କଥା କହିବାର ଶୈଳୀ କହେ ବ୍ୟକ୍ତିଙ୍କ ସ୍ୱଭାବ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

କଥା କହିବାର ଶୈଳୀ କହେ ବ୍ୟକ୍ତିଙ୍କ ସ୍ୱଭାବ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌):ସମୁଦ୍ର ଶାସ୍ତ୍ର ଅନୁସାରେ, ଶରୀରରେ ଥିବା ବିଭିନ୍ନ ଚିହ୍ନକୁ ଆଧାର କରି ବ୍ୟକ୍ତିଙ୍କ ହାବଭାବ ଓ ସ୍ୱଭାବ ସମ୍ପର୍କରେ ବହୁ କଥା ଜଣାପଡ଼ିଥାଏ। ଏହା ସହ ବ୍ୟକ୍ତିଙ୍କ କଥା କହିବାର ଶୈଳୀରୁ ମଧ୍ୟ ତାଙ୍କ ସ୍ୱଭାବ ବିଷୟରେ ଜାଣିହୁଏ।

ପ୍ରତ୍ୟେକ ବ୍ୟକ୍ତିଙ୍କ କଥା କହିବାର ଶୈଳୀ ଅନ୍ୟଠାରୁ ଭିନ୍ନ ହୋଇଥାଏ। ମଣିଷ ଶରୀରର ଲକ୍ଷଣ ଓ କହିବାର ଶୈଳୀକୁ ନେଇ ସମୁଦ୍ର ଶାସ୍ତ୍ରରେ ଅନେକ କଥା କୁହାଯାଇଛି। ଆସନ୍ତୁ ଜାଣିବା, କଥା କହିବାର ଶୈଳୀକୁ ନେଇ ବ୍ୟକ୍ତିଙ୍କ ସ୍ୱଭାବ ବିଷୟରେ ସମୁଦ୍ର ଶାସ୍ତ୍ରରେ କ’ଣ କୁହାଯାଇଛି।

୧. ଉଚ୍ଚ ସ୍ୱରରେ କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, ଉଚ୍ଚ ସ୍ୱରରେ କଥା କହୁଥିବା ବ୍ୟକ୍ତି ଅନ୍ୟମାନଙ୍କ ଧ୍ୟାନ ନିଜ ଆଡ଼କୁ ଆକର୍ଷଣ କରିବାକୁ ଚାହିଁଥା’ନ୍ତି। ଏହା ସହ ଏମାନେ ନିଜର ଅଳ୍ପ ଜ୍ଞାନକୁ ଅନ୍ୟ ଉପରେ ଲଦି ଦେବାକୁ ଚେଷ୍ଟା କରନ୍ତି। ଏପରି ଲୋକ ଅନ୍ୟ ଲୋକଙ୍କ କଥା ଶୁଣିବା ପାଇଁ ପସନ୍ଦ କରି ନ ଥା’ନ୍ତି।

୨. ଶୀଘ୍ର ଶୀଘ୍ର କଥା କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, କିଛି ଲୋକ ଏତେ ବେଗରେ କଥା କୁହନ୍ତି ଯେ, ତାଙ୍କ କଥା ଅନ୍ୟମାନେ ବୁଝି ପାରି ନ ଥା’ନ୍ତି। ଏପରି ଜାତକଧାରୀ ବ୍ୟକ୍ତି କୌଣସି କଥା ଲୁଚାଇ ରଖିପାରନ୍ତି ନାହିଁ। ଏହା ସହ କୌଣସି କଥାକୁ ସ୍ପଷ୍ଟ କରିବା ପାଇଁ ଏମାନଙ୍କ ପାଖରେ ସାହସ ନ ଥାଏ। ଏମାନେ ବିଶ୍ୱାସଘାତକ ସ୍ୱଭାବର ହୋଇଥା’ନ୍ତି।

୩. କର୍କଶ ସ୍ୱରରେ କହୁଥିବା ବ୍ୟକ୍ତି
କିଛି ଲୋକ ଯେବେ କଥା କୁହନ୍ତି, ତାହା ଶ୍ରୁତି ମଧୁର ହୋଇ ନ ଥାଏ। ତାଙ୍କ କଥାରେ କର୍କଶତା ରହିଥାଏ। କୁହାଯାଏ, ଏପରି ବ୍ୟକ୍ତି ଝଗଡ଼ା କରିବା ସ୍ୱଭାବର, ଦୁଃଖୀ ଓ ଲକ୍ଷ୍ୟହୀନ ହୋଇଥା’ନ୍ତି। ଏମାନଙ୍କର ସ୍ୱଭାବ ସିଂହ ପରି ହୋଇଥାଏ। ଏମାନେ ବିଦ୍ୱାନ୍‌, ଜ୍ଞାନୀ ଓ ଅଧ୍ୟୟନ କରୁଥିବା ବ୍ୟକ୍ତି ହୋଇଥା’ନ୍ତି।

୪. ଧୀରେ କଥା କହୁଥିବା ବ୍ୟକ୍ତି
ସମୁଦ୍ର ଶାସ୍ତ୍ର ଅନୁସାରେ, ଧୀରେ କଥା କହୁଥିବା ବ୍ୟକ୍ତି ଅଜ୍ଞାନ, ସଙ୍କୁଚିତ ବୁଦ୍ଧି, ଧୂର୍ତ୍ତ, କାମଚୋର ଓ ଅସଫଳ ହୋଇଥା’ନ୍ତି।

ତେବେ ଗମ୍ଭୀର ଓ ସନ୍ତୁଳିତ ସ୍ୱରରେ କଥା କହୁଥିବା ବ୍ୟକ୍ତି ହିଁ ଜୀବନରେ ଉଚ୍ଚ ସ୍ଥାନରେ ରହିଥା’ନ୍ତି ବୋଲି ସମୁଦ୍ର ଶାସ୍ତ୍ରରେ କୁହାଯାଇଛି। ଏହା ସହିତ ଏମାନେ ସମାଜ ସେବା କାମରେ ଭାଗ ନେଇଥା’ନ୍ତି।



from Odisha Reporter http://bit.ly/2B0Sazo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages