ଅଯୋଧ୍ୟା ବିବାଦ: ଜାନୁଆରୀ ୧୦ରେ ନିର୍ଦ୍ଧାରଣ କରାଯିବ ଶୁଣାଣି ତାରିଖ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଅଯୋଧ୍ୟା ବିବାଦ: ଜାନୁଆରୀ ୧୦ରେ ନିର୍ଦ୍ଧାରଣ କରାଯିବ ଶୁଣାଣି ତାରିଖ

ନୂଆଦିଲ୍ଲୀ: ରାମ ଜନ୍ମଭୂମି-ବାବ୍ରୀ ମସ୍‌ଜିଦ୍‌ ବିବାଦକୁ ନେଇ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ମାମଲାର ଶୁଣାଣି ତାରିଖ ଆସନ୍ତା ଜାନୁରୀ ୧୦ ତାରିଖରେ ନିର୍ଦ୍ଧାରଣ କରାଯିବ ବୋଲି ଆଜି ସୁପ୍ରିମ୍‌କୋର୍ଟ ଜଣାଇଛନ୍ତି। ପ୍ରଧାନବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ୧୦.୩୦ ସମୟରେ ଶୁଣାଣି ଆରମ୍ଭ କରି ଏହା କହିଛନ୍ତି।

୬୦ ସେକେଣ୍ଡ ଧରି ଚାଲୁରହିଥିବା ଏହି ଶୁଣାଣି ସମୟରେ କୌଣସି ପକ୍ଷରୁ ମଧ୍ୟ ଯୁକ୍ତି ଉପସ୍ଥାପନ ହୋଇନଥିଲା। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଏବଂ ଜଷ୍ଟିସ୍‌ ଏସ୍‌ କୌଲ୍‌ଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଥିଲେ, “ଏହି ମାମଲାର ଶୁଣାଣି ତାରିଖ ନିର୍ଦ୍ଧାରଣ କରିବାପାଇଁ ଜାନୁଆରୀ ୧୦ ତାରିଖ ଦିନ ଏକ ଉପଯୁକ୍ତ ଖଣ୍ଡପୀଠ ରାୟ ଦେବେ।”

ବହୁ ସାମ୍ବାଦିକ ଏବଂ ଓକିଲ କୋର୍ଟରୁମ୍‌ ନମ୍ବର-୧ରେ ଏହି ଶୁଣାଣି ପାଇଁ ଅପେକ୍ଷା କରି ରହିଥିଲେ। ଏପରିକି ସମଗ୍ର ଦେଶରେ ଏହାକୁ ନେଇ ଉତ୍ସୁକତା ଲାଗି ରହିଥିଲା। କିନ୍ତୁ ମାତ୍ର ୧୫ ସେକେଣ୍ଡରେ ଆଜିର ଶୁଣାଣି ସାରିଦେଇଛନ୍ତି ସୁପ୍ରିମ୍‌କୋର୍ଟ।

୨୦୧୦ ମସିହାରେ ଆଲ୍ଲାବାଦ୍‌ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଆଗତ ହୋଇଥିବା ୧୪ଟି ଆବେଦନର ଶୁଣାଣି ପାଇଁ ୩ ଜଣିଆ ଖଣ୍ଡପୀଠ ଗଠନ ହେବାର ସମ୍ଭାବନା ରହିଛି। ପୂର୍ବରୁ ଏହି ରାୟରେ ହାଇକୋର୍ଟ କହିଥିଲେ, ୨.୭୭ଏକରର ଏହି ଜମି ସୁନ୍ନି ୱାକ୍‌ଫ ବୋର୍ଡ, ନିର୍ମୋହୀ ଆଖଡ଼ା ଏବଂ ରାମ୍‌ ଲାଲ୍ଲା ୩ ପକ୍ଷଙ୍କ ମଧ୍ୟରେ ସମାନଭାବରେ ବାଣ୍ଟିଦିଆଯିବ।

ଏହା ବିରୋଧରେ ସୁପ୍ରିମ୍‌କୋର୍ଟରେ ଆବେଦନ ହେବାରୁ ଗତ ଅକ୍ଟୋବର ୨୯ ତାରିଖରେ ସୁପ୍ରିମ୍‌କୋର୍ଟ କହିଥିଲେ ଜାନୁଆରୀ ପ୍ରଥମ ସପ୍ତାହରେ ଏହାର ଶୁଣାଣି ପାଇଁ ତାରିଖ ନିର୍ଦ୍ଧାରିତ କରାଯିବା ନେଇ ଏକ ଉପଯୁକ୍ତ ଖଣ୍ଡପୀଠ ନିଷ୍ପତ୍ତି ନେବ। ଏହାପରେ ଏକ ଜରୁରୀକାଳୀନ ଶୁଣାଣି ପାଇଁ ଆବେଦନ କରାଯାଇଥିବାବେଳେ ସୁପ୍ରିମ୍‌କୋର୍ଟ ଏହାକୁ ଅସ୍ୱୀକାର କରି ଏହି ମାମଲାର ବିଚାର ଦାୟିତ୍ୱ ଅନ୍ୟ ଏକ ଖଣ୍ଡପୀଠକୁ ଦିଆଯାଇସାରିଛି ବୋଲି ସର୍ବୋଚ୍ଚକୋର୍ଟ କହିଥିଲେ। ଅଖିଳ ଭାରତ ହିନ୍ଦୁ ମହାସଭା ପକ୍ଷରୁ ଜରୁରୀକାଳୀନ ଶୁଣାଣି ପାଇଁ ଆବେଦନ କରାଯାଇଥିଲା।



from Odisha Reporter http://bit.ly/2F37jUw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages