‘ସୁନ୍ଦରୀ’କୁ ଜଗିବେ ମହେନ୍ଦ୍ର ଓ ରାଜକୁମାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

‘ସୁନ୍ଦରୀ’କୁ ଜଗିବେ ମହେନ୍ଦ୍ର ଓ ରାଜକୁମାର

tiger

ବାରିପଦା (ମାଣିକ ଲାଲ୍ ପାଣି): ଅନୁଗୋଳ ଜିଲ୍ଲା ସାତକୋଶିଆରେ ଥିବା ବାଘୁଣୀ ‘ସୁନ୍ଦରୀ’ ଉପରେ ଦୁଇ ପୋଷା ହାତୀ ନଜର ରଖିବେ। ଏଥିପାଇଁ ଆଜି ବନ ବିଭାଗ ପକ୍ଷରୁ ମୟୁରଭଞ୍ଜର ଶିମିଳିପାଳରୁ ୨ଟି ହାତୀକୁ ସାତକୋଶିଆ ନିଆଯାଉଛି। ଏ ଦୁଇ ହାତୀ ହେଲେ ମହେନ୍ଦ୍ର ଓ ରାଜକୁମାରକୁ।

ସାତକୋଶିଆକୁ ହାତୀ ନିଆଯିବା ନେଇ ବିବାଦ ଲାଗିଥିଲା। ତେବେ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ସେଠାକୁ ହାତୀ ନିଆଯାଉଛି। ତେବେ ହାତୀ ମହେନ୍ଦ୍ରର ବୟସ ୫୦ରୁ ଅଧିକ ହୋଇଥିବା ବେଳେ ତା’ ଆଖିକୁ ସ୍ପଷ୍ଟ ଦେଖା ଯାଉନାହିଁ। ତେଣୁ ସେ କିଭଳି ସୁନ୍ଦରୀ ଉପରେ ନଜର ରଖିବା ତାକୁ ନେଇ ପ୍ରଶ୍ନ ଉଠିଛି। ସେହଭଳି ଅନ୍ୟ ହାତୀ ରାଜକୁମାରକୁ ୧୪ ବର୍ଷ ହୋଇଥିବା ଜଣାପଡ଼ିଛି।

ମଣିଷ ଶିକାର ଅଭିଯୋଗ ପରେ ସୁନ୍ଦରୀକୁ ନଭେମ୍ବର ୬ ତାରିଖରୁ ସାତକୋଶିଆ ଅଭୟାରଣ୍ୟର ରାଇଗୁଡ଼ାରେ ସ୍ୱତନ୍ତ୍ର ଏନ୍‌କ୍ଲୋଜରରେ ରଖାଯାଇଛି।



from Odisha Reporter http://bit.ly/2UhUGbL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages