ମଲାଇକା-ଅର୍ଜୁନ୍‌ଙ୍କୁ ନେଇ କରନ୍‌ କହୁ କହୁ କହିଦେଲେ ଏମିତି… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ମଲାଇକା-ଅର୍ଜୁନ୍‌ଙ୍କୁ ନେଇ କରନ୍‌ କହୁ କହୁ କହିଦେଲେ ଏମିତି…

karan

ମୁମ୍ବାଇ: ଉଭୟ ବି’ଟାଉନ୍‌ ଓ ସୋଶାଲ୍‌ ମିଡିଆରେ କିଛି ଦିନ ଧରି ଅଭିନେତା ଅର୍ଜୁନ୍‌ କପୁର ଓ ଅଭିନେତ୍ରୀ ମଲାଇକା ଆରୋରାଙ୍କ ଡେଟିଂକୁ ନେଇ ଚର୍ଚ୍ଚା ଜୋରର୍ ଧରିଛି। ଦୁହିଁଙ୍କୁ ଡିନର୍‌ ହେଉ କି କୌଣସି ପାର୍ଟି, ଏପରିକି କିଛି ଫ୍ୟାମିଲି ଫଙ୍କ୍‌ସନ୍‌ରେ ମଧ୍ୟ ଏକତ୍ର ଦେଖିବାକୁ ମିଳିଛି। ଏଥିରୁ ଉଭୟଙ୍କ ମଧ୍ୟରେ ଆଫୟାର୍‌ ଥିବା କୁହାଯାଉଛି।

ତେବେ ଉଭୟଙ୍କ ଡେଟିଂ ଖବରକୁ ନିଜ ଟକ୍‌ ଶୋ’ ଜରିଆରେ ଏକପ୍ରକାର ସ୍ପଷ୍ଟ କରିଛନ୍ତି ମଲାଇକାଙ୍କ ବନ୍ଧୁ ତଥା ନିର୍ମାତା, ନିର୍ଦ୍ଦେଶକ କରନ୍ ଜୋହର୍‌। କରନ୍ ତାଙ୍କ ଟିଭି ଶୋ’ ‘କଫି ୱିଥ୍‌ କରନ୍‌ ସିଜନ୍‌-୬’ର ନୂଆ ଏପିସୋଡ୍‌ରେ ଏହାର ଖୁଲାସା କରିଛନ୍ତି। ସେହି ଏପିସୋଡ୍‌ରେ ଅତିଥି ହୋଇଛନ୍ତି ଦୁଇ କ୍ରିକେଟ୍‌ ଷ୍ଟାର୍‌ ତଥା ଟିମ୍‌ ଇଣ୍ଡିଆର ଦୁଇ ମୋଷ୍ଟ୍ ଇଲିଜିବଲ୍‌ ବ୍ୟାଚଲର୍‌ ଲୋକେଶ୍ ରାହୁଲ୍‌ ଓ ଓ ହାର୍ଦ୍ଦିକ୍‌ ପାଣ୍ଡ୍ୟା।

କରନ୍‌ ଏହି ଏପିସୋଡ୍‌ରେ ଉଭୟ କ୍ରିକେଟର୍‌ଙ୍କୁ ନିଜ ପସନ୍ଦ ଓ ନାପସନ୍ଦ ବିଷୟରେ ପଚାରିବାରୁ ରାହୁଲ୍‌ କହିଥିଲେ ଯେ ତାଙ୍କର ମଲାଇକାଙ୍କ ଉପରେ କ୍ରଶ୍‌ ଥିଲା। କିନ୍ତୁ ସେ କ୍ରଶ୍‌ ଆଉ ଏବେ ନାହିଁ।

ଏହି ଉତ୍ତର ଶୁଣି କରନ୍‌ କହିଥିଲେ,”କାହିଁକି,ମଲାଇକା ଅର୍ଜୁନ୍‌ଙ୍କୁ ଏବେ ଡେଟ୍‌ କରୁଛନ୍ତି, ସେଥିପାଇଁ?”

ଶୋ’ରେ କରନ୍‌ ଥରେ ନୁହେଁ, ଅର୍ଜୁନ-ମଲାଇକା ଡେଟିଂକୁ ନେଇ ଦୁଇ ଦୁଇ ଥର ଏପରି ପଚାରିଛନ୍ତି। ଯେହେତୁ ମଲାଇକାଙ୍କ ସହ ସେ ଘନିଷ୍ଠ, ତେଣୁ କରନ୍‌ଙ୍କ ଏହି କଥା ମଲାଇକା-ଅର୍ଜୁନ୍‌ଙ୍କ ପ୍ରେମ ସମ୍ପର୍କକୁ ଏବେ ସ୍ପଷ୍ଟ କରିଛି ବୋଲି ଚର୍ଚ୍ଚା ହେଉଛି।

ଶୋ’ର ପ୍ରମୋ ଭିଡିଓ ମଧ୍ୟ ଜାରି ହୋଇଛି। ଏଥିରେ ଆଉ କିଛି ରୋଚକ ପ୍ରଶ୍ନ ବି ସାମଲ୍‌ ଅଛି।



from Odisha Reporter http://bit.ly/2SB3Ako

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages