
ଅନୁଗୋଳ (ବିରଜା ଦାସ): ଅର୍ଥ ରୋଜଗାର ପାଇଁ ଦୁଇ ବଙ୍ଗୀୟ ଯୁବକ ଓଡ଼ିଶା ଆସିଥିଲେ। ଦିନସାରା କାମ କରି ରାତିରେ ଶୀତରୁ ତ୍ରାହି ପାଇବା ପାଇଁ ଘରେ କୋଇଲା ଆଞ୍ଚ ଲଗାଇ ଶୋଇଥିଲେ। କବାଟ ବନ୍ଦ ଥିବାରୁ ଘରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ଏନ୍ଟିପିସି ଟାଉନ୍ ଥାନା ଅଞ୍ଚଳରୁ ଆସିଛି।
ପଶ୍ଚିମବଙ୍ଗର ମୁର୍ସିଦାବାଦର ଦୁଇ ଟାଇଲ୍ ମିସ୍ତ୍ରୀ କାମ କରିବା ପାଇଁ ଗଦାଶିଳା ଗାଁକୁ ଆସିଥିଲେ। ପ୍ରବଳ ଶୀତ ଅନୁଭୁତ ହେଉଥିବାରୁ ସେମାନେ ଗତକାଲି ରାତିରେ ଘରେ କୋଇଲା ଆଞ୍ଚ ଲଗାଇ କବାଟ ବନ୍ଦ କରି ଶୋଇଥିଲେ। ଆଜି ସକାଳେ ସେମାନେ ରହୁଥିବା ଘରର କବାଟ ଖୋଲି ନଥିଲା। ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ପ୍ରାରମ୍ଭିକ ତଦନ୍ତରୁ କୋଇଲା ଆଞ୍ଚ ଜଳୁଥିବାରୁ ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।
ମୃତ ବ୍ୟକ୍ତି ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ। ସେମାନେ ଦୁଇ ଦିନ ତଳେ କାମ କରିବା ପାଇଁ ଉକ୍ତ ଗାଁକୁ ଆସିଥିବା ସ୍ଥାନୀୟ ଲୋକେ କହିଛନ୍ତି।
from Odisha Reporter http://bit.ly/2Rc5fjH
No comments:
Post a Comment