କୁମ୍ଭମେଳାରେ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 21, 2019

କୁମ୍ଭମେଳାରେ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ!

ପ୍ରୟାଗରାଜ/ଆହ୍ଲାବାଦ: କୁମ୍ଭମେଳା ସମୟରେ ସାଧାରଣ ଜୀବନରୁ ଅବ୍ୟାହତି ନେଇ ୫ ହଜାରରୁ ଅଧିକ ଲୋକ ସନ୍ୟାସୀ ହେବେ। ଜୀବନର ଭୋଗବିଳାସକୁ ଛାଡ଼ି ଏହି ବ୍ୟକ୍ତିମାନେ ସନ୍ୟାସୀ ହେବାକୁ ଚାହୁଁଥିବା ବିଭିନ୍ନ ଆଖଡ଼ାରେ ନିଜର ନାଁ ପଞ୍ଜିକୃତ କରିଛନ୍ତି।

ଗଙ୍ଗା ନଦୀ କୂଳରେ ବିଭିନ୍ନ ଆଖଡ଼ା ତରଫରୁ ଆୟୋଜନ ହେଉଥିବା କାର୍ଯ୍ୟକ୍ରମ ଜରିଆରେ ଏମାନେ ସନ୍ୟାସୀ ହେବେ।

୧୩ଟି ଆଖଡ଼ା ପକ୍ଷରୁ ଯେଉଁମାନେ ସନ୍ୟାସୀ ହେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି।

ଆଖଡ଼ାଗୁଡ଼ିକ ପକ୍ଷରୁ ଫେବୃଆରୀ ୪ ମଉନୀ ଅମାବ୍ୟାସାରେ କରାଯାଉଥିବା ଦ୍ୱିତୀୟ ଶାହି ସ୍ନାନ ଓ ଫେବୃଆରୀ ୧୦ରେ ପଡ଼ୁଥିବା ବସନ୍ତ ପଞ୍ଜମୀରେ ହେବାକୁ ଥିବା ଶେଷ ସ୍ନାନ ସମୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରାଯାଇ ଲୋକଙ୍କୁ ସନ୍ୟାସୀ କରାଯିବ। ଏମାନଙ୍କୁ ଆଖଡ଼ା ପକ୍ଷରୁ ନିଯୁକ୍ତ ଗୁରୁମାନେ ସନ୍ୟାସୀ ଭାବେ ଦୀକ୍ଷିତ କରିବେ।



from Odisha Reporter http://bit.ly/2R0hv1D

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages