ପ୍ରିୟଙ୍କା ଗାନ୍ଧୀଙ୍କୁ ସନ୍ନି ଲିଓନିଙ୍କ ସହିତ ତୁଳନା କଲେ ଏହି ଅଭିନେତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ପ୍ରିୟଙ୍କା ଗାନ୍ଧୀଙ୍କୁ ସନ୍ନି ଲିଓନିଙ୍କ ସହିତ ତୁଳନା କଲେ ଏହି ଅଭିନେତ୍ରୀ

ମୁମ୍ୱାଇ (ଓଡ଼ିଶା ରିପୋର୍ଟର): ପ୍ରିୟଙ୍କା ଗାନ୍ଧୀ ସକ୍ରିୟ ଭାବେ ରାଜନୀତିକୁ ଆସିବେ ବୋଲି ଘୋଷଣା ହୋଇସାରିଛି। କଂଗ୍ରେସ ପାର୍ଟି, ୨୦୧୯ ଲୋକସଭା ନିର୍ବାଚନରେ ତାଙ୍କୁ ପୂର୍ବ ଉତ୍ତର ପ୍ରଦେଶର ଦାୟିତ୍ୱ ଦେଇଛି। ଏହି ଘୋଷଣା ପରେ ସାରା ଦେଶରେ କଂଗ୍ରେସର ଭବିଷ୍ୟତକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

ଏଥିସହିତ ସୋଶାଲ ମିଡିଆରେ ମଧ୍ୟ ଏହାକୁ ନେଇ ତର୍କବିତର୍କ ଆରମ୍ଭ ହୋଇଛି। ଏହି କ୍ରମରେ ଅଭିନେତ୍ରୀ ପାୟଲ୍‌ ରୋହତୋଗୀ ପ୍ରିୟଙ୍କାଙ୍କ ବିଷୟରେ ସୋଶାଲ ମିଡିଆରେ ଯାହା ଲେଖିଛନ୍ତି, ତାହାକୁ ନେଇ ଏବେ ଝଡ଼ ସୃଷ୍ଟି ହୋଇଛି।

ପାୟଲଙ୍କର ‘ପାୟଲ୍‌ ରୋହତଗୀ ଆଣ୍ଡ୍‌ ଟିମ୍‌’ ନାମରେ ଏକ ଟ୍ୱିଟର୍‌ ଆକାଉଣ୍ଟ୍‌ ରହିଛି। ସେହି ଆକାଉଣ୍ଟ୍‌ରୁ ଟ୍ୱିଟ୍‌ କରାଯାଇଛି ଯେ- “ଲୋକ କହୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ହେବା ପାଇଁ ଇନ୍ଦିରା ଗାନ୍ଧୀ, ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କର ହତ୍ୟା କରିଥିଲେ। ଆହୁରି ମଧ୍ୟ ଇନ୍ଦିରା ତାଙ୍କ ପୁଅ ସଞ୍ଜୟ ଗାନ୍ଧୀଙ୍କୁ ହତ୍ୟା କରିଥିଲେ। ଲୋକଙ୍କ ଅନୁସାରେ ଇନ୍ଦିରା ଜଣେ ଏକଚ୍ଛତ୍ରବାଦୀ ଶାସକ ଥିଲେ।”

ଏହି ଟୁଇଟ୍‌ ଜରିଆରେ ରହତୋଗୀ ପ୍ରଶ୍ନ କରିଛନ୍ତି- “କ’ଣ ଆମେ ପୁଣି ଦ୍ୱିତୀୟ ହତ୍ୟାକାରୀ, ଏକଚ୍ଛତ୍ରବାଦୀ କିମ୍ୱା ସ୍ୱେଚ୍ଛାଚାରୀ ଶାସକ ଚାହୁଁଛେ କି? ରକ୍ତ ଏବଂ ଏକା ପରି ଦେଖା ଯାଉଥିବା ମୁହଁ ସବୁବେଳେ ସମାନ ଚରିତ୍ରର ହୋଇଥାନ୍ତି ।”

ପାୟଲ୍‌ଙ୍କର ଏହି ମନ୍ତବ୍ୟକୁ ସୋଶାଲ ମିଡିଆରେ କଡ଼ା ବିରୋଧ କରାଯାଇଛି। ଏହା ଆପତ୍ତିଜନକ ଓ ଭିତ୍ତିହୀନ ବୋଲି କୁହାଯିବା ସହିତ କେତେକ ତାଙ୍କୁ କଡା ଭାଷାରେ ଗାଳିଗୁଲଜ କରିଛନ୍ତି। ପାୟଲ ମଧ୍ୟ ସେ ସବୁର ଜବାବ ଦେଇଛନ୍ତି ଅତି ଖରାପ ଭାଷାରେ। ଗୋଟିଏ ଜାଗାରେ ସେ ପ୍ରିୟଙ୍କାଙ୍କୁ ପର୍ଣ୍ଣଷ୍ଟାର୍‌ ସନ୍ନି ଲିଓନିଙ୍କ ସହ ମଧ୍ୟ ତୁଳନା କରିବାକୁ ପଛାଇ ନାହାଁନ୍ତି।

ପାୟଲ୍‌ ଲେଖିଛନ୍ତି- “ସନ୍ନି ଲିଓନି ଓ ପ୍ରିୟଙ୍କା ଗାନ୍ଧୀ ଏକସଙ୍ଗରେ ନିର୍ବାଚନ ଲଢ଼ିବା ଉଚିତ୍‌। କାରଣ, ସନ୍ନି ବକ୍ସଅଫିସ୍‌ରେ ‘ବେଡ୍‌ରୁମ୍‌ ଷ୍ଟୋରୀ’ ପାଇଁ ଲୋକପ୍ରିୟ। ପ୍ରିୟଙ୍କା ଓ ସନ୍ନି ଦୁହେଁ ମିଶି ତାଙ୍କ ସ୍ୱାମୀଙ୍କର ପ୍ରମୋସନ୍‌ କରିବେ। ଗୋଟିଏପଟେ ରବର୍ଟ ଭଦ୍ରା ଓ ଅନ୍ୟପଟେ ଡାନିଏଲ୍‌ ୱେବର୍‌। ସେମିତିରେ ବି ଭାରତୀୟଙ୍କୁ ଗୋରା ଚମଡ଼ା ଭଲ ଲାଗିଥାଏ ଏବଂ ମାଗଣାରେ ସେକ୍ସ ଜ୍ଞାନ ମଧ୍ୟ ମିଳିବ ବୋଲି ଆଶା।”


ପ୍ରିୟଙ୍କାଙ୍କୁ ନେଇ ଏପରି ଖରାପ ଟୁଇଟ୍ ଦେଖି କେତେକ ଆଶଙ୍କା କରୁଛନ୍ତି ଯେ, ହୁଏତ ଏହି ଟ୍ୱିଟର୍‌ ହ୍ୟାଣ୍ଡଲ ସତରେ ପାୟଲ୍‌ ରୋହତଗୀଙ୍କର ନା ଏହାକୁ ଅନ୍ୟକେହି ଅପରେଟ୍‌ କରୁଛି। ବର୍ତ୍ତମାନ ସୁଦ୍ଧା ଏ ସଂପର୍କରେ କିଛି ସ୍ପଷ୍ଟ ଜଣାପଡ଼ିନାହିଁ। କିନ୍ତୁ ପାୟଲ୍‌ ସୋଶାଲ ମିଡିଆରେ ଯାହା ଲେଖିଛନ୍ତି, ତାହା ଅତ୍ୟନ୍ତ ବିବାଦୀୟ। ଏହି ହ୍ୟାଣ୍ଡଲ୍‌ଟି ‘ପାୟଲ୍‌ ରୋହତଗୀ ଆଣ୍ଡ୍‌ ଟିମ୍‌’ ନାମରେ ଏକ ଭେରିଫାଏଡ୍‌ ଆକାଉଣ୍ଟ।

ସୂଚନାଯୋଗ୍ୟ ଯେ, ପାୟଲ ହେଉଛନ୍ତି ଗୁଜରାଟର ଜଣେ ଇଲେକ୍ଟ୍ରୋନିକ୍ ଇଂଜିନିୟର। ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିବା ପାୟଲ ବିଭିନ୍ନ ଟିଭି ସିରିଆଲ୍ ଏବଂ କିଛି ବଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି। ତେବେ ୨୦୦୮ରେ ସେ ବିଗ୍‌ବସ୍‌ରେ ଅଂଶଗ୍ରହଣକାରୀ ଥିଲେ ଓ ଏଥିପାଇଁ ଚର୍ଚ୍ଚାକୁ ଆସିଥିଲେ।

 



from Odisha Reporter http://bit.ly/2DzJUs5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages