ଆଇସିସି ୨୦୧୮ ଟେଷ୍ଟ ଓ ଦିନିକିଆ ଟିମ୍‌ର ଅଧିନାୟକ ବିରାଟ୍‌ କୋହଲି, ଜାଣନ୍ତୁ ଆଉ କିଏ କିଏ ଅଛନ୍ତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

ଆଇସିସି ୨୦୧୮ ଟେଷ୍ଟ ଓ ଦିନିକିଆ ଟିମ୍‌ର ଅଧିନାୟକ ବିରାଟ୍‌ କୋହଲି, ଜାଣନ୍ତୁ ଆଉ କିଏ କିଏ ଅଛନ୍ତି

ଦୁବାଇ: ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନସିଲ୍‌(ଆଇସିସି) ପକ୍ଷରୁ ୨୦୧୮ ବର୍ଷ ପାଇଁ ଉଭୟ ଟେଷ୍ଟ ଓ ଦିନିକିଆ ଟିମ୍‌ ଘୋଷଣା କରାଯାଇଛି। ୨୦୧୮ ବର୍ଷରେ ଭଲ ପ୍ରଦର୍ଶନ କରିଥିବା ବିଶ୍ୱର ବିଭିନ୍ନ ଖେଳାଳିଙ୍କୁ ନେଇ ଆଇସିସି ଶ୍ରେଷ୍ଠ ଟିମ୍‌ ଚୟନ କରିଛି। ତେବେ ଉଭୟ ଦିନିକିଆ ଓ ଟେଷ୍ଟ ଟିମ୍‌ର ଅଧିନାୟକ ଭାବେ ଆଇସିସି ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ୍‌ କୋହଲିଙ୍କୁ ଚୟନ କରିଛି।

ଅର୍ଥାତ ବିରାଟ୍‌ ହିଁ ବିଶ୍ୱର ଶ୍ରେଷ୍ଠ ଅଧିନାୟକ ହୋଇଛନ୍ତି। ସେହିପରି ୨୦୧୮ ଶ୍ରେଷ୍ଠ ଟେଷ୍ଟ ଦଳରେ ଟିମ୍‌ ଇଣ୍ଡିଆର ୱିକେଟ୍‌ କିପର ରିଷଭ ପନ୍ତ ରହିଥିବା ବେଳେ ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍ରାଙ୍କୁ ଆଇସିସି ଶ୍ରେଷ୍ଠ ୧୧ ଜଣଙ୍କ ମଧ୍ୟରେ ସ୍ଥାନ ଦେଇଛି।

ଅନ୍ୟପକ୍ଷରେ ଶ୍ରେଷ୍ଠ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ବିରାଟ୍‌ଙ୍କୁ ମିଳିଛି। ବିରାଟ୍‌ଙ୍କ ବ୍ୟତୀତ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ତଥା ଓପନର ରୋହିତ ଶର୍ମା, ଚାଇନାମ୍ୟାନ୍‌ ବୋଲର କୁଲଦୀପ ଯାଦବ ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ରହିଛନ୍ତି।

ଆଇସିସିର ଟେଷ୍ଟ ଟିମ୍‌: ଟମ୍‌ ଲାଥାମ(ନ୍ୟୁଜିଲ୍ୟାଣ୍ଡ), ଦିମୁଥ କରୁଣାରତ୍ନେ(ଶ୍ରୀଲଙ୍କା), କେନ୍‌ ୱିଲିମସନ୍‌(ନ୍ୟୁଜିଲ୍ୟାଣ୍ଡ), ବିରାଟ୍‌ କୋହଲି(ଅଧିନାୟକ), ହେନେରୀ ନିକୋଲାସ(ନ୍ୟୁଜିଲ୍ୟାଣ୍ଡ), ରିଷଭ ପନ୍ତ(ଭାରତ), ଜେସନ ହୋଲ୍ଡର(ୱେଷ୍ଟଇଣ୍ଡିଜ୍‌), କାଗିସୋ ରାବାଡା(ଦକ୍ଷିଣ ଆଫ୍ରିକା), ନାଥନ ଲାୟନ(ଅଷ୍ଟ୍ରେଲିଆ), ଯଶପ୍ରୀତ ବୁମ୍ରା(ଭାରତ) ଓ ମହମ୍ମଦ ଆବ୍ବାସ(ପାକିସ୍ତାନ)

ଆଇସିସି ଦିନିକିଆ ଟିମ୍‌: ରୋହିତ ଶର୍ମା(ଭାରତ), ଜନ୍ନି ବେୟାରଷ୍ଟୋ(ଇଂଲଣ୍ଡ), ବିରାଟ୍‌ କୋହଲି(ଅଧିନାୟକ), ଜୋ ରୁଟ୍‌(ଇଂଲଣ୍ଡ), ରସ୍‌ ଟେଲର(ନ୍ୟୁଜିଲ୍ୟାଣ୍ଡ), ଜୋସ ବଟଲର(ଇଂଲଣ୍ଡ), ବେନ୍‌ ଷ୍ଟୋକସ(ଇଂଲଣ୍ଡ),ମୁସ୍ତାଫିଜୁର ରେହମାନ(ବାଂଲାଦେଶ), ରସିଦ ଖାନ୍‌(ଆଫଗାନିସ୍ତାନ), କୁଲଦୀପ ଯାଦବ(ଭାରତ) ଓ ଯଶପ୍ରୀତ ବୁମ୍ରା(ଭାରତ)।



from Odisha Reporter http://bit.ly/2R7jdyf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages