ମହାଗଠବନ୍ଧନ ନେଇ ଏମିତି କହିଲେ ନବୀନ, କେନ୍ଦ୍ର ବିରୋଧରେ ସ୍ୱର କଲେ ଶାଣିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 8, 2019

ମହାଗଠବନ୍ଧନ ନେଇ ଏମିତି କହିଲେ ନବୀନ, କେନ୍ଦ୍ର ବିରୋଧରେ ସ୍ୱର କଲେ ଶାଣିତ

ନୂଆଦିଲ୍ଲୀ: ବିଜେଡି ନେତା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତାବିତ ବିଜେପି ବିରୋଧୀ ମହାମେଣ୍ଟରେ ଯୋଗଦେବା ନେଇ ଆଜି ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମହାଗଠବନ୍ଧନରେ ଯୋଗ ଦେବା ନେଇ ଆଉ କିଛି ସମୟ ଭାବିବାକୁ ପଡ଼ିବ।

ଦିଲ୍ଲୀରେ ବିଜେଡି ପକ୍ଷରୁ ଆୟୋଜିତ ତଥାକଥିତ କୃଷି ଅଧିକାର ଲଢ଼େଇ ସମାବେଶରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏହି ସମୟରେ ଜାତୀୟ ଗଣମାଧ୍ୟମ ଗୁଡ଼ିକ ନବୀନଙ୍କୁ ମହାଗଠନ ବନ୍ଧନରେ ବିଜେଡି ଯୋଗଦେବ କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତର ଦେଇ ସେ କହିଛନ୍ତି, “ ଯଦି ଆମେ ମହାଗଠବନ୍ଧନ କଥା ବିଚାରକୁ ନେବା, ତା’ହେଲେ ଏଥିପାଇଁ ଆମକୁ ଆଉ କିଛି ସମୟ ଦରକାର। ଆମେ ଏ ସମ୍ପର୍କରେ ଚିନ୍ତା କରିବା ପରେ ନିଷ୍ପତ୍ତି ନେବୁ।”

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ନିର୍ବାଚନ ପୂର୍ବରୁ ବିଜେଡିର ମନେପଡ଼ିଥିଲା। ଏହି ଦାବିକୁ ଢାଲ କରି ନିର୍ବାଚନ ବୈତରଣୀ ପାର୍‌ ହେବାକୁ ନଜର ରଖିଥିବା ବିଜେଡି ଆଜି ଦିଲ୍ଲୀରେ ଦଳୀୟ କର୍ମୀଙ୍କୁ ନେଇ କେନ୍ଦ୍ର ଉପରେ ଚାପ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲା। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୭୫୦ରୁ ୨୯୩୦ କରିବାକୁ ବିଜେଡି ମୁଖିଆ ଦାବି ଉପସ୍ଥାପନ କରିଛନ୍ତି। ଏଥିସହ ବିଜେଡି ସଭାପତି ନବୀନଙ୍କ ନେତୃତ୍ୱରେ ଏକ ଟିମ୍‌ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ମଧ୍ୟ ଭେଟି ସ୍ମାରକପତ୍ର ଦେବାର କାର୍ଯ୍ୟକ୍ରମ ରହିଛି।

ଆଜି ଦଳୀୟ କର୍ମୀଙ୍କୁ କୃଷକ ଭାବେ ସଜାଇଥିବା ବିଜେଡିର କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। କେନ୍ଦ୍ର ସରକାର ଧାନର ଏମଏସ୍‌ପି ବୃଦ୍ଧି ନ କରି ଖସି ଯାଇ ପାରିବେ ନାହିଁ। କାରଣ ଏମଏସ୍‌ପି ବୃଦ୍ଧି କରିବା କେନ୍ଦ୍ର ସରକାରଙ୍କ କର୍ତ୍ତବ୍ୟ। ଆମେ ବାରମ୍ବାର ଦାବି କରୁଥିଲେ ହେଁ ଏହାକୁ କେନ୍ଦ୍ର ସରକାର ଶୁଣୁନାହାନ୍ତି ବୋଲି ନବୀନ କହିଛନ୍ତି। ଏହା ପୂର୍ବରୁ ଏକାଧିକ ବିଜେଡି ନେତା ମୋଦି ସରକାରଙ୍କୁ “ ଜୂ ମଲାବାଜୀ ସରକାର’’ କହି ସମାଲୋଚନା କରିଥିଲେ।



from Odisha Reporter http://bit.ly/2HaTy82

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages