୩୮ ଓଭରରେ ଅଲ୍‌ ଆଉଟ୍‌ ହୋଇଗଲା ନ୍ୟୁଜିଲ୍ୟାଣ୍ଡ ଟିମ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 22, 2019

୩୮ ଓଭରରେ ଅଲ୍‌ ଆଉଟ୍‌ ହୋଇଗଲା ନ୍ୟୁଜିଲ୍ୟାଣ୍ଡ ଟିମ୍‌

ନାପିଅର: ଭାରତ-ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆଜିଠାରୁ ଦିନିକିଆ ସିରିଜ୍‌ ଆରମ୍ଭ ହୋଇଛି। ନାପିଅରରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ତେବେ ଅଧିନାୟକ କେନ୍‌ ୱିଲିମସନ୍‌ଙ୍କ ଏହି ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରିଛନ୍ତି ଭାରତୀୟ ବୋଲର୍‌ ମହମ୍ମଦ ଶାମି ଏବଂ କୁଲଦୀପ ଯାଦବ। ଏହି ଦୁଇ ଭାରତୀୟ ବୋଲର୍‌ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇନପାରି ନ୍ୟୁଜିଲ୍ୟାଣ୍ଡ ଟିମ୍‌ ୩୮ ଓଭରରେ ମାତ୍ର ୧୫୭ ରନ୍‌ କରି ଅଲ୍‌ ଆଉଟ୍‌ ହୋଇଯାଇଛି।

ଦଳ ପକ୍ଷରୁ ଅଧିନାୟକ ୱିଲିମସନ୍‌ ସର୍ବାଧିକ ୬୪ ରନ୍‌ କରିଛନ୍ତି। ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ। ୫, ୮, ୧୧, ୧୨, ୧୪- ଏଭଳି ରନ୍ କରି ଘରୋଇ ଟିମ୍‌ର ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯାଇଥିଲେ। ୱିଲିମ୍‌ସନ୍‌ଙ୍କ ପରେ ରସ୍ ଟେଲର ସର୍ବାଧିକ ୨୪ ରନ୍ କରିଥିଲେ।

ଶାମି ୬ ଓଭର ବୋଲିଂ କରି ୧୯ ରନ୍‌ ବ୍ୟୟରେ ୩ଟି ୱିକେଟ୍‌ ନେଇଛନ୍ତି। ସେ ଦୁଇ ଓପ୍‌ନର ମାର୍ଟିନ୍‌ ଗପ୍ଟିଲ୍ ଏବଂ କଲିନ୍‌ ମନରୋ କ୍ଲିନ୍‌ ବୋଲ୍ଡ କରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଦେଇଥିଲେ।

ଏହାପରେ କୁଲଦୀପଙ୍କ ଯାଦୁ ଦେଖିବାକୁ ମିଳିଥିଲା। ସେ ୧୦ ଓଭରରେ ୩୯ ରନ୍‌ ଦେଇ ୪ଟି ୱିକେଟ୍‌ ଅକ୍ତିଆର କରିଥିଲେ। ସେହିପରି ୟୁଜବେନ୍ଦର ଚହଲ ୨ଟି ଏବଂ କେଦାର ଯାଦବ ଗୋଟିଏ ୱିକେଟ୍‌ ନେଇଥିଲେ। ଭୁବନେଶ୍ୱର କୁମାର ଏବଂ ବିଜୟ ଶଙ୍କର ଭଲ ବୋଲିଂ କରିଥିଲେ ମଧ୍ୟ କୌଣସି ସଫଳତା ପାଇନଥିଲେ।

ନ୍ୟୁଜିଲ୍ୟାଣ୍ଡ୍ ଅଲ୍‌ ଆଉଟ୍ ହେବା ପରେ ଭାରତ ବ୍ୟାଟିଂ ଆରମ୍ଭ କରିଛି।



from Odisha Reporter http://bit.ly/2FHFGkf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages