ଟି-୨୦ ରେକର୍ଡ: ୧୪ ରନ୍‌ରେ ପୂରା ଟିମ୍‌ ଅଲଆଉଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 14, 2019

ଟି-୨୦ ରେକର୍ଡ: ୧୪ ରନ୍‌ରେ ପୂରା ଟିମ୍‌ ଅଲଆଉଟ୍‌

ବ୍ୟାଙ୍କକ : ଟି-୨୦ ଭଳି ଫଟାଫଟ କ୍ରିକେଟ୍‌ରେ କେବେ କୌଣସି ଦଳ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବା ଶୁଣିଛନ୍ତି କି? ତେବେ ଏମିତି ଏକ ବିରଳ ରେକର୍ଡ ଟି-୨୦ର ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସୃଷ୍ଟି ହୋଇଛି। ଯେଉଁଠି ଗୋଟିଏ ଦଳ ପ୍ରଥମେ ୩ ୱିକେଟ୍‌ ହରାଇ ବିଶାଳ ୨୦୩ ରନ୍‌ କରିବା ପରେ ତା’ର ପ୍ରତିପକ୍ଷ ଟିମ୍‌ ମାତ୍ର ୧୪ ରନ୍‌ରେ ଅଲଆଉଟ୍‌ ହେବାର ରେକର୍ଡ କରିଛି।

ଆମେ ଏଠାରେ ରବିବାର ରାତିରେ ବ୍ୟାଙ୍କକଠାରେ ଚୀନ୍‌ ଓ ୟୁଏଇ ମହିଳା ଦଳ ମଧ୍ୟରେ ଶେଷ ହୋଇଥିବା ମ୍ୟାଚ୍‌ କଥା କହୁଛୁ। ୟୁଏଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୨୦୩ ରନ୍‌ କରିଥିଲା। ଏହାର ଜବାବରେ ଚୀନ୍‌ ମହିଳା ଦଳ ୧୦ ଓଭର୍‌ ମଧ୍ୟରେ ମାତ୍ର ୧୪ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଉଭୟ ରାଜନୀତି ଏବଂ ଅର୍ଥନୀତିରେ ବିଶ୍ୱର ଅନ୍ୟତମ ଶକ୍ତି ଭାବେ ଉଭା ହୋଇଥିବା ଚୀନ୍‌ରେ କ୍ରିକେଟ୍‌କୁ ପ୍ରୋତ୍ସାହିତ କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଥିଲେ ହେଁ ଏହାର ଜାତୀୟ ଦଳ କିନ୍ତୁ ଏଥିରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରୁ ନାହିଁ। ପୂର୍ବରୁ ଚୀନ୍‌ ପୁରୁଷ ଦଳ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍‌ରେ ନେପାଳ ବିପକ୍ଷରେ ମାତ୍ର ୨୬ ରନ୍‌ କରି ଅଲଆଉଟ୍‌ ହୋଇ ରେକର୍ଡ ସୃଷ୍ଟି କରିଥିଲା।



from Odisha Reporter http://bit.ly/2VQ7S9w

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages