୪ର୍ଥ ଟେଷ୍ଟରେ ୭୬ ବର୍ଷର ରେକର୍ଡ ଭାଙ୍ଗିବାକୁ ବିରାଟଙ୍କ ପାଖରେ ସୁଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 1, 2019

୪ର୍ଥ ଟେଷ୍ଟରେ ୭୬ ବର୍ଷର ରେକର୍ଡ ଭାଙ୍ଗିବାକୁ ବିରାଟଙ୍କ ପାଖରେ ସୁଯୋଗ

ସିଡ୍‌ନୀ: ଅଷ୍ଟ୍ରେଲିଆକୁ ଐତିହାସିକ ମେଲବର୍ଣ୍ଣ ପଡ଼ିଆରେ ମାତ ଦେଇ ଟିମ୍‌ ଇଣ୍ଡିଆ ଏବେ ୪ଟିକିଆ ଟେଷ୍ଟ୍‌ ସିରିଜ୍‌ରେ ୨-୧ରେ ଆଗୁଆ ହୋଇଯାଇଛି। ୪ର୍ଥ ତଥା ସିରିଜ୍‌ର ଅନ୍ତିମ ମ୍ୟାଚ୍‌ଟି ଜାନୁଆରୀ ୩ରେ ଶୁଷ୍କ ଓ ମନ୍ଥର ସିଡନୀ ଗ୍ରାଉଣ୍ଡରେ ଆରମ୍ଭ ହେବ। ତେବେ ଏହି ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ତଥା ଅଧିନାୟକ ବିରାଟ୍‌ କୋହଲି ୭୬ ବର୍ଷର ରେକର୍ଡ ଭାଙ୍ଗିବାର ସୁଯୋଗ ପାଇବେ।

ଯଦି ଟିମ୍‌ ଇଣ୍ଡିଆ ୩-୧ରେ ସିରିଜ୍‌ ଜିତିବ, ତା’ହେଲେ ବିରାଟ୍‌ ଭାରତୀୟ ଟେଷ୍ଟ କ୍ରିକେଟ୍‌ର ପ୍ରଥମ ଅଧିନାୟକ ହେବ, ଯିଏ ବିଦେଶର ଦୁଇଟି ସିରିଜ୍‌ରେ ୩ଟି ଲେଖାଏ ମ୍ୟାଚ୍‌ ଜିତିବାର ରେକର୍ଡ ସୃଷ୍ଟି କରିବେ। ୨୦୧୭ରେ ବିରାଟ୍‌ଙ୍କ ଟିମ୍‌ ଇଣ୍ଡିଆ ଶ୍ରୀଲଙ୍କା ମାଟିରେ ୩-୦ରେ ଟେଷ୍ଟ ସିରିଜ୍‌ ଜିତିଥିଲା। ଭାରତ ୧୯୩୨ରୁ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ଖେଳିଥିଲା। ସେବେଠାରୁ କେବେ ହେଲେ ଏଭଳି ରେକର୍ଡ କରିପାରି ନାହିଁ।

ସେହିପରି ବିରାଟ୍‌ ଭାରତର ଦ୍ୱିତୀୟ ଅଧିନାୟକ ଭାବେ ଏସିଆ ମହାଦେଶ ବାହାରେ ୩-୧ରେ ସିରିଜ୍‌ ଜିତିବାର ରେକର୍ଡ କରିପାରିବେ। ଶେଷଥର ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ମନସୁର ଅଲ୍ଲୀ ଖାନ୍‌ ପତୌଦି ୧୯୬୭-୬୮ରେ ନ୍ୟୁଜିଲ୍ୟାଣ୍ଡକୁ ୩-୧ରେ ହରାଇବାର ଗୌରବ ହାସଲ କରିଥିଲେ।

ବିରାଟ୍‌ ୪ର୍ଥ ଟେଷ୍ଟ ଜିତିଲେ ସୌରଭ ଗାଙ୍ଗୁଲିଙ୍କୁ ପଛରେ ପକାଇ ଦେବେ। ବିଦେଶ ମାଟିରେ ବିରାଟ୍‌ ଓ ଗାଙ୍ଗୁଲି ୧୧ଟି ଲେଖାଏ ଟେଷ୍ଟ ଜିତିଛନ୍ତି। ବିରାଟ୍‌ ବିଜୟ ସଂଖ୍ୟା ୧୨ରେ ପହଞ୍ଚାଇବାର ସୁଯୋଗ ପାଇବେ। ସେହିପରି ବିରାଟ୍‌ ୩-୧ରେ ଅଷ୍ଟ୍ରେଲିଆକୁ ହରାଇଲେ ଏସିଆ ମହାଦେଶର ପ୍ରଥମ ଅଧିନାୟକ ଭାବେ ଏପରି ରେକର୍ଡ କରିବେ। କାରଣ ଅଷ୍ଟ୍ରେଲିଆ ମାଟିରେ ବିଶେନ ସିଂହ ବେଦୀ ଓ ପାକିସ୍ତାନର ମୁସ୍ତାକ ମହମ୍ମଦ ୨ଟି ଲେଖାଏ ଟେଷ୍ଟ ଜିତିଛନ୍ତି। ତେଣୁ ୪ର୍ଥ ଟେଷ୍ଟରେ ଏକାଧିକ ରେକର୍ଡ କରିବାକୁ ବିରାଟ୍‌ ପାଖରେ ସୁଯୋଗ ରହିଛି।



from Odisha Reporter http://bit.ly/2Aq1wV7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages