ମାହାଙ୍ଗାରେ କଡ଼ ଲେଉଟାଉଛି କଂଗ୍ରେସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ମାହାଙ୍ଗାରେ କଡ଼ ଲେଉଟାଉଛି କଂଗ୍ରେସ!

congress

ସାଲେପୁର(ମନୋଜ ଆଚାର୍ଯ୍ୟ): ଶେଷରେ କୋମାରୁ ଉଠିଛି କଂଗ୍ରେସ! କଟକ ଜିଲ୍ଲାର ମାହାଙ୍ଗା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଏବେ କଡ଼ ଲେଉଟାଉଥିବା ଆଲୋଚନା ହେଉଛି। ମାହାଙ୍ଗା କୁଆଁପାଳ ପସୁଲୁଣ୍ଡାଠାରେ କଂଗ୍ରେସ ନେତା ଦେବେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ, ସାଲେପୁର ବିଧାୟକ ପ୍ରକାଶ ବେହେରା ପ୍ରମୁଖ ଯୋଗଦେଇଥିଲେ।

ଦେବେନ୍ଦ୍ର ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସମ୍ପାଦକ ଦାୟିତ୍ୱ ନେବା ପରେ ଏବେ ମାହାଙ୍ଗାରେ ନିର୍ବାଚନ ଲଢ଼ିବା ପାଇଁ କଂଗ୍ରେସ ବସ୍‌ରେ ବସିଛନ୍ତି। ମୁଖିଆ ତାଙ୍କୁ ଇସାରା ଦେଇଛନ୍ତି ବୋଲି ସେ କହିଛନ୍ତି। ହେଲେ ମାହାଙ୍ଗାରେ ଆଉ ଜଣେ ଆଶାୟୀ ଥିବାରୁ କିଏ ଟିକେଟ ପାଇବ, ତାକୁ ନେଇ ଦଳୀୟ କର୍ମୀ ଆଶଙ୍କାରେ ରହିଛନ୍ତି।

ସେପଟେ କଂଗ୍ରେସର ଭେଟେରାନ ନେତା ତଥା ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ ସ୍ୱାସ୍ଥ୍ୟଗତ କାରଣରୁ ଆଉ ଟିକେଟ ଦୌଡ଼ରେ କିମ୍ବା ପ୍ରତ୍ୟକ୍ଷ ରାଜନୀତିରେ ରହିବେନି ବୋଲି ସ୍ପଷ୍ଟ ହୋଇଛି। ଏନେଇ ଉଭୟ ଚିରଞ୍ଜୀବ ଓ ଶ୍ରୀ ଅଲ୍ଲୀଙ୍କ ପୁଅ ସ୍ପଷ୍ଟ କରିଛନ୍ତି। ତେବେ ମାହାଙ୍ଗାରେ କଂଗ୍ରେସର ଜଣେ ନୂଆ ମୁହଁ ପ୍ରାର୍ଥୀ ହେବା ଏକପ୍ରକାର ସ୍ପଷ୍ଟ ହୋଇଛି।



from Odisha Reporter http://bit.ly/2RF2XJ9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages