ବାଥରୁମ୍‌ କମୋଡରେ ଲୁଚିଥିଲା ଅଜଗର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ବାଥରୁମ୍‌ କମୋଡରେ ଲୁଚିଥିଲା ଅଜଗର

ମେଲବର୍ଣ୍ଣ: ଥରେ ଭାବନ୍ତୁ ତ, ଆପଣ ତରବର ହୋଇ ଟଏଲେଟ ଯାଇଥିବେ ଆଉ ହଠାତ କମୋଡ ଭିତରେ ଅଜଗର ସାପଟିଏ ଆପଣଙ୍କୁ ଚାହିଁ ରହିଥବ! ଦେହ ଶୀତେଇ ଗଲା ଭଳି ଏଭଳି ଏକ ଘଟଣା ବାସ୍ତବରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଗୋଟିଏ ପରିବାରର ଜଣେ ସଦସ୍ୟ ଟଏଲେଟ୍‌ ବ୍ୟବହାର କରିବାକୁ ଯାଉଥିବା ବେଳେ କମୋଡ୍ ଭିତରେ ଅଜଗର ଥିବା ଦେଖି ଆତଙ୍କିତ ହୋଇପଡ଼ିଥିଲେ।

ଜଙ୍ଗଲରେ ରହୁଥିବା ଅଜଗର ହଠାତ୍‌ ଟଏଲେଟ୍‌ ଭିତରକୁ କେମିତି ଆସିଲା, ତାହା ଜଣାପଡ଼ି ନାହିଁ। କିନ୍ତୁ ତା’ର ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଅଷ୍ଟ୍ରେଲିଆର ୱନ୍ନୁମ ଠାରେ ରହୁଥିବା ଗୋଟିଏ ପରିବାର ସହ ଏମିତି ଘଟଣା ଘଟିଛି। ସେମାନେ ଅଜଗରକୁ ଠାବ କରିବା ପରେ ବ୍ରିସବେନ୍‌ ସ୍ଥିତ ସାପ ଧରାଳି ଷ୍ଟୁୱେର୍ଟ ଲାରୋକୁ ଖବର ଦେଇଥିଲେ। ଏହି ସାପ ଧରାଳି ଗ୍ରୁପ୍‌ ପହଞ୍ଚି ଅଜଗରଟିକୁ ଟଏଲେଟ୍‌ରୁ ବାହାର କରିଥିଲେ। ଏହାର ଦୁଇଟି ଫଟୋକୁ ଏହି ସାପ ଧରାଳି ଗ୍ରୁପ୍‌ ପକ୍ଷରୁ ଫେସ୍‌ବୁକ୍‌ରେ ଛଡ଼ା ଯାଇଛି। ଫଟୋଟିକୁ ୨୫ଶହ କମେଣ୍ଟ ମିଳିଥିବା ବେଳେ ଶତାଧିକ ଲୋକ ଏହାକୁ ଶେୟାର କରୁଛନ୍ତି।

ୟାହୁ ନ୍ୟୁଜ୍‌ ଅନୁସାରେ ସମ୍ଭବତଃ ଅଜଗରଟି ସ୍ୱରେଜ ପାଇପ୍‌ ଦେଇ ଟଏଲେଟ ମଧ୍ୟରେ ପ୍ରବେଶ କରିଛି। ବୋଧ ହୁଏ, କୌଣସି ମୂଷା କିମ୍ବା ବେଙ୍ଗକୁ ଅନୁସରଣ କରି ଅଜଗରଟି ସ୍ୱରେଜ ମଧ୍ୟ ଦେଇ ଟଏଲେଟ୍‌କୁ ଚାଲି ଆସିଥିବା କୁହାଯାଉଛି।



from Odisha Reporter http://bit.ly/2T7tegR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages