ଶେଷ ଟେଷ୍ଟରେ ଚମକିଲେ ଋଷଭ ପନ୍ତ, ଅଷ୍ଟ୍ରେଲିଆରେ କଲେ ଏହି ରେକର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ଶେଷ ଟେଷ୍ଟରେ ଚମକିଲେ ଋଷଭ ପନ୍ତ, ଅଷ୍ଟ୍ରେଲିଆରେ କଲେ ଏହି ରେକର୍ଡ

pant

ସିଡ୍‌ନୀ: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡ୍‌ନୀରେ ଖେଳା ଯାଉଥିବା ଶେଷ ଟେଷ୍ଟ୍ ମ୍ୟାଚ୍‌ରେ ଚମକିଲେ ୱିକେଟ୍ କିପର୍ ଋଷଭ ପନ୍ତ। ସେ ଏହି ମ୍ୟାଚ୍‌ରେ ଶତକ ହାସଲ କରିଛନ୍ତି।

୧୩୭ଟି ବଲ୍‌ରୁ ସେ ଶତକ ହାସଲ କରିଥିଲେ। ୭ଟି ଚୌକା ଓ ଗୋଟିଏ ଛକା ସାହାଯ୍ୟରେ ସେ ଏହି ଶତକ ହାସଲ କରିଥିଲେ। ଭାରତ ଇନିଂସ୍ ଘୋଷଣା କରି ଦେଇଥିବା ବେଳେ ପନ୍ତ ୧୫୯ ରନ୍ କରି ଅପରାଜିତ ରହିଥିଲେ। ସେ ୧୮୯ ବଲ୍‌ରୁ ୧୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ଏହି ରନ୍ ସଂଗ୍ରହ କରିଥିଲେ।

ଏହି ସିରିଜ୍‌ରେ ପନ୍ତ ଆଜି ପ୍ରଥମ ଥର ପାଇଁ ଅର୍ଦ୍ଧ-ଶତକ ମାରିବା ପରେ ଏହାକୁ ଶତକରେ ପରିଣତ କରିବାରେ ସଫଳ ହୋଇଥିଲେ। ୮୧ ରନ୍ କରି ରବୀନ୍ଦ୍ର ଜାଡେଜା ଆଉଟ୍ ହୋଇଯିବା ପରେ ୬୨୨ ରନ୍‌ରେ ଭାରତ ତା’ର ଇନିଂସ୍ ଘୋଷଣା କରି ଦେଇଛି। ଏହା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ ଆରମ୍ଭ କରିଛି।

ଆଜିର ଶତକ ସହିତ ଋଷଭ ପନ୍ତ ନିଜ ନାଁରେ ଏକ ବିରଳ ରେକର୍ଡ ଲେଖିଛନ୍ତି। ଅଷ୍ଟ୍ରେଲିଆରେ ଟେଷ୍ଟ୍ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍ କିପର୍‌।

ଏହା ପୂର୍ବରୁ ଭାରତୀୟ ୱିକେଟ୍ କିପର୍ ଫାରୁଖ୍ ଇଞ୍ଜିନିୟର ଅଷ୍ଟ୍ରେଲିଆରେ ସର୍ବାଧିକ ୮୯ ରନ୍ କରିଥିଲେ। ୧୯୬୭ ମସିହାରେ ଆଡେଲେଡ୍‌ରେ ସେ ଏହି ରନ୍ ସଂଗ୍ରହ କରିଥିଲେ, ଯାହା ଆଜି ପର୍ଯ୍ୟନ୍ତ ଯେ କୌଣସି ଭାରତୀୟ ୱିକେଟ୍ କିପର୍ ପାଇଁ ଅଷ୍ଟ୍ରେଲିଆ ମାଟିରେ ଟେଷ୍ଟ୍‌ ମ୍ୟାଚ୍‌ରେ ସର୍ବାଧିକ ରନ୍ ହୋଇ ରହିଥିଲା।

ପୂର୍ବତନ ୱିକେଟ୍ କିପର୍ କିରଣ ମୋରେ ମେଲବର୍ଣ୍ଣରେ ୧୯୯୧ରେ ୭୬ ରନ୍ କରି ଅପରାଜିତ ରହିଥିଲେ। ୨୦୦୪ରେ ପାର୍ଥିବ ପଟେଲ୍ ସିଡ୍‌ନୀରେ ୬୨ ରନ୍ କରିଥିଲେ। ସେହିପରି ପୂର୍ବତନ ଅଧିନାୟକ ତଥା ୱିକେଟ୍ କିପର୍ ମହେନ୍ଦ୍ର ସିଂହ ଧୋନି ୨୦୧୨ରେ ସିଡ୍‌ନୀରେ ୫୭ ରନ୍ କରି ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆରେ ଶତକ ମାରିବାରେ ପନ୍ତ ହେଉଛନ୍ତି ଦ୍ୱିତୀୟ ସର୍ବ କନିଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ୍‌। ସେ ୨୧ ବର୍ଷ ୯୨ ଦିନରେ ଏହି ଶତକ ମାରିଛନ୍ତି। ସଚିନ ତେନ୍ଦୁଲକର ୧୮ ବର୍ଷ ବୟସରେ ଅଷ୍ଟ୍ରେଲିଆରେ ଶତକ ମାରିଥିଲେ। ୧୯୯୨ରେ ସିଡ୍‌ନୀରେ ସେ ୧୮ ବର୍ଷ ୨୫୬ ଦିନରେ ପ୍ରଥମ ଶତକ ମାରିଥିଲେ। ସେହିପରି ୧୮ ବର୍ଷ ୨୫୮ ଦିନରେ ସେ ପର୍ଥରେ ଆଉ ଏକ ଶତକ ମାରିଥିଲେ।

ଆଜି ଋଷଭ ତାଙ୍କ ଟେଷ୍ଟ୍ କ୍ୟାରିଅରର ଦ୍ୱିତୀୟ ଶତକ ମାରିଛନ୍ତି। ଏହା ପୂର୍ବରୁ ସେ ଗତବର୍ଷ ଇଂଲଣ୍ଡ ଗସ୍ତରେ ଯାଇଥିବା ବେଳେ ପ୍ରଥମ ଟେଷ୍ଟ୍ ଶତକ ମାରିଥିଲେ। ସୂଚନାଯୋଗ୍ୟ, ଇଂଲଣ୍ଡରେ ମଧ୍ୟ ଟେଷ୍ଟ୍ ମ୍ୟାଚ୍‌ରେ ଶତକ ହାସଲ କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ୱିକେଟ୍ କିପର୍‌।



from Odisha Reporter http://bit.ly/2F9M8jM

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages