କୂଅ ଭିତରୁ ମିଳିଲା ନିଖୋଜ ମାଆ ଓ ତାଙ୍କ ୪ ପିଲାଙ୍କ ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

କୂଅ ଭିତରୁ ମିଳିଲା ନିଖୋଜ ମାଆ ଓ ତାଙ୍କ ୪ ପିଲାଙ୍କ ମୃତଦେହ

ବଣାଇ (ରଞ୍ଜିତ ଚୌଧୁରୀ): ମାଆ ଓ ତାଙ୍କର ୪ ପୁଅ-ଝିଅଙ୍କ ରହସ୍ୟଜନକ ମୃତ୍ୟୁ ହୋଇଛି। ଏମାନଙ୍କ ମୃତଦେହ ଏକ କୂଅରୁ ଉଦ୍ଧାର କରାଯାଇଛି। ପାରିପାର୍ଶ୍ୱିକ ସ୍ଥିତି ଓ ପ୍ରାଥମିକ ତଦନ୍ତରୁ ଗୁଣିଗାରେଡିକୁ କେନ୍ଦ୍ର କରି ୫ ଜଣଙ୍କୁ ହତ୍ୟା କରାଯାଇ କୂଅରେ ଫିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି। ଏଭଳି ଭୟଙ୍କର, ବୀଭତ୍ସ ଓ ବର୍ବର କାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଛି।

ଇନ୍ଦୁପୁର ଗାଁରେ ବାସ କରନ୍ତି ସୁଦାମ ମୁଣ୍ଡ। ସେ ପେସାରେ ଜଣେ ଗାଡ଼ି ଚାଳକ। ସେଥିରୁ ଯାହା ଉପାର୍ଜନ କରନ୍ତି, ସେଥିରେ ଚଳେ ତାଙ୍କର ପରିବାର। ପରିବାର କହିଲେ ପତ୍ନୀ ମାଙ୍ଗିରି ମୁଣ୍ଡା ଓ ୪ ପୁଅ-ଝିଅ। ଗତକାଲି ଅପରାହ୍ନ ୪ଟା ବେଳେ ସୁଦାମ ଘରକୁ ଫେରିଥିଲେ। ହେଲେ ଘରେ ପରିବାର ଲୋକ କେହି ନଥିଲେ। ଘର ଭିତରେ ଭଙ୍ଗାରୁଜା ହୋଇଥିବା ବେଳେ ରକ୍ତ ଛିଟା ପଡ଼ିଥିଲା। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ରାତି ହୋଇଯିବାରୁ ତଦନ୍ତରେ ବାଧା ସୃଷ୍ଟି ହୋଇଥିଲା।

ଆଜି ସକାଳେ ପୁଲିସ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ସହାୟତାରେ ସୁଦାମଙ୍କ ପରିବାର ଲୋକଙ୍କ ସମ୍ପର୍କରେ ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ଘରଠାରୁ କିଛି ଦୂରରେ ଏକ ପରିତ୍ୟକ୍ତ କୂଅ ପାଖରେ ଶଙ୍ଖା ଓ ରକ୍ତର ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ସୁଦାମଙ୍କ ପରିବାର ଲୋକଙ୍କ ହତ୍ୟା କରାଯାଇଥିବା ସନ୍ଦେହ କରି ପୁଲିସ ମାଜିଷ୍ଟ୍ରେଟ୍‌ଙ୍କ ଉପରେ କୂଅର ଢ଼ାଙ୍କୁଣି କାଢ଼ିଥିଲା।

କୂଅ ଭିତରେ ପାଣିରେ ଭାସୁଥିବା ଅବସ୍ଥାରେ ମାଆ ଓ ବଡ଼ଝିଅଙ୍କ ମୃତଦେହକୁ ଉଦ୍ଧାର କରିଥିଲା ପୁଲିସ। ପରେ ଅନ୍ୟ ୩ ଭାଇ ଓ ଉଭଣୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଥିଲା। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ମିଳିଥିବା ସୂଚନା ଅନୁଯାୟୀ, ଜଣେ ଶିଶୁର ମୃତ୍ୟୁ ପରଠୁ ଏହି ମୁଣ୍ଡା ପରିବାର ଉପରେ ଗୁଣିଗାରେଡିକୁ ନେଇ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ ପଡ଼ୋଶୀ ପରିବାର। ଏଥିପାଇଁ ପ୍ରତିଶୋଧ ନେବାକୁ ବ୍ଲୁ ପ୍ରିଣ୍ଟ ତିଆରି କରିଥିଲେ। ଆଉ ସ୍ୱାମୀ ଓ ଶ୍ୱଶୁରଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଗୁରୁବାର ରାତିରେ ସୁଦାମ ମୁଣ୍ଡାଙ୍କ ଘରେ ପଶିଥିଲେ ୪ରୁ ୫ ଜଣ ବ୍ୟକ୍ତି। ରାତି ଅଧରେ ସମସ୍ତଙ୍କୁ ସେମାନେ ଆକ୍ରମଣ କରି ଘରଠୁ ୨୦୦ ମିଟର ଦୂରରେ ଥିବା ଏକ ମୁହଁ ବନ୍ଦ କୂଅ ଭିତରେ ଜଣଙ୍କ ପରେ ଜଣଙ୍କ ମୃତଦେହ ଆଣି ଫିଙ୍ଗି ଦେଇଥିବା ଆଶଙ୍କା କରାଯାଉଛି।

ଯଦି ଏହା ହତ୍ୟାକାଣ୍ଡ ତେବେ କାହିଁକି ତାଙ୍କୁ ହତ୍ୟାକରାଗଲା? ହତ୍ୟା ପଛର ଅସଲ କାରଣ କଣ? ସେନେଇ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ନେଇ କୋଇଡା ପୁଲିସ ଘଟଣାର ଖୋଳତାଡ଼ କରୁଛି।

ବଡ଼ଭାଇ ଟାଙ୍ଗୁରୁ ମୁଣ୍ଡାଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ତଥା ନିଜ ଭାଉଜଙ୍କୁ ବିବାହ କରିଥିଲେ ସୁଦାମ। ପୂର୍ବରୁ ବଡ଼ଭାଇଙ୍କ ଗୋଟିଏ ଝିଅ ଥିବା ବେଳେ ସୁଦାମଙ୍କ ଔରସରୁ ଜନ୍ମନେଇଥିଲେ ୨ ପୁଅ ଓ ଜଣେ ଝିଅ। ତେବେ ଏଭଳି ଅଭାବନୀୟ ଘଟଣା ପଛର ଅସଲ କାରଣ କଣ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।



from Odisha Reporter http://bit.ly/2FNcjNH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages