
ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହଙ୍କ ହେଲିକପ୍ଟର ଶଟ୍ ସାରା ବିଶ୍ୱରେ ପରିଚିତ। କ୍ରିକେଟ୍ ଜଗତରେ ପ୍ରଥମଥର ପାଇଁ ଏଭଳି ହେଲିକପ୍ଟର ଶଟ୍ ମାରି ଧୋନି ସମସ୍ତଙ୍କୁ ଚକିତ କରିଦେଇଥିଲେ।
ସେବେଠାରୁ ହେଲିକପ୍ଟର ଶଟ୍ କଥା କହିଲେ ସମସ୍ତେ ଧୋନିଙ୍କୁ ସ୍ମରଣ କରିଥାଆନ୍ତି। କିନ୍ତୁ ଏବେ ଆଫ୍ଗାନିସ୍ତାନର ଯୁବ ତାରକା ତଥା ସ୍ପିନର ରଶିଦ ଖାନ୍ ବାରମ୍ବାର ବିଭିନ୍ନ ମ୍ୟାଚ୍ରେ ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରୁଥିବା ଦେଖିବାକୁ ମିଳୁଛି। ବର୍ତ୍ତମାନ ବିଗ୍ ବ୍ୟାଶ୍ ଲିଗ୍ରେ ଆଡେଲେଡ୍ ଷ୍ଟ୍ରାଇକର ପକ୍ଷରୁ ଖେଳୁଥିବା ରଶିଦ୍ ଖାନ୍ ଡିସେମ୍ବର ୩୧ ମ୍ୟାଚ୍ରେ ଏଭଳି ହେଲିକପ୍ଟର ଶଟ୍ ମାରିଥିଲେ।
ଆଡେଲେଡ୍ ପକ୍ଷରୁ ୮ ନଂ ସ୍ଥାନରେ ବ୍ୟାଟିଂ କରୁଥିବା ରଶିଦ୍ ଖାନ୍ ୨ଟି ଚୌକା ଏବଂ ୨ଟି ଛକା ସହାୟତା ୨୧ ରନ୍ କରିଥିଲେ। ତେବେ ଏହି ସମୟରେ ସେ ଧୋନିଙ୍କ ଭଳି ଏକ ହେଲିକପ୍ଟର ଶଟ୍ ମାରିଥିଲେ।
ଏହାପୂର୍ବରୁ ଟି-୧୦ ଲିଗ୍ରେ ମଧ୍ୟ ଏକ ବଲ୍କୁ ରଶିଦ୍ ହେଲିକପ୍ଟର ଶଟ୍ ମାରି ବାଉଣ୍ଡରୀ ବାହାରକୁ ପଠାଇ ଦେଇଥିଲେ।
ଦେଖନ୍ତୁ ସେହି ଭିଡିଓ
The Legend of Rashid continues
#BBL08 pic.twitter.com/lVj1p2oC6Y
— KFC Big Bash League (@BBL) January 3, 2019
from Odisha Reporter http://bit.ly/2F4zkKE
No comments:
Post a Comment