୨.୦ ପରେ ଏହି ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର ଆସିବେ ଖିଲାଡ଼ି ଷ୍ଟାର୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 27, 2019

୨.୦ ପରେ ଏହି ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର ଆସିବେ ଖିଲାଡ଼ି ଷ୍ଟାର୍‌

ମୁମ୍ବାଇ: ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ୨.୦ରେ ଖଳନାୟକ ଭୂମିକା କରିବା ପରେ ବଲିଉଡ୍‌ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର ଏବେ ନେଗେଟିଭ୍ ଚରିତ୍ରର ନିଶାରେ ମାତିଛନ୍ତି। ଖୁବ୍‌ ଶୀଘ୍ର ଏହି ସୁପର୍‌ଷ୍ଟାର୍‌ ଦକ୍ଷିଣ ଭାରତର ଆଉ ଏକ ବଡ଼ ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର୍‌ ଆସିବେ। ଏହି ଫିଲ୍ମ ହେଉଛି କମଲ୍‌ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌’ର ସିକ୍ୱେଲ୍ ‘ଇଣ୍ଡିଆନ୍‌-୨’।

ଫିଲ୍ମର ନିର୍ଦ୍ଦେଶନା ଦେବେ ଶଙ୍କର୍‌। ଶଙ୍କର୍‌ ରଜନୀକାନ୍ତ ଷ୍ଟାରର୍‌ ୨.୦ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ।

ପୂର୍ବରୁ ‘ଇଣ୍ଡିଆନ୍‌-୨’ର ଏହି  ରୋଲ୍‌ ପାଇଁ ଅଜୟ ଦେବ୍‌ଗନ୍‌ଙ୍କୁ ଅଫର୍‌ ମିଳିଥିଲା। ହେଲେ ସମୟ ନ ମିଳିବାରୁ ସେ ଏଥିରୁ ଓହରି ଯାଇଥିଲେ। ଏହାପରେ ଫିଲ୍ମଟି ଅକ୍ଷୟଙ୍କୁ ମିଳିଥିଲା। ଫିଲ୍ମ ୨.୦ରେ ନିର୍ଦ୍ଦେଶକ ଶଙ୍କର୍‌ଙ୍କୁ ଅକ୍ଷୟଙ୍କ ଅଭିନୟ ବେଶ୍‌ ପ୍ରଭାବିତ କରିଥିଲା। ତେଣୁ ସେ ଅକ୍ଷୟଙ୍କୁ ଏହି ଫିଲ୍ମରେ ଏକ ଭଲ ରୋଲ୍ ଦେଉଛନ୍ତି। ଫିଲ୍ମରେ ଅକ୍ଷୟ ଜଣେ ପୁଲିସ୍‌ ଅଧିକାରୀ ଭୂମିକାରେ ନଜର ଆସିବେ।

ଏହି ଫିଲ୍ମର ହିନ୍ଦୀ ରିମେକ୍‌ର ନାଁ ‘ହିନ୍ଦୁସ୍ତାନୀ-୨’ ରହିବ। ୧୯୯୬ରେ ଆସିଥିବା ମୂଳ ଫିଲ୍ମ ‘ଇଣ୍ଡିଆନ୍‌’ରେ କମଲ ହାସନ୍‌ ଡବଲ୍‌ ରୋଲ୍‌ କରିଥିଲେ। ଫିଲ୍ମର କାହାଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଥିଲା, ଯିଏ କି ଭ୍ରଷ୍ଟାଚାର ବିରୋଧରେ ଲଢୁଥିଲେ। ହେଲେ, ତାଙ୍କ ପୁଅ ଭୂଲ୍‌ ରାସ୍ତାରେ ଯାଇ ବେଇମାନି କରୁଥିଲେ। ଫିଲ୍ମରେ କମଲଙ୍କ ସହ ମନିଷା କୋଇରାଲା ଓ ଉର୍ମିଲା ମାତୋଣ୍ଡକର୍ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମ ହିନ୍ଦୀ ଡବିଂର ନାଁ ‘ହିନ୍ଦୁସ୍ତାନୀ’ ରହିଥିଲା। ଫିଲ୍ମଟିକୁ ଜତୀୟ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ମିଳିଥିଲା।

ଅକ୍ଷୟ କୁମାର୍‌ଙ୍କ ପାଇଁ ଏହା ବ୍ୟାକ୍‌ ଟୁ ବ୍ୟାକ୍‌ ଦ୍ୱିତୀୟ ତମିଲ୍‌ ଫିଲ୍ମ ହେବ। ଏହାକୁ ମଧ୍ୟ ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍‌ କରାଯିବ। ଫିଲ୍ମଟି କମଲ୍ ହାସନ୍‌ ଓ ଅକ୍ଷୟ କୁମାର ଷ୍ଟାରର୍ ଏକ ବିଗ୍‌ ବଜେଟ୍‌ ପଲିଟିକାଲ୍‌ ଥ୍ରୀଲର୍‌ ବୋଲି ଶୁଣାଯାଉଛି।



from Odisha Reporter http://bit.ly/2Wlv53s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages