ଘରେ ପ୍ରସ୍ତୁତ କରନ୍ତୁ ‘ରେଶମି ପନିର’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 12, 2019

ଘରେ ପ୍ରସ୍ତୁତ କରନ୍ତୁ ‘ରେଶମି ପନିର’

ଆବଶ୍ୟକ ସାମଗ୍ରୀ: ପନିର, ପିଆଜ, ଟମାଟୋ, ଶିମଳା ଲଙ୍କା, ଅଦା ରସୁଣ ପେଷ୍ଟ, ଜିରା, ପାଣି, ଧନିଆ ପାଉଡର, ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କ୍ରିମ୍, ଧନିଆପତ୍ର, ଗରମ ମସଲା, ତେଲ ଓ ଲୁଣ ସ୍ୱାଦ ଅନୁସାରେ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପିଆଜ, ଟମାଟୋ ଓ ଶିମଲା ଲଙ୍କାକୁ ଲମ୍ବା କରି କାଟିଦିଅନ୍ତୁ। ତା ପରେ କଡେଇରେ ତେଲ ଗରମ କରି ଜିରା ପକାନ୍ତୁ। ଜିରା ଫୁଟିବା ପରେ ପିଆଜ ପକାନ୍ତୁ । ପରେ ଏଥିରେ କଟା ହୋଇଥିବା ଟମାଟୋ ଏବଂ ଶିମଲା ଲଙ୍କା ପକାଇ କିଛି ସମୟ ପର୍ଯ୍ୟନ୍ତ ଫ୍ରାଏ କରନ୍ତୁ । ଏବେ ଅଦା ରସୁଣ ପେଷ୍ଟ, ଧନିଆ ପାଉଡର, ହଳଦୀଗୁଣ୍ଡ  ପକାଇ ସିମ୍‌ କରି ଫୁଟାନ୍ତୁ । ପରେ ଏଥିରେ ଅଳ୍ପ ପାଣି ସହିତ ପନିର ପକାଇ ଘୋଡ଼ାଇ ଦିଅନ୍ତୁ ।  ୧୦ ମିନିଟ୍ ପରେ ଗ୍ୟାସ୍କୁ ବନ୍ଦ କରି କ୍ରିମ ଏବଂ ଗରମ ମସଲା ପକାଇ ଭଲ ଭାବରେ ମିଶାନ୍ତୁ । ଏବେ ପ୍ରସ୍ତୁତ  ହୋଇଗଲା ସ୍ୱାଦିଷ୍ଟ ରେଶମି ପନିର । ଏହାକୁ ଗରମ ଗରମ ପରଷନ୍ତୁ।



from Odisha Reporter http://bit.ly/2FvRuFd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages