ଆପଣ ବି ଖୋଲି ପାରିବେ ‘ପତଞ୍ଜଳି ପରିଧାନ’ର ଶୋ’ ରୁମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ଆପଣ ବି ଖୋଲି ପାରିବେ ‘ପତଞ୍ଜଳି ପରିଧାନ’ର ଶୋ’ ରୁମ୍‌

ନୂଆଦିଲ୍ଲୀ: ଫାଷ୍ଟ୍ ମୁଭିଂ କନ୍‌ଜ୍ୟୁମର୍‌ ଗୁଡ୍‌ସ୍‌ ବା ଏଫ୍‌ଏମ୍‌ସିଜି ସେକ୍ଟରରେ ନିଜ ସ୍ଥିତି ଜାହିର କରିବା ପରେ ଯୋଗଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଗ୍ରୁପ୍‌ସ୍‌ ଏବେ ଗାରମେଣ୍ଟ୍‌ ବା ପୋଷାକ ବ୍ୟବସାୟରେ ବି କାୟା ବିସ୍ତାର କରିବା ଆରମ୍ଭ କରିଛି। ପତଞ୍ଜଳି ବ୍ରାଣ୍ଡ୍‌ର ପୋଷାକ ‘ପତଞ୍ଜଳି ପରିଧାନ’ ଲଞ୍ଚ୍‌ ହେବା ପରେ ଏବେ ଦେଶର ବିଭିନ୍ନ ସ୍ଥାନରେ ଏହାର ଶୋ’ ରୁମ୍‌ ଖୋଲିବାରେ ଲାଗିଛି।

ଯୋଗଗୁରୁ ବାବା ରାମଦେବ ଗତ ଶନିବାର ହରିଦ୍ୱାରରେ ‘ପତଞ୍ଜଳି ପରିଧାନ’ର ଏକ ଶୋ’ ରୁମ୍‌ର ଶୁଭାରମ୍ଭ କରିଛନ୍ତି। ସାରା ଦେଶରେ ଏବେ ‘ପତଞ୍ଜଳି ପରିଧାନ’ର ୬ଟି ଷ୍ଟୋର୍‌ ରହିଛି। ଏହି ଅବସରରେ ବାବା ରାମଦେବ ଆଗାମୀ ଦିନରେ ଦେଶର ପାଖାପାଖି ୫୦ ସହରରେ ୫୦୦ରୁ ଅଧିକ ପତଞ୍ଜଳି ପୋଷାକ କେନ୍ଦ୍ର ଖୋଲିବାକୁ ଘୋଷଣା କରିଛନ୍ତି।

ଆପଣ ବି ଚାହିଁଲେ, ପତଞ୍ଜଳି ପୋଷାକର ଷ୍ଟୋର୍‌ ଖୋଲି ଭଲ ଆୟ କରିପାରିବେ

‘ପତଞ୍ଜଳି ପରିଧାନ’ର ବ୍ୟବସାୟିକ କେନ୍ଦ୍ର ଖୋଲିବା ପାଇଁ ପତଞ୍ଜଳି ତରଫରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ଅନୁସାରେ, ଇଚ୍ଛୁକ ବ୍ୟକ୍ତିଙ୍କ ନିକଟରେ ଷ୍ଟୋର୍‌ ଖୋଲିବା ପାଇଁ ୨ ହଜାର ବର୍ଗଫୁଟର କମର୍ସିଆଲ୍‌ ପ୍ରପର୍ଟି ଥିବା ଆବଶ୍ୟକ। ଏହି ଜାଗା କୌଣସି ଜନଗହଳିପୂର୍ଣ୍ଣ ସ୍ଥାନରେ ରହିଥିବା ଉଚିତ। ତେବେ ଯେଉଁ ଲୋକଙ୍କ ପାଖରେ ନିଜର ଜାଗା ରହିଛି, ସେମାନଙ୍କୁ ଏଥିପାଇଁ ପ୍ରାଥମିକତା ଦିଆଯିବ। ଆପଣ ଜାଗା ଲିଜ୍‌ରେ ନେଇ ବି ଷ୍ଟୋର ଖୋଲିପାରିବେ। ଆପଣଙ୍କୁ ଏଠାରେ ଆମେ କହି ରଖୁଛୁ କି, ପତଞ୍ଜଳି ପରିଧାନ ପକ୍ଷରୁ ‘ଆସ୍ଥା’, ‘ସଂସ୍କାର’ ଏବଂ ‘ଲିଭ୍‌ ଫିଟ୍’ ବ୍ରାଣ୍ଡରେ ପୋଷାକ ପ୍ରସ୍ତୁତ କରାଯାଉଛି। ‘ଆସ୍ଥା’ ବ୍ରାଣ୍ଡ୍‌ରେ ମହିଳାଙ୍କ ପୋଷାକ, ‘ସଂସ୍କାର’ରେ ପୁରୁଷ ଏବଂ ‘ଲିଭ୍‌ ଫିଟ୍‌’ ରେ ସ୍ପୋର୍ଟସ୍‌ ଓ ଯୋଗ ୱିଅର୍‌ ରହିଛି।

କିଭଳି କରିବେ ଯୋଗାଯୋଗ

ପତଞ୍ଜଳି ତରଫରୁ ଦିଆଯାଇଥିବା ସୂଚନା ଅନୁସାରେ, ପତଞ୍ଜଳି ପରିଧାନ କେନ୍ଦ୍ର ଖୋଲିବାକୁ ଆଗ୍ରହୀ ବ୍ୟକ୍ତି ଉଭୟ ଇ-ମେଲ ଏବଂ ଫୋନ୍‌ ଜରିଆରେ ଯୋଗାଯୋଗ କରିପାରିବେ। ସେହିପରି ଷ୍ଟୋର ସଂପର୍କିତ ସମସ୍ତ ସୂଚନା ପାଇଁ ଇ-ମେଲ ଆଇଡି enquiry@patanjaliparidhan.orgରେ ମେଲ୍‌ ପଠାଇ ତଥ୍ୟ ହାସଲ କରିପାରିବେ। ଆପଣ ପତଞ୍ଜଳି ଟୋଲ ଫ୍ରି ନମ୍ବରରେ ବି ଯୋଗାଯୋଗ କରିପାରିବେ।

 



from Odisha Reporter http://bit.ly/2QvksXI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages