ନବୀନଙ୍କୁ ଟକ୍କର ଦେବାକୁ ଗଠନ ହେବ ବିଜେଡି ବିରୋଧୀ ମହାମେଣ୍ଟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 4, 2019

ନବୀନଙ୍କୁ ଟକ୍କର ଦେବାକୁ ଗଠନ ହେବ ବିଜେଡି ବିରୋଧୀ ମହାମେଣ୍ଟ !

mahamenta

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ବିଜେଡି ଓ ନବୀନ ପଟ୍ଟନାୟକଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ବିଭିନ୍ନ ପ୍ରସଙ୍ଗରେ ରାଜ୍ୟବାସୀଙ୍କ ନିକଟରେ ଧୀରେ ଧୀରେ ନିଜର ବିଶ୍ୱସନୀୟତା ହରାଉଥିବା ବିଜେଡି ପାଇଁ ଏବେ କାଳ ସାଜିପାରେ ‘ମହାମେଣ୍ଟ’। ନିର୍ବାଚନ ପୂର୍ବରୁ ରାଜ୍ୟରେ ଏହି ମହାମେଣ୍ଟ ଗଢ଼ାଯିବାର ସମ୍ଭାବନା ବେଶ ଉଜ୍ଜ୍ୱଳ। ବିଜେଡି ବିରୋଧରେ ଏକାଠି ହେବେ କିଛି ଆଞ୍ଚଳିକ ଦଳ ଓ ବରିଷ୍ଠ ନେତା। ଏଭଳି ସଙ୍କେତ ଦେଇଛନ୍ତି ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ।

ତେବେ ଏହି ମହାମେଣ୍ଟ ଓ ବିଜେଡି ବିରୋଧୀ ଲଢ଼େଇରେ କଂଗ୍ରେସ ରହିବ ନାହିଁ ବୋଲି ଖାରବେଳ ସ୍ପଷ୍ଟ କରିଥିବା ବେଳେ ବିଜେପିକୁ ନେଇ କିଛି କଥାବାର୍ତ୍ତା ଆରମ୍ଭ ହୋଇନାହିଁ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ୭ ତାରିଖରେ ତାଙ୍କର ସଦ୍ୟ ପ୍ରକାଶିତ ବହି ‘ଲ୍ୟୁଟେନ୍ସ ମାଭରିକ’ର ଉନ୍ମୋଚନ ପରେ ଯାହା କିଛି ହୋଇପାରେ ବୋଲି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିବା ପରେ ମହାମେଣ୍ଟ ପରିକଳ୍ପନାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି।

ବୈଜୟନ୍ତ ପଣ୍ଡା, ଦାମୋଦର ରାଉତ, ଖାରବେଳ ସ୍ୱାଇଁ ଏବଂ ବ୍ରଜ କିଶୋର ତ୍ରିପାଠୀଙ୍କ ଭଳି ଭେଟରାନ୍‌ ନେତାଙ୍କୁ ନେଇ ଗଠନ ହୋଇପାରେ ଏହି ମହାମେଣ୍ଟ। ଏଭଳି କିଛି ସଙ୍କେତ ଦେଇଛନ୍ତି ଖାରବେଳ। ହେଲେ ବିଜେଡି ଯିବା ନେଇ ଚର୍ଚ୍ଚା ଚାଲିଥିବା ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟଙ୍କୁ ଏହି ନୂଆ ସମୀକରଣରେ ସାମିଲ କରାଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଖାରବେଳ।

ଖାରବେଳ କହିଛନ୍ତି, “ଯଦି ଏହି ସାମ୍ମୁଖ୍ୟ ହୁଏ ତେବେ ତାହା କଂଗ୍ରେସ ସହ ବୁଝାମଣା କରିବ ନାହିଁ। ଆଉ ଯଦି ବିଜେପି, ବିଜେଡି ବିରୋଧରେ ନିଜର ଆଭିମୁଖ୍ୟ କଠୋର କରେ ତେବେ ବିଚାର କରାଯାଇପାରେ। କିନ୍ତୁ ଏପର୍ଯ୍ୟନ୍ତ ବିଜେପି ସହ ଆଲୋଚନା କରାଯାଇନାହିଁ।” ଦୁର୍ନୀତି, ଭ୍ରଷ୍ଟାଚାରକୁ ଆୟୁଧ କରି ଏହି ମହାମେଣ୍ଟ ବିଜେଡି ବିରୋଧରେ ଲଢ଼ିବ ବୋଲି ଖାରବେଳ କହିଛନ୍ତି।

ସେହିପରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ଦୁର୍ନୀତି, ଭ୍ରଷ୍ଟାଚାର, ଗଣ ଦୁଷ୍କର୍ମ ପ୍ରସଙ୍ଗ ଆଜି ଉଠାଇଛନ୍ତି। ଓଡିଶାରେ ଭ୍ରଷ୍ଟାଚାର, ହିଂସାକାଣ୍ଡ ବଢୁଛି। ଓଡ଼ିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଯିଏ ଏସବୁ ବିରୋଧରେ ଲଢ଼ିବ ମୁଁ ତାଙ୍କୁ ସହଯୋଗ କରିବି ବୋଲି ବୈଜୟନ୍ତ କହିଛନ୍ତି। ସେ ଆହୁରି କହିଛନ୍ତି, “ଓଡ଼ିଶାରେ ପରିବର୍ତ୍ତନ ଦରକାର।

ଦାମୋଦର ରାଉତ କହିଛନ୍ତି, “ଖାରବେଳ ସ୍ୱାଇଁ ଚେଷ୍ଟା କରୁଛନ୍ତି, ସମସ୍ତେ ଏକାଠି ହୋଇ ଏକ ଦଳ ଗଠନ କରନ୍ତୁ। ରାଜ୍ୟର ଦୁର୍ନୀତି ଓ ଭ୍ରଷ୍ଟାଚାରର ବିଷ ବଳୟରେ ଲୋକେ ଯେଉଁ ଛଟପଟ ହେଉଛନ୍ତି, ସେଥିରୁ ଲୋକେ ଉଦ୍ଧାର ଆପାନ୍ତୁ। ସେ ଉଚିତ କଥା କହୁଛନ୍ତି।

ଏହାରି ଭିତରେ ବିଜେପି ମଧ୍ୟ ନିଜ ପ୍ରତିକ୍ରିୟା ରଖିଛି। ବରିଷ୍ଠ ବିଜେପି ନେତା ପ୍ରତାପ ଷଡ଼ଙ୍ଗୀ କହିଛନ୍ତି, “୪ଟି ଲାଙ୍ଗୁଡ଼ ମିଶାଇ ଦେଲେ ଗୋଟିଏ ସିଂହ ହୋଇଯାଏନି। ଏହାର କୌଣସି ସମ୍ଭାବନା ନାହିଁ। ଓଡ଼ିଶାରେ ବର୍ତ୍ତମାନ ଦୁଇଟି ମୁଖ୍ୟ ଦଳ ବିଜେପି, ବିଜେଡି। କଂଗ୍ରେସ ତୃତୀୟ ଶକ୍ତି। ଅନ୍ୟମାନେ ଓଡ଼ିଶା ରାଜନୀତିରେ ଦୃଶ୍ୟମାନ ନାହାନ୍ତି।”

ବିଜେଡି ମଧ୍ୟ ଏହାକୁ ନେଇ ସଫେଇ ଦେଇଛି। ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି, “ସେ ବୈଜୟନ୍ତ ବାବୁ ହୁଅନ୍ତୁ କି ଦାମ ବାବୁ ହୁଅନ୍ତୁ, ଯିଏ ବିଜେଡିରୁ ଯାଇଛନ୍ତି, ତିଷ୍ଠି ନାହାନ୍ତି। ସେ ମେଣ୍ଟ ନୁହେଁ ଗୋଳିଆ ଘାଣ୍ଟ। ଏହାର ପ୍ରଭାବ କ’ଣ ରହିବ ?”

ଅନ୍ୟପକ୍ଷରେ ରାଜନୀତିକ ସମୀକ୍ଷକମାନେ ମହାମେଣ୍ଟକୁ ଗୁରୁତ୍ଵର ସହ ନେଉଛନ୍ତି। ଯଦି ଏହା ସମ୍ଭବ ହେବ, ତେବେ ବିଜେଡି ପାଇଁ ତାହା ଭଲ ନୁହେଁ ବୋଲି ସେମାନେ ମତ ରଖିଛନ୍ତି।



from Odisha Reporter http://bit.ly/2CNL9U2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages