
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହରଦୋଇଠାରେ ଥିବା ଶ୍ରବଣ ଦେବୀ ମନ୍ଦିରରେ ବିଜେପି ବିଧାୟକ ନୀତୀନ ଅଗ୍ରୱାଲ ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ। ଏହା ଏକ ମନ୍ଦିର କାର୍ଯ୍ୟକ୍ରମ ହୋଇଥିବାରୁ ହଜାର ହଜାର ଶ୍ରଦ୍ଧାଳୁ ଏବଂ ବିଜେପି କର୍ମୀ ଯୋଗ ଦେଇଥିଲେ। ଲୋକମାନଙ୍କ ପାଇଁ ବିଧାୟକଙ୍କ ପକ୍ଷରୁ ଖାଇବା ପ୍ୟାକେଟ୍ ବଣ୍ଟା ଯାଇଥିଲା।
ତେବେ ଧାଡ଼ିରେ ଛିଡ଼ା ହୋଇ ଖାଇବା ପ୍ୟାକେଟ ନେଇ ତାକୁ ଖୋଲିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ପ୍ୟାକେଟ୍ ଭିତରେ ପୁରି ଓ ତରକାରୀ ସହ ମଦ ବୋତଲ ଦିଆଯାଇଥିଲା।
ପ୍ରଥମେ ଏହାକୁ କେହି ବିଶ୍ୱାସ କରିପାରି ନଥିଲେ। ମନ୍ଦିର କାର୍ଯ୍ୟକ୍ରମରେ ଏଭଳି ମଦ ବୋତଲ ଦିଆଯିବାର ଅର୍ଥ କ’ଣ ବୋଲି ସମସ୍ତେ ପଚାରି ଥିଲେ। ଏହି ସମୟରେ ନିକଟରେ ସମାଜବାଦୀ ପାର୍ଟି ଛାଡ଼ି ବିଜେପି ଯୋଗଦେଇଥିବା ନରେଶ ଅଗ୍ରୱାଲ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ବିଧାୟକ ନୀତୀନ ହେଉଛନ୍ତି ନରେଶ ଅଗ୍ରୱାଲଙ୍କ ପୁଅ।
ହରଦୋଇ ସାଂସଦ ଏହି ଘଟଣାରକୁ ଦୁର୍ଭାଗ୍ୟଜନକ ବୋଲି କହିବା ସହ ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି। ନରେଶ ଅଗ୍ରୱାଲ ମଧ୍ୟ ଏହାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି। ଧାର୍ମିକ ସଂସ୍କାର ପାଇଁ ଏଭଳି ମନ୍ଦିର ପାଖରେ କାର୍ଯ୍ୟକ୍ରମ କରାଯାଇଥିଲା। କିନ୍ତୁ ଖାଦ୍ୟ ପ୍ୟାକେଟ୍ରୁ ଏଭଳି ମଦ ବୋତଲ ବାହାରିବା ନିଶ୍ଚିତ ନିନ୍ଦାର ବିଷୟ ବୋଲି ନରେଶ ଅଗ୍ରୱାଲ କହିଛନ୍ତି।
ଏବେ ଏହି ଫଟୋ ସୋଶାଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
from Odisha Reporter http://bit.ly/2AAbl2N
No comments:
Post a Comment