ପାରାକୁ ବଞ୍ଚାଇବା ପାଇଁ ଅଟକିଲା ଟ୍ରେନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

ପାରାକୁ ବଞ୍ଚାଇବା ପାଇଁ ଅଟକିଲା ଟ୍ରେନ୍‌

ମୁମ୍ୱାଇ: ଗୁଡ଼ିର ସୁତା ଲାଗି ଆଘାତ ପାଇଥିବା ଏକ ପାରାର ଜୀବନ ବଞ୍ଚାଇବା ପାଇଁ ମୁମ୍ବାଇସ୍ଥିତ ପଶ୍ଚିମ ରେଳବାଇ ତା’ର ଟ୍ରେନ୍‌ ସେବାକୁ ୫ ମିନିଟ୍‌ ଯାଏ ଅଟକାଇ ଦେଇଛି। ଏହି ଖବରଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ଭାରତୀୟ ରେଳବାଇକୁ ତା’ର କାମ ପାଇଁ ଏବେ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି।

ସୂଚନା ଅନୁସାରେ, ଗତ ବୁଧବାର ଅର୍ଥାତ୍‌ ଜାନୁଆରୀ ୧୬ ତାରିଖରେ ମୁମ୍ୱାଇର ଗୋରେଗାଓଁ ରେଳ ଷ୍ଟେସନ୍‌ରେ ଏକ ଆଘାତପ୍ରାପ୍ତ ପାରାକୁ ଦେଖିବାକୁ ମିଳିଥିଲା। ପାରାଟି ରେଲୱେ ବିଦ୍ୟୁତ୍‌ ତାରରେ ଫସି ରହିଥିବା ଦେଖିବାକୁ ମିଳିଥିଲା।


ଏହା ପରେ କେହି ଜଣେ ଡେପୁଟି ଷ୍ଟେସନ୍‌ ମାଷ୍ଟର୍‌ଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପାରାଟି ଏକ ଗୁଡ଼ିର ମାଞ୍ଜା ସୂତାରେ ଗୁଡ଼େଇ ହୋଇ ରେଲୱେ ବିଦ୍ୟୁତ ତାରରେ ଝୁଲି ରହିଥିଲା। ଏହା ପରେ ତୁରନ୍ତ ରେଲୱେର ସମସ୍ତ ବିଦ୍ୟୁତ୍‌ ସରବରାହକୁ କିଛି ସମୟ ପାଇଁ ବନ୍ଦ କରାଯାଇଥିଲା ଏବଂ ଟ୍ରେନ୍‌ ଚଳାଚଳକୁ ପ୍ରାୟ ୫ ମିନିଟ୍‌ ଯାଏ ସ୍ଥଗିତ ରଖାଯାଇଥିଲା। ହଠାତ୍‌ ଟ୍ରେନ୍‌ ଅଟକି ରହିବା କାରଣରୁ କିଛି ଯାତ୍ରୀ ମଧ୍ୟ ଭୟଭୀତ ହୋଇ ପଡ଼ିଥିଲେ। ତେବେ ଆହତ ପାରାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା।

ଏ ସମ୍ପର୍କରେ ମୁମ୍ବାଇସ୍ଥିତ ୱେଷ୍ଟର୍ଣ୍ଣ ରେଲୱେର ମୁଖ୍ୟ ପିଆର୍‌ଓ ରବିନ୍ଦର ଭାକଡ କହିଛନ୍ତି ଯେ “ଆଘାତ ପାଇଥିବା ପାରାକୁ ସକାଳ ୧୦ଟା ୨୮ ମିନିଟ୍‌ରେ ଦେଖିବା ପରେ ୧୦ଟା ୩୩ ମିନିଟ୍‌ ପର୍ଯ୍ୟନ୍ତ ରେଲୱେର ସମସ୍ତ ବିଦ୍ୟୁତ୍‌ ସପ୍ଲାଏ ବନ୍ଦ କରାଯାଇଥିଲା ଏବଂ ଫାୟାର୍‌ ବ୍ରିଗେଡ୍‌ ସାହାଯ୍ୟରେ ପାରାଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଥିଲା।“
ଭାରତୀୟ ରେଲୱେର ଏହି କାର୍ଯ୍ୟକୁ ଦେଶବ୍ୟାପୀ ପ୍ରଶଂସା କରାଯାଇଛି।



from Odisha Reporter http://bit.ly/2HpK7Su

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages