୬ରୁ ଜୋରଦାର ଲଢ଼େଇ କରିବ ଚାଷୀ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 20, 2019

୬ରୁ ଜୋରଦାର ଲଢ଼େଇ କରିବ ଚାଷୀ ସଂଗଠନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ପ୍ରତ୍ୟାଖ୍ୟାନ କରିଥିବା ନବନିର୍ମାଣ କୃଷକ ସଂଗଠନ ଆସନ୍ତା ଫେବୃୟାରୀ ମାସ ୬ତାରିଖରୁ ଅନବରତ ଲଢ଼େଇ କରିବ ବୋଲି ଘୋଷଣା କରିଛି। ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ଆଗାମୀ ଦିନରେ ଅର୍ଥନୀତିକ ଅବରୋଧ କରିବା ସହ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିବ ବୋଲି ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ଆବାହକ ଅକ୍ଷୟ କୁମାର କହିଛନ୍ତି ଯେ, ଅକ୍ଟୋବର ୨୯ରୁ ନଭେମ୍ବର ୫ ତାରିଖ ପର୍ଯ୍ୟନ୍ତ ଚାଷୀମାନେ ଐତିହାସିକ ପଦଯାତ୍ରା ଯୋଗୁ ରାଜ୍ୟ ସରକାର ମନ୍ତ୍ରିସ୍ତରୀୟ କମିଟି ଗଠନ କଲେ। ଏହି କମିଟି ୨ଥର ବୈଠକ କଲା, କିନ୍ତୁ ଚାଷୀ ସଂଗଠନର ଦାବି ଉପରେ କୌଣସି ଠୋସ୍ ପଦକ୍ଷେପ ନିଆଗଲାନି। ଓଲଟା ‘କାଳିଆ’ ଯୋଜନା କରି ଚାଷୀଙ୍କ ଦାବିକୁ ସରକାର ଏଡ଼ାଇଗଲେ। ଅନ୍ୟ ରାଜ୍ୟ ସରକାରମାନେ ଯେଭଳି ଚାଷୀଙ୍କ ଦାବିକୁ ବିଚାରକୁ ନେଇ ନିଷ୍ପତ୍ତି ନେଇଛନ୍ତି ଓଡ଼ିଶା ସରକାର ସେଭଳି ପଦକ୍ଷେପ ନିଅନ୍ତୁ ବୋଲି ନବନିର୍ମାଣ କୃଷକ ସଂଗଠନ ଦାବି କରିଛି।

ସଂଗଠନ ପୂର୍ବରୁ ଚାଷୀ ସୁରକ୍ଷା ଭତ୍ତା ଦାବି କରିଆସୁଛି । ରାଜ୍ୟରେ ୩୬ଲକ୍ଷ ଚାଷୀଙ୍କ ପାଇଁ ୫ହଜାର ଟଙ୍କା ଲେଖାଏ ସୁରକ୍ଷା ଭତ୍ତା ବର୍ଷକୁ ୨୧ହଜାର ୬୦୦ କୋଟି ଟଙ୍କା ବଜେଟରେ ବ୍ୟବସ୍ଥା କରିବା ପାଇଁ ସଂଗଠନ ଦାବି କରୁଛି। ସରକାର ତୁରନ୍ତ ଅଧ୍ୟାଦେଶ ମାଧ୍ୟମରେ ଏହି ବଜେଟ୍ ବ୍ୟବସ୍ଥା କରନ୍ତୁ, ନଚେତ୍ ଫେବୃୟାରୀ ୬ ତାରିଖରୁ ବିଶାଳ ଚାଷୀ ସମାବେଶ, ଅର୍ଥନୀତିକ ଅବରୋଧ ଓ ସବୁସ୍ତରରେ ଲଢ଼େଇ କରାଯିବ ବୋଲି ନବନିର୍ମାଣ କୃଷକ ସଂଗଠନ ଚେତାବନୀ ଦେଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଶେଷଦେବ ନନ୍ଦଙ୍କ ସମେତ ଅନ୍ୟ ବରିଷ୍ଠ କର୍ମକର୍ତ୍ତା ଉପସ୍ଥିତ ଥିଲେ।



from Odisha Reporter http://bit.ly/2RQCnNx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages