ୍ତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ବୋଟ୍‌ ଚାଳକଙ୍କ ମୃତ୍ୟୁ ଘଟଣା: ଆନ୍ଦୋଳନରୁ ଓହରିଲେ ବୋଟ୍ ମାଲିକ ସଂଘ କର୍ମକର୍ତ୍ତା

paradeep

ପାରାଦୀପ (ରମାକାନ୍ତ ନାୟକ): ପାରାଦୀପ ସମୁଦ୍ରରେ ବୋଟ୍‌ ଚାଳକ ମାୟାଧର ମଲ୍ଲିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ମାୟାଧରଙ୍କୁ ଗୁଳି ମରାଯିବା ପ୍ରତିବାଦ କରି ପାରାଦୀପ ଓ ବାଲେଶ୍ୱର ବୋଟ ମାଲିକ ସଂଘ ପାରାଦୀପ ଥାନା ଓ କୋଷ୍ଟଗାର୍ଡ କାର୍ଯ୍ୟାଳୟ ଘେରାଉ କରି ମୃତକଙ୍କ ପରିବାରକୁ କ୍ଷତିପୂରଣ ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏଥିସହ ତାଙ୍କ ପୁଅଙ୍କୁ ୧୮ ବର୍ଷ ହେବା ପରେ କୋଷ୍ଟଗାର୍ଡରେ ଚାକିରି ଦେବା ସହ ଅନ୍ୟାନ୍ୟ କ୍ଷତିପୂରଣ ଦେବାକୁ ଦାବି କରିଥିଲେ। ଏନେଇ ପ୍ରତିଶ୍ରୁତି ମିଳିବା ପରେ ମତ୍ସ୍ୟଜୀବୀମାନେ ଆନ୍ଦୋଳନରୁ ଓହରିଛନ୍ତି।

ତେବେ ବୋଟ୍‌ ଚାଳକ ମାୟାଧର ମଲ୍ଲିକଙ୍କ ମୃତ୍ୟୁ କେମିତି ହୋଇଛି ସ୍ପଷ୍ଟ ହୋଇନାହିଁ। ପାରାଦୀପ ଗଭୀର ସମୁଦ୍ର ଭିତରୁ କୋଷ୍ଟଗାର୍ଡ ବୋଟ୍‌ ଚାଳକ ମାୟାଧରଙ୍କ ମୃତଦେହ ଉଦ୍ଧାର କରିଥିଲା। କୋଷ୍ଟଗାର୍ଡଙ୍କ ଗୁଳିରେ ମାୟାଧରଙ୍କ ମୃତ୍ୟୁ ହୋଇଥିବା ମୃତକଙ୍କ ସମ୍ପର୍କୀୟ ଅଭିଯୋଗ କରିଥିଲେ। କେଉଁ ପରିସ୍ଥିତିରେ ବୋଟ୍‌ ଚାଳକଙ୍କ ମୃତ୍ୟୁ ହୋଇଛି କୋଷ୍ଟଗାର୍ଡ ଏହାର ତଦନ୍ତ କରୁଛି।



from Odisha Reporter http://bit.ly/2FpnmML

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages