
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ସ୍ଥିତ ପଟିଆ ବିଗ୍ ବଜାର ଛକରୁ ୬୦ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଛି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ। କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ ଚଢ଼ଉ କରି ଏହି ବ୍ରାଉନ ସୁଗର ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଜଣେ ବିଟେକ୍ ଛାତ୍ର। ତାଙ୍କ ଘର ଜଗତସିଂହପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ସେ ଭୁବନେଶ୍ୱରର ଏକ ଘରୋଇ କଲେଜରେ ପାଠ ପଢନ୍ତି।
ପଟିଆ ଅଞ୍ଚଳରେ କେତେଜଣ କଲେଜ ଛାତ୍ର ବ୍ରାଉନ ସୁଗର ବିକ୍ରି କରୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି କଟକ ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ ଚଢ଼ଉ କରିଥିଲା। ଧରା ପଡ଼ିବା ସମୟରେ ଛାତ୍ର ଜଣଙ୍କ ବାଇକ୍ରେ ବ୍ରାଉନ୍ସୁଗର ରଖି ବିକ୍ରି କରୁଥିଲା। ଅବକାରୀ ବିଭାଗ ତାକୁ କାବୁ କରିନେଇଥିଲା।
ସୂଚନାଯୋଗ୍ୟ, ଗତ ୨୨ ତାରିଖରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଝାଡ଼େଶ୍ୱରପୁର ବସ୍ତିରୁ ୨୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଥିଲା। ଏହି ମାମଲାରେ ଜଣକୁ ଗିରଫ କରାଯାଇଥିଲା।
from Odisha Reporter http://bit.ly/2UdTndT
No comments:
Post a Comment