ମୋଦିଙ୍କର ଏହି ୪ଟି ମେଗା ଅସ୍ତ୍ର ବିଷୟରେ କେହି ଟେର୍‌ ପାଇଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 10, 2019

ମୋଦିଙ୍କର ଏହି ୪ଟି ମେଗା ଅସ୍ତ୍ର ବିଷୟରେ କେହି ଟେର୍‌ ପାଇଲେନି

ନୂଆଦିଲ୍ଲୀ:୨୦୧୪ରେ ବିଜେପି ବହୁମତ ପାଇ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ଶାସନକୁ ଆସିଥିଲା ଏନ୍‌ଡିଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ କାଳରେ ଅନେକ ଐତିହାସିକ ଘଟଣା ଘଟିଛି। ଆଉ ୩ ମାସ ପରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ହେଲେ ମୋଦି ତାଙ୍କ ଶାସନକାଳରେ  କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଚର୍ଚ୍ଚାକୁ ଆସିଛନ୍ତି। ତେବେ ସେଥିରେ ଏମିତି ୪ଟି ନିଷ୍ପତ୍ତି ରହିଛି ଯାହା ମୋଦି ସରକାରଙ୍କ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି। ଯେଉଁ ନିଷ୍ପତ୍ତିର ପରିଣାମ ପଦାକୁ ଆସିବା ପୂର୍ବରୁ କେହି ଟେର୍‌ ମଧ୍ୟ ପାଇ ନଥିଲେ। ଆସନ୍ତୁ ଜାଣିବା ସେହି ବଳିଷ୍ଠ ପଦକ୍ଷେପ ବିଷୟରେ।

ରାଫେଲ ଡିଲ୍‌: ସେନାର ଆବଶ୍ୟକତା ପୂରଣ ପାଇଁ ଯୁଦ୍ଧ ବିମାନ ସଉଦା ପାଇଁ ୟୁପିଏ ସରକାର ସମୟରେ ୨୦୧୨ରେ ରାଫେଲ ଡିଲ୍‌ ପ୍ରୟାସ ଆରମ୍ଭ ହୋଇଥିଲା। ଏହି ଡିଲ୍‌କୁ ଫାଇନାଲ କରିବାରେ ୟୁପିଏ ସରକାର ବିଫଳ ହୋଇଥିଲା। ହେଲେ ୨୦୧୪ରେ ମୋଦି ସରକାର ଆସିବା ପରେ ଏହି ଡିଲକୁ ନେଇ ତତ୍ପରତା ପ୍ରକାଶ ପାଇଥିଲା। ଆଉ ଫ୍ରାନ୍ସ ସରକାରଙ୍କ ସହ ବିମାନ କିଣା ନେଇ ଫାଇନାଲ ହୋଇଥିଲା। ଯାହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।

ସର୍ଜିକାଲ ଷ୍ଟ୍ରାଇକ୍‌: ୨୦୧୬ ସେପ୍ଟେମ୍ବର ୨୮ ତାରିଖ ରାତିରେ  ପାକ୍‌ ଅଧିକୃତ ଅଞ୍ଚଳରେ  ଭାରତ ସର୍ଜିକାଲ ଷ୍ଟ୍ରାଇକ କରି ସାରା ବିଶ୍ୱକୁ ଚମକାଇଦେଇଥିଲା। LoC ଅତିକ୍ରମ କରି ପାକ୍ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରି ତାକୁ ଧ୍ୱଂସ କରିଦେଇଥିଲେ ଭାରତୀୟ କମାଣ୍ଡୋ। ଉରି ଆତଙ୍କବାଦୀ ଆକ୍ରମଣ ପରେ ପରେ ଭାରତୀୟ ସେନା ଏହି ସର୍ଜିକାଲ ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା। ନିହତ ହୋଇଥିଲେ ୩୦ରୁ ୪୦ଜଣ ଆତଙ୍କବାଦୀ। ଆଉ ୨୯ ତାରିଖ ଦିନ ହଠାତ୍‌ ସାମ୍ବାଦିକ ସମ୍ମିଳନୀ କରି ତତ୍କାଳୀନ ଡିଜିଏମଓ ରଣବୀର ସିଂହ ଏ ବିଷୟରେ ସୂଚନା ଦେଇଥିଲେ। ଯାହାକୁ ନେଇ ସାରା ବିଶ୍ୱ ଚକିତ ହୋଇଯାଇଥିଲା।

ନୋଟ୍‌ ବନ୍ଦୀ: କଳାଧନ ଉପରେ ରୋକ୍‌ ଲଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୋଟ୍‌ ବନ୍ଦୀ ନିଷ୍ପତ୍ତି ଆଉ ଏକ ଚକିତ କରିଦେବା ଭଳି ପଦକ୍ଷେପ ଥିଲା। ଯାହା ବିଷୟରେ କେହି ଟେର ପାଇ ନଥିଲେ।୨୦୧୬ ନଭେମ୍ବର ୮ରେ ରାତି ୮ଟାରେ ପ୍ରଧାନମନ୍ତ୍ରୀ ମୋଦି ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ୍‌କୁ ଅଚଳ କରିଦେଇଥିଲେ।

ଗରିବଙ୍କୁ ଆରକ୍ଷଣ: ଏବେ ସାଧାରଣ ବର୍ଗର ଗରିବଙ୍କୁ ୧୦ ପ୍ରତିଶତ ଆରକ୍ଷଣ ସୁବିଧା ମୋଦିଙ୍କର ଆଉ ଏକ ମାଷ୍ଟର ଷ୍ଟ୍ରୋକ୍‌ ବୋଲି କୁହାଯାଉଛି। ଜାନୁଆରୀ ୭ ରାତିରେ କ୍ୟାବିନେଟ ବୈଠକରେ ଏବାବଦରେ ନିଷ୍ପତ୍ତି ହେବା ପରେ ତୁରନ୍ତ ଏହି ବିଲ୍ ଉଭୟ ଲୋକସଭା ଓ ରାଜ୍ୟ ସଭାରେ ଉପସ୍ଥାପନ କରି ପାସ୍‌ କରାଯାଇଛି।



from Odisha Reporter http://bit.ly/2SJyIy0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages