ଟିମ୍‌ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଟିମ୍‌ ଇଣ୍ଡିଆକୁ ଏମିତି ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ: ବିରାଟ୍‌ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ସିରିଜ୍‌ ବିଜୟ ହାସଲ କରିଛି। ଏହି ବିଜୟ ପରେ ଟିମ୍‌ ଇଣ୍ଡିଆକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି। ଏହିକ୍ରମରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି।

ସେ କହିଛନ୍ତି, “ ଅଷ୍ଟ୍ରେଲିଆରେ ଟିମ୍‌ ଇଣ୍ଡିଆ ଏକ ଐତିହାସିକ କୃତିତ୍ୱ ହାସଲ କରିଛି। କଠିନ୍‌ ପରିଶ୍ରମ ଓ ଲଢ଼େଇ ପାଇଁ ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା। ଟିମ୍‌ ଇଣ୍ଡିଆ ସିରିଜ୍‌ ବିଜୟ ପାଇଁ ପ୍ରବଳ ଦାବିଦାର ଥିଲା। ଏହି ସିରିଜ୍‌ରେ ପୂର୍ଣ୍ଣ ମାତ୍ରାରେ ଏକ ଟିମ୍‌ ୱର୍କ ଦେଖିବାକୁ ମିଳିଛି। ଆଗକୁ ଆସୁଥିବା ମ୍ୟାଚ୍‌ ପାଇଁ ଶୁଭେଚ୍ଛା।”

ମୋଦିଙ୍କ ଟ୍ୱିଟ୍‌ ପରେ ଚେତେଶ୍ୱର ପୂଜାରା, ହରଭଜନ ସିଂହ, ସୁରେଶ ରାଇନା, ସୌରଭ ଗାଙ୍ଗୁଲି ଓ ପ୍ରଜ୍ଞାନ ଓଝା ପ୍ରମୁଖ ଟ୍ୱିଟ୍‌ କରି ଟିମ୍‌ ଇଣ୍ଡିଆକୁ ପ୍ରଶଂସା କରିଛନ୍ତି।

ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆକୁ ତା’ରି ମାଟିରେ ୨-୧ରେ ପରାସ୍ତ କରି ଦୀର୍ଘ ୭୨ ବର୍ଷ ପରେ ସିରିଜ୍‌ ଜିତିବାରେ ସକ୍ଷମ ହୋଇଛି।



from Odisha Reporter http://bit.ly/2Aws4Ek

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages