ସଚିନଙ୍କ ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ନେପାଳର ଏହି ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 26, 2019

ସଚିନଙ୍କ ୨୯ ବର୍ଷର ରେକର୍ଡ ଭାଙ୍ଗିଲେ ନେପାଳର ଏହି ଖେଳାଳି

RohitPaudel

ନୂଆଦିଲ୍ଲୀ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ଏକ ୨୯ ବର୍ଷର ରେକର୍ଡ ଶନିବାର ଭାଙ୍ଗି ଯାଇଛି। ଏହାକୁ ଭାଙ୍ଗିଛନ୍ତି ନେପାଳର ରୋହିତ ପୌଡେଲ୍‌। ଏହା ସହିତ ସେ ପାକିସ୍ତାନର ଜଣାଶୁଣା କ୍ରିକେଟର ଶାହିଦ ଆଫ୍ରିଦିଙ୍କର ରେକର୍ଡ ବି ଭାଙ୍ଗି ଦେଇଛନ୍ତି।

ଦୁବାଇର ଆଇସିସି ଏକାଡେମୀରେ ଚାଲିଥିବା ତିନିଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଗତକାଲି ରୋହିତ ୟୁଏଇ ବିପକ୍ଷରେ ୫୫ ରନ୍ କରିଥିଲେ। ସେ ୫୮ଟି ବଲ୍‌ରୁ ୫୫ ରନ୍ ସଂଗ୍ରହ କରିଥିଲେ। ଏହା ସହିତ ସବୁଠୁ କମ୍ ବୟସରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିବାର ରେକର୍ଡ ସେ ନିଜ ନାଁରେ ଲେଖି ଦେଇଛନ୍ତି। ଏହି ରେକର୍ଡ ପୂର୍ବରୁ ସଚିନଙ୍କ ନାଁରେ ଥିଲା।

ରୋହିତ ୧୬ ବର୍ଷ ୧୪୬ ଦିନରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ସଚିନ ୧୬ ବର୍ଷ ୨୧୩ ଦିନରେ ଏହି ସଫଳତା ପାଇଥିଲେ। ଫୈସଲାବାଦରେ ପାକିସ୍ତାନ ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ୍ ମ୍ୟାଚ୍‌ରେ ସେ ଏହି ରେକର୍ଡ କରିଥିଲେ, ଯାହା ଗତକାଲି ଭାଙ୍ଗି ଯାଇଛି।

ସେହିପରି ଦିନିକିଆରେ ସବୁଠୁ କମ୍ ବୟସରେ ଅର୍ଦ୍ଧଶତକ ମାରିବାର ରେକର୍ଡ ଶାହିଦ ଆଫ୍ରିଦିଙ୍କ ନାଁରେ ଥିଲା। ଏହି ଅର୍ଦ୍ଧଶତକକୁ ସେ ଶତକରେ ବି ପରିଣତ କରିଥିଲେ। ସେ ତାଙ୍କର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ୩୭ ବଲ୍‌ରେ ଶତକ ହାସଲ କରିଥିଲେ। ସେତେବେଳେ ତାଙ୍କୁ ୧୬ ବର୍ଷ ୨୧୭ ଦିନ ହୋଇଥିଲା। ତେଣୁ ଆଫ୍ରିଦିଙ୍କ ରେକର୍ଡ ବି ଭାଙ୍ଗିଛନ୍ତି ରୋହିତ। କାରଣ ସେ ମାତ୍ର ୧୬ ବର୍ଷ ୧୪୬ ଦିନରେ ଅନ୍ତର୍ଜାତୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି।

ଗତକାଲି ରୋହିତଙ୍କ ୫୫ ରନ୍ ସହିତ ନେପାଳ ଟିମ୍ ୯ ୱିକେଟ୍ ହରାଇ ୨୪୨ ରନ୍ କରିଥିଲା। ତେବେ ୟୁଏଇ ଟିମ୍ ମାତ୍ର ୧୯.୩ ଓଭରରେ ୯୭ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହା ସହିତ ଏହି ସିରିଜ୍ ୧-୧ ସ୍ଥିତିରେ ରହିଛି। ପ୍ରଥମ ମ୍ୟାଚ୍ ୟୁଏଇ ଜିତିଥିଲା।



from Odisha Reporter http://bit.ly/2WllKJe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages