
ନୂଆଦିଲ୍ଲୀ: ସୋନିଆ ନନ୍ଦିନୀ ପ୍ରିୟଙ୍କା ଗାନ୍ଧି ଭଦ୍ରା ରାଜନୀତିରେ ଲମ୍ଫ ଦେବାକଥା ଭାଇ ରାହୁଲ ଗାନ୍ଧି ଔପଚାରିକ ଘୋଷଣା କରିସାରିଥିବାବେଳେ ଆସନ୍ତା ଫେବୃଆରୀ ୪ ତାରିଖରୁ ସେ ସକ୍ରିୟ ଭାବରେ ଇନିଂସ୍ ଆରମ୍ଭ କରିବା ଚର୍ଚ୍ଚା ହେଉଛି। ଉତ୍ତରପ୍ରଦେଶର ସବୁଠାରୁ ବଡ଼ ଉତ୍ସବ କୁହାଯାଉଥିବା କୁମ୍ଭମେଳା ଅବସରରେ ସେ ଗଙ୍ଗା ନଦୀରେ ପବିତ୍ର ବୁଡ଼ ପକାଇ ହିନ୍ଦୁତ୍ୱ ଅବତାରରେ ରାଜନୀତିକୁ ଓହ୍ଲାଇବା ନେଇ ଆଇଏଏନ୍ଏସ୍ରେ ଏକ ରିପୋର୍ଟ ପ୍ରକାଶ ପାଇଛି।
ସେ ଲକ୍ଷ୍ନୌଠାରେ ତାଙ୍କ ଭାଇ ତଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ସହିତ ମିଶି ଏକ ସାମ୍ବାଦିକ ସମ୍ମିଳନୀ କରିବେ। ସେହିଦିନ ହିଁ ମୌନୀ ଅମାବାସ୍ୟା ହୋଇଥିବାରୁ ‘ଦ୍ୱତୀୟ ସାହି ସ୍ନାନ’ ଅବସରରେ ପ୍ରୟାଗରାଜସ୍ଥିତ ସଙ୍ଗମସ୍ଥଳୀରେ ସେ ବୁଡ଼ ପକାଇବେ ଏବଂ ଏହାପରେ କାର୍ଯ୍ୟକ୍ରମରେ ଯୋଗଦେବେ। ସେହିଦିନ ବୁଡ଼ ପକାଇବା ଅସମ୍ଭବ ହେଲେ ୧୦ ତାରିଖ ଅର୍ଥାତ ବସନ୍ତ ପଞ୍ଚମୀ ଦିନ ସେ ତୃତୀୟ ସାହି ସ୍ନାନରେ ବୁଡ଼ ପକାଇବେ।
୨୦୦୧ ମସିହାରେ ପ୍ରିୟଙ୍କାଙ୍କ ମା ସୋନିଆ ଗାନ୍ଧି କୁମ୍ଭମେଳାରେ ଯୋଗ ଦେଇ ସେଠାରେ ବୁଡ଼ ପକାଇଥିଲେ। ପ୍ରିୟଙ୍କା ବିଜେପିର ଗଡ଼ କୁହାଯାଉଥିବା ପୂର୍ବ ଉତ୍ତରପ୍ରଦେଶ ଅଞ୍ଚଳର ପ୍ରଚାର ଦାୟିତ୍ୱ ନେବେ। ସେହି ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ବାଚନ ମଣ୍ଡଳୀ ‘ବାରଣାସୀ’ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନମଣ୍ଡଳୀ ମଧ୍ୟ ଅଛି। ପଶ୍ଚିମଭାଗର ଦାୟିତ୍ୱ ଜ୍ୟୋତିରାଦିତ୍ୟ ସିନ୍ଧିଆ ନେଇଛନ୍ତି।
from Odisha Reporter http://bit.ly/2Tg0T81
No comments:
Post a Comment