ହାତକୁ ଦି’ହାତ ହେଲେ ହାର୍ଦ୍ଦିକ, ପୁରୁଣା ବାନ୍ଧବୀ ହେଲେ ଜୀବନସାଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

ହାତକୁ ଦି’ହାତ ହେଲେ ହାର୍ଦ୍ଦିକ, ପୁରୁଣା ବାନ୍ଧବୀ ହେଲେ ଜୀବନସାଥୀ

ଅହମଦାବାଦ: ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ପଟିଦାର ଆନ୍ଦୋଳନର ନେତା ହାର୍ଦ୍ଦିକ ପଟେଲ। ସେ ତାଙ୍କର ପିଲା ଦିନର ବନ୍ଧୁ କିଞ୍ଜଲ୍ ପାରିଖ୍‌ଙ୍କୁ ସବୁଦିନ ପାଇଁ ଆଜି ଜୀବନ ସାଥୀ ଭାବେ ଗ୍ରହଣ କରିଛନ୍ତି। ଗୁଜରାଟର ସୁରେନ୍ଦରନଗରଠାରେ ଆୟୋଜିତ ବିବାହ ଉତ୍ସବରେ ହାର୍ଦ୍ଦିକ ଓ କିଞ୍ଜଲଙ୍କ ବାହାଘର ଶେଷ ହୋଇଛି।

ମୁଲି ତଲିକାଠାରେ ଥିବା ଦିଗସର ଗାଁରେ ଏକ ସାଧାରଣ ଉତ୍ସବ ମାଧ୍ୟମରେ ୨୫ ବର୍ଷୀୟ ହାର୍ଦ୍ଦିକ ଓ କିଞ୍ଜଲଙ୍କ ବିବାହ ଶେଷ ହୋଇଛି। ଏହି ବିବାହ ଉତ୍ସବରେ ମାତ୍ର ୧୦୦ ଜଣ ଅତିଥି ଯୋଗଦେଇଥିଲେ। ପଟେଲ୍‌ ରୀତିନୀତି ଅନୁସାରେ ଏହି ବାହାଘର ହୋଇଛି।

ହାର୍ଦ୍ଦିକଙ୍କ ବାପା ଭାରତ ପଟେଲ କହିଛନ୍ତି, “ ହାର୍ଦ୍ଦିକ ଓ କିଞ୍ଜଲ ଅହମଦାବାଦ୍‌ସ୍ଥିତ ଚାନ୍ଦନଗରି ଗାଁରେ ରହୁଥିଲେ। ଉଭୟ ପରସ୍ପରକୁ ପିଲାବେଳୁ ଜାଣିଛନ୍ତି।”

କିଞ୍ଜଲ୍ ଓ ହାର୍ଦ୍ଦିକଙ୍କ ଭଉଣୀ ମୋନିକା ଏକାଠି ପାଠ ପଢ଼ୁଥିଲେ। ପୂର୍ବରୁ, ୨୦୧୬ ମାର୍ଚ୍ଚରେ ହାର୍ଦ୍ଦିକ୍‌ଙ୍କ ପରିବାର ତାଙ୍କ ନିର୍ବନ୍ଧ ଶେଷ ହୋଇଥିବା ଘୋଷଣା କରିଥିଲେ। ସେହି ସମୟରେ ହାର୍ଦ୍ଦିକ୍‌ ଲାଜପୋରେ ଜେଲ୍‌ରେ ଥିଲେ। କିଞ୍ଜଲ୍ କମର୍ସରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ଏବେ ଗାନ୍ଧିନଗରଠାରେ ଏଲ୍ଏଲ୍‌ବି ପଢ଼ୁଛନ୍ତି।



from Odisha Reporter http://bit.ly/2G7LtPk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages