
କଟକ(ଓଡ଼ିଶା ରିପୋର୍ଟର): ଆସନ୍ତା ୧୮ ତାରିଖରେ କଟକ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ସେ କଟକରେ ୪ଟି ସ୍ଥାନରେ ବୁଥ୍ସ୍ତରୀୟ ସମ୍ମିଳନୀରେ ଯୋଗଦେବେ। ମାତ୍ର କେଉଁ ଜାଗାରେ ସମ୍ମିଳନୀର ଆୟୋଜନ ହେବ , ତାହା ଜଣାପଡ଼ି ନାହିଁ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ପ୍ରଭାରୀ ଅରୁଣ ସିଂହ।
ସେହିପରି ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଆସିବେ। ତା’ପରେ ସେ ୧୬ ତାରିଖ ବଲାଙ୍ଗିର ଆସିବାର କାର୍ଯ୍ୟକ୍ରମ ଅଛି।
ଗତ ୨୪ରେ ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଆସିଥିଲେ। ଏଠାରେ ୧୪ ହଜାର କୋଟି ଟଙ୍କାର ପ୍ରକଳ୍ପ ଶିଳାନ୍ୟାସ ଓ ଲୋକାର୍ପଣ କରିଥିଲେ। ସେହିପରି ଭୁବନେଶ୍ୱର ଆଇଆଇଟିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ।
ବାରିପଦା ଗସ୍ତ ସମୟରେ ମୋଦି ୪,୫୦୦କୋଟି ଟଙ୍କାର ପ୍ରକଳ୍ପକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ଏସବୁ ପ୍ରକଳ୍ପ ମଧ୍ୟରେ ୪ ଲେନ୍ ବିଶିଷ୍ଟ ରାଜପଥ, ଓଡ଼ିଶା ମଧ୍ୟ ଦେଇ ଯିବାକୁ ଥିବା ଏଲପିଜି ପାଇପଲାଇନର ଲୋକାର୍ପଣ, ରେଳମାର୍ଗର ଦୋହରୀକରଣ, ନୂଆ ମାର୍ଗରେ ଯାତ୍ରୀବାହୀ ଟ୍ରେନ ଚଳାଚଳର ଶୁଭାରମ୍ଭ, ବାଲେଶ୍ୱରରେ ମଲଟିମୋଡାଲ ଲଜିଷ୍ଟିକ୍ ହବ୍, ହରିପୁରଗଡ଼ରେ ଐତିହାସିକ ସ୍ଥଳର ସଂରକ୍ଷଣ ଆଦି ପ୍ରକଳ୍ପ ସାମିଲ ଅଛି।
from Odisha Reporter http://bit.ly/2CMtDj3
No comments:
Post a Comment