ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରଲ ହେଲେ ପ୍ରୀତି ଜିଣ୍ଟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଟିମ୍‌ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇବାକୁ ଯାଇ ଟ୍ରଲ ହେଲେ ପ୍ରୀତି ଜିଣ୍ଟା

ନୂଆଦିଲ୍ଲୀ: ବଲିଉଡ୍‌ ସୁନ୍ଦରୀ ପ୍ରୀତି ଜିଣ୍ଟା ଆଜି ସୋଶାଲ୍‌ ମିଡିଆରେ ସାଂଘାତିକ ଭାବେ ଟ୍ରଲ ହୋଇଛନ୍ତି। ଟିମ୍‌ ଇଣ୍ଡିଆ ଆଜି ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜ୍‌ ଜିତିବା ପରେ ସମସ୍ତଙ୍କ ଭଳି ପ୍ରୀତି ଜିଣ୍ଟା ମଧ୍ୟ ଟ୍ୱିଟ୍‌ କରି ବିରାଟ୍‌ ବାହିନୀକୁ ଶୁଭେଚ୍ଛା ଜଣାଇଥିଲେ। ତେବେ ସେ ‘ବୟଜ୍‌ ଇନ୍‌ ବ୍ଲୁ’ ଲେଖିଥିବାରୁ ତାଙ୍କୁ କ୍ରିକେଟ ପ୍ରେମୀମାନେ ସମାଲୋଚନା କରିଛନ୍ତି।

ପ୍ରୀତି ଲେଖିଥିଲେ “‘ବୟଜ୍‌ ଇନ୍‌ ବ୍ଲ୍ୟୁ’କୁ ଐତିହାସିକ ବିଜୟ ପାଇଁ ଶୁଭେଚ୍ଛା। ପ୍ରଥମ ଏସୀୟ ଦେଶ ଭାବେ ଅଷ୍ଟ୍ରେଲିଆରେ ଦଳ ଗୋଟିଏ ଟେଷ୍ଟ ମ୍ୟାଚ୍‌ ଜିତିଛି।”

ତେବେ ଏହା ଟେଷ୍ଟ ମ୍ୟାଚ୍‌ ହୋଇଥିବାରୁ ସମସ୍ତେ ଧଳା ପୋଷାକ ପିନ୍ଧନ୍ତି। ପ୍ରୀତି ଜିଣ୍ଟା କେମିତି ଏହାକୁ ବୟନ୍‌ ଇନ୍‌ ବ୍ଲୁ ବୋଲି କହିଲେ, ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ସେହିପରି ଭାରତ ସିରିଜ୍‌ ଜିତିଥିବା ବେଳେ ପ୍ରୀତି ଜିଣ୍ଟା ମ୍ୟାଚ୍‌ ଜିତିଛି ବୋଲି କହିବାରୁ, ଟ୍ୱିଟ୍‌ରେ ପ୍ରୀତିକୁ ଟ୍ରଲର ସମ୍ମୁଖୀନ ହେବାକୁ ପଡ଼ିଛି।

ଜଣେ ପ୍ରଶଂସକ କହିଛନ୍ତି, “ଅଳ୍ପ ବିଦ୍ୟା ଭୟଙ୍କରୀ। ମ୍ୟାଡାମ, ପ୍ରଥମ ଦେଶ ଭାବେ ମ୍ୟାଚ୍‌ ନୁହେଁ ଟେଷ୍ଟ ସିରିଜ୍‌ ଜିତିଛି। ପୂର୍ବରୁ ମଧ୍ୟ ଭାରତ ଟେଷ୍ଟ ମ୍ୟାଚ୍‌ ଜିତିଛି।”



from Odisha Reporter http://bit.ly/2Vzdwg1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages