ମିସ୍‌ କଲ୍‌ରୁ ପ୍ରେମ, ତା’ପରେ ପ୍ରେମିକାଙ୍କୁ ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 3, 2019

ମିସ୍‌ କଲ୍‌ରୁ ପ୍ରେମ, ତା’ପରେ ପ୍ରେମିକାଙ୍କୁ ହତ୍ୟା

rape-2

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ମିସ୍‌ କଲରୁ ପ୍ରେମ। ପରେ ବ୍ଲାକ ମେଲ୍। ତା’ପରେ ପ୍ରେମିକାଙ୍କୁ ହତ୍ୟା କରାଯାଇଥିଲା। ଏପରି ହତ୍ୟାକାଣ୍ଡ ସୁନ୍ଦରଗଡ଼ ଜିଲ୍ଲାରେ ଘଟିଥିଲା। ଆଜି ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ କରିଛି ହାତୀବାରୀ ପୁଲିସ୍। ଏହି ମାମଲାରେ ପୁଲିସ ତଲସରା ଥାନା ଦେଓବହଲ ଗାଁର ଜ୍ୟୋତି ଟେଟେ ଓ ତାଙ୍କ ୨ ସହଯୋଗୀଙ୍କୁ ଗିରଫ କରିଛି।

ଅଭିଯୋଗ ମୁତାବକ, ସୁନ୍ଦରଗଡ଼ ଜିଲ୍ଲାର ଜଣେ ଯୁବତୀଙ୍କୁ ୬ମାସ ତଳୁ ଜ୍ୟୋତି ଟେଟେ ମିସ୍ କଲ ଦେଉଥିଲେ। ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଏପରିକି ବାହା ହେବା ପର୍ଯ୍ୟନ୍ତ କଥା ଯାଇଥିଲା। ମାତ୍ର ଏହି ବିବାହରେ ଜ୍ୟୋତି ରାଜି ନଥିଲେ। ତେଣୁ ଯୁବତୀଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ।

ଡିସେମ୍ବର ୨୬ ତାରିଖ ସଂଧ୍ୟାରେ ଦୁଇ ସାଙ୍ଗଙ୍କ ସହ ମିଶି ଅଭିଯୁକ୍ତ ଜ୍ୟୋତି ଉକ୍ତ ଯୁବତୀଙ୍କୁ ହତ୍ୟା କରିଥିଲେ। ପରେ ମୃତଦେହରେ ଏକ ପଥରରେ ବାନ୍ଧି କୂଅରେ ଫିଙ୍ଗି ଦେଇଥିଲେ। ପୁଲିସ୍ ଶବ ଉଦ୍ଧାର କରି ଅନୁସନ୍ଧାନ ପରେ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।



from Odisha Reporter http://bit.ly/2GQkqdz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages