ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆସିଲା ନୂଆବର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

ନୂଆ ଆଶା ଓ ନୂଆ ସମ୍ଭାବନା ନେଇ ଆସିଲା ନୂଆବର୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୂଅ ଆଶା ଓ ନୂଆ ସମ୍ଭାବନା ନେଇ ଆସିଛି ୨୦୧୯। ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ସବୁଠି ଉତ୍ସାହ ଓ ଉତ୍ସବର ପରିବେଶ। କିଏ ମନ୍ଦିର ଯାଇ ଠାକୁରଙ୍କ ଆଶିଷ ଭିକ୍ଷା କରିଛି ତ ପୁଣି କିଏ ପର୍ଯ୍ୟଟନସ୍ଥଳୀକୁ ପରିବାର ଓ ସାଙ୍ଗସାଥୀଙ୍କ ଗହଣରେ ଯାଇ ବଣଭୋଜିର ମଜା ଉଠାଇଛି।

ବର୍ଷର ପ୍ରଥମ ସୂର୍ଯ୍ୟୋଦୟ। ତରଙ୍ଗାୟିତ ଜଳରାଶିରେ ଦୋଳାୟମାନ ଭଙ୍ଗିରେ ସତେ ଯେମିତି ଦେଉଛି ନୂଆ ଆଶା ଓ ନୂଆ ସମ୍ଭାବନାର ସନ୍ଦେଶ। ତେଣେ ନୂଆବର୍ଷର ପ୍ରଥମ ଦିନର ଏହି ସୁନ୍ଦର ମୁହୂର୍ତ୍ତକୁ ସ୍ୱାଗତ କରିବା ପାଇଁ ପୁରୀ ବେଳାଭୂମି ସାଙ୍ଗକୁ ଚନ୍ଦ୍ରଭାଗା ସମୁଦ୍ର କୂଳରେ ଆଜି ଭୋରରୁ ପର୍ଯ୍ୟଟକଙ୍କ ପ୍ରବଳ ସମାଗମ ହୋଇଥିଲା। ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ସାରି ସମସ୍ତେ ମନ୍ଦିର ମୁହାଁ ହୋଇଥିଲେ। ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଥିଲେ। ବ୍ୟାରିକେଡରେ ସିଂହଦ୍ୱାର ଦେଇ ଭକ୍ତମାନେ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିଲେ। ନୀତିକାନ୍ତି ଶୃଙ୍ଖଳିତ ଚାଲିଥିବାରୁ କାଳିଆ ଠାକୁରଙ୍କୁ ଦର୍ଶନ କରି ଅନ୍ୟ ୩ ଦ୍ୱାର ବାଟେ ପ୍ରସ୍ଥାନ କରିଥିଲେ ଭକ୍ତ।

ନୂଆବର୍ଷ ପାଇଁ କୋଣାର୍କରେ ଲକ୍ଷାଧିକ ଦେଶୀ ଓ ବିଦେଶୀ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ପର୍ଯ୍ୟଟକମାନେ ବ୍ଲାକ୍‌ ପାଗୋଡ଼ାର ସୌନ୍ଦର୍ଯ୍ୟକୁ ମନୋଭରି ଉପଭୋଗ କରିଥିଲେ।

ସେହିପରି ନୂଆବର୍ଷ ଅବସରରେ ପ୍ରଭୁ ଲିଙ୍ଗରାଜ, ଆରଡ଼ିର ବାବା ଆଖଣ୍ଡଳମଣି, କଟକର ଅଧିଷ୍ଠାତ୍ରୀ ଦେବୀ କଟକଚଣ୍ଡୀ, ବ୍ରହ୍ମପୁରର ବୁଢ଼ୀ ଠାକୁରାଣୀ, ସମ୍ବଲପୁରର ଅଧିଷ୍ଠାତ୍ରୀଦେବୀ ମା ସମଲେଶ୍ୱରୀ ଓ ଚିଲିକାର କାଳିଜାଈ ପୀଠରେ ମଧ୍ୟ ଭକ୍ତଙ୍କର ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।

ସେହିଭଳି ନୂଆବର୍ଷକୁ ଅଧିକ ରଙ୍ଗିନ କରିବା ପାଇଁ ରାଜ୍ୟର ସମସ୍ତ ଛୋଟବଡ଼ ପିକ୍‌ନିକ୍ ସ୍ପଟ୍‌ରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା। ସୁନ୍ଦରଗଡ଼ ଜିଲ୍ଲାର ଖଣ୍ଡାଧାର ଜଳପ୍ରପାତର ସୌନ୍ଦର୍ଯ୍ୟ ଉପଭୋଗ କରିବା ସହ ବଣଭୋଜିର ମଜା ଉଠାଇଥିଲେ ପର୍ଯ୍ୟଟକ। ପୁରୀ-କୋଣାର୍କ ବେଳାଭୂମିର ରାମଚଣ୍ଡୀ ପୀଠରେ ବି ଲାଗିଥିଲା ଗହଳି। ତା’ସହ ବାଲେଶ୍ୱର ଜିଲ୍ଲାର ଚାନ୍ଦିପୁର ବେଳାଭୂମୀ ହେଉ କି ଚିଲିକାର ବିସ୍ତୀର୍ଣ୍ଣ ଜଳରାଶୀ ସବୁଠି ମଜା ଉଠାଉଛନ୍ତି ପର୍ଯ୍ୟଟକ। ସେହିପରି ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବି ନୂଆବର୍ଷରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଆଗମନ ହୋଇଛି।



from Odisha Reporter http://bit.ly/2AjBYsT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages