ପାଣି ପିଆଇଲେ ପୂଜାରା ଓ ପନ୍ତ: ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ପାଣି ପିଆଇଲେ ପୂଜାରା ଓ ପନ୍ତ: ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର

pant

ସିଡ୍‌ନୀ: ଚେତେଶ୍ୱର ପୂଜାରା ଓ ଋଷଭ ପନ୍ତଙ୍କୁ ଅଟକାଇବାରେ ବିଫଳ ହେଲା ଅଷ୍ଟ୍ରେଲିଆ। ଫଳ ସ୍ୱରୂପ ସିଡ୍‌ନୀରେ ଚାଲିଥିବା ଚତୁର୍ଥ ଟେଷ୍ଟ୍ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ସମ୍ମୁଖରେ ବିଶାଳ ସ୍କୋର ରଖିଛି ଭାରତ। ୭ ୱିକେଟ୍ ହରାଇ ୬୨୨ ରନ୍ କରିବା ପରେ ଦଳ ତା’ର ପାଳି ଘୋଷଣା କରିଛି। ଆଜି ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ କୌଣସି ୱିକେଟ୍ ନ ହରାଇ ୨୪ ରନ୍ ସଂଗ୍ରହ କରିଛି।

ଗତକାଲି ପ୍ରଥମ ଦିନରେ ଭାରତ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ୪ ୱିକେଟ୍ ହରାଇ ୩୦୩ ରନ୍ କରିଥିଲା। ଦଳର ଅସମାପ୍ତ ପାଳିକୁ ଆଜି ଚେତେଶ୍ୱର ପୂଜାରା ଓ ହନୁମା ବିହାରୀ ଆଗେଇ ନେଇଥିଲେ। ହନୁମା ଆଜି ଭଲ ଖେଳି ପାରି ନଥିଲେ। ଆଜି ତାଙ୍କ ବ୍ୟକ୍ତିଗତ ସ୍କୋର ବୋର୍ଡରେ ସେ ମାତ୍ର ୩ ରନ୍ ଯୋଡ଼ିବାକୁ ସକ୍ଷମ ହୋଇଥିଲେ। ୯୬ଟି ବଲ୍‌ରୁ ୪୨ ରନ୍ କରି ସେ ନେଥନ ଲିଅନଙ୍କ ଏକ ବଲ୍‌ରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ଗତକାଲି ୨୫୦ ବଲ୍‌ରୁ ୧୩୦ ରନ୍ ସଂଗ୍ରହ କରିଥିବା ଚେତେଶ୍ୱର ପୂଜାରା ଆଜି ଆଉ ୬୩ ରନ୍ କରି ଆଉଟ୍ ହୋଇଯାଇଥିଲେ। ସେ ୩୭୩ ବଲ୍‌ରୁ ୨୨ଟି ଚୌକା ସହାୟତାରେ ୧୯୩ ରନ୍ କରି ନେଥନ୍‌ ଲିଅନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ। ନେଥନଙ୍କ ଦ୍ୱାରା ସେ କଟ୍ ଆଣ୍ଡ ବୋଲ୍ଡ ହୋଇଥିଲେ। ୭ ରନ୍ ପାଇଁ ସେ ଦ୍ୱିଶତକରୁ ବଞ୍ଚିତ ହୋଇଥିଲେ।

ପୂଜାରା ଆଉଟ୍ ହୋଇଯିବା ପରେ ୱିକେଟ୍ କିପର୍ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ପାଳି ସମ୍ଭାଳିଥିଲେ। ଏ ଦୁଇ ବ୍ୟାଟ୍ସମ୍ୟାନ୍ ପୂରା ଦିନିକିଆ ଷ୍ଟାଇଲ୍‌ରେ ଖେଳିଥିଲେ।

ପନ୍ତ ୧୩୭ତମ ବଲ୍‌ରେ ତାଙ୍କର ଦ୍ୱିତୀୟ ଟେଷ୍ଟ ଶତକ କରିଥିଲେ। ସେ ୧୮୯ ବଲ୍‌ରୁ ୧୪୫ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ସେ ୧୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ। ଅଷ୍ଟ୍ରେଲିଆରେ ଶତକ ମାରିବାରେ ଋଷଭ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍‌ କିପର୍‌। ସେହିପରି ତେନ୍ଦୁଲକରଙ୍କ ପରେ ଅଷ୍ଟ୍ରେଲିଆରେ ଶତକ ମାରିବାରେ ସେ ହେଉଛନ୍ତି ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌।

ଅନ୍ୟପକ୍ଷରେ ରବୀନ୍ଦ୍ର ଜାଡେଜା ବି ଅର୍ଦ୍ଧ-ଶତକ ମାରିଥିଲେ। ସେ ଶତକ ଆଡ଼କୁ ଆଗଉ ଥିବା ବେଳେ ନେଥନ ଲିଅନ ତାଙ୍କୁ ବୋଲ୍ଡ କରି ଦେଇଥିଲେ। ଜାଡେଜା ୧୧୪ଟି ବଲ୍‌ରୁ ୭ ଚୌକା ଓ ଗୋଟିଏ ଛକା ସହାୟତାରେ ୮୧ ରନ୍ କରିଥିବା ବେଳେ ଆଉଟ୍ ହୋଇଥିଲେ। ଏହା ପରେ ଭାରତର ଅଧିନାୟକ ବିରାଟ କୋହଲି ପାଳି ଘୋଷଣା କରି ଦେଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲିଅନ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜୋଶ୍ ହେଜେଲ୍‌ଉଡ୍‌ ୨ଟି ଓ ମିଚେଲ ଷ୍ଟାର୍କ ଗୋଟିଏ ୱିକେଟ୍‌ ନେଇଥିଲେ।
ସୂଚନାଯୋଗ୍ୟ, ଭାରତ ଏହି ସିରିଜ୍‌ରେ ୨-୧ରେ ଆଗୁଆ ରହିଥିବା ବେଳେ ଅଷ୍ଟ୍ରେଲିଆ ପାଇଁ କର ବା ମର ସ୍ଥିତି ସୃଷ୍ଟି ହୋଇଛି।



from Odisha Reporter http://bit.ly/2F6zyRy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages