ମାତ୍ର ୩୩୨ ମିଟର ରାସ୍ତା ପାଇଁ ସମ୍ପୂର୍ଣ୍ଣ ହୋଇପାରୁନି ବିଜୟୱାଡ଼ା-ରାଞ୍ଚି କରିଡର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ମାତ୍ର ୩୩୨ ମିଟର ରାସ୍ତା ପାଇଁ ସମ୍ପୂର୍ଣ୍ଣ ହୋଇପାରୁନି ବିଜୟୱାଡ଼ା-ରାଞ୍ଚି କରିଡର୍

ମାଲକାନଗିରି (ଜିତେନ୍ଦ୍ର ବେଉରା): ପ୍ରଶାସନିକ ଉଦାସୀନତା ପାଇଁ ସଂଯୋଗ ହୋଇପାରୁନି ବିଜୟୱାଡା-ରାଞ୍ଚି କରିଡର୍। ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେତୁ କାମ ସରିଥିବାବେଳେ ଓଡ଼ିଶା ପକ୍ଷରୁ ୩୩୨ ମିଟର ରାସ୍ତା କାମ ସଂପୂର୍ଣ୍ଣ କରାଯାଉନଥିବାରୁ ଏପରି ସମସ୍ୟା ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ଫଳରେ ଅଳ୍ପ କିଛି ବାଟ ପାଇଁ ଲୋକଙ୍କୁ ବୁଲିବାକୁ ପଡୁଛି ମାଇଲ୍ ମାଇଲ୍ ବାଟ।

ନକ୍ସଲ ପ୍ରବଣ ଜିଲ୍ଲାର ଉନ୍ନତି ଓ ଉପଯୁକ୍ତ ଯୋଗାଯୋଗ ବ୍ୟବସ୍ଥା ସହ ମାଓ ଦମନ ପାଇଁ ମାଲକାନଗିରିରେ ତିଆରି ହୋଇଥିଲା ବିଜୟୱାଡା-ରାଞ୍ଚି କରିଡର୍‌। ହେଲେ ରାସ୍ତାର ପ୍ରଶସ୍ତିକରଣ କାମରେ ବାଧକ ସାଜିଥିଲା ମୋଟୁ ନିକଟସ୍ଥ ସିଲେରୁ ନଦୀର ପୋଲ। ନକ୍ସଲଙ୍କ ବିରୋଧ ଯୋଗୁ ଦୀର୍ଘଦିନ ହେଲା ଏହି ସେତୁ କାମ ଆଗେଇ ପାରୁନଥିଲା। ମାତ୍ର ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏବେ ସେତୁ କାମ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ହେଲେ ଓଡ଼ିଶା ପକ୍ଷରୁ ସଂଯୋଗୀକରଣ ପାଇଁ ୩୩୨ ମିଟର ରାସ୍ତା କାମ କରାଯାଉନଥିବା ଅଭିଯୋଗ ହୋଇଛି। ଫଳରେ ଲୋକଙ୍କୁ ୩୩୨ ମିଟର ପରିବର୍ତ୍ତେ ବୁଲିବାକୁ ପଡ଼ୁଛି ମାଇଲ୍ ମାଇଲ ବାଟ। ନଚେତ୍ ଡଙ୍ଗାରେ ପାର୍ ହେଉଛନ୍ତି ଯାତ୍ରୀ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।

ଏହି କରିଡର୍‌ ଝାରଖଣ୍ଡର ରାଞ୍ଚିଠାରୁ ଓଡ଼ିଶା ଦେଇ ଆନ୍ଧ୍ରର ବିଜୟୱାଡାକୁ ସଂଯୋଗ କରିବ। ତେବେ ରାସ୍ତା କାମରେ ପ୍ରଶାସନର ମନ୍ଥର ଗତି ଯୋଗୁ ଏହାକୁ ତ୍ୱରାନ୍ୱିତ କରିବାକୁ ଦାବି ହୋଇଛି। ଅନ୍ୟପଟେ ୬ ମାସ ଭିତରେ କାମ ସାରିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ଅଯୋଧ୍ୟାକାନ୍ତ ଶତପଥୀ।

ବିଜୟୱାଡା-ରାଞ୍ଚି କରିଡର୍ ଝାରଖଣ୍ଡର ରାଞ୍ଚିଠାରୁ ଆରମ୍ଭ ହୋଇ ଓଡ଼ିଶା ଦେଇ ଆନ୍ଧ୍ରର ବିଜୟୱାଡାକୁ ସଂଯୋଗ କରିବ। ମୋଟ ୧୬୩୨ କିଲୋମିଟର ରାସ୍ତା ଥିବା ବେଳେ ଓଡ଼ିଶାରେ ସର୍ବାଧିକ ୧୨୧୯ କିଲୋମିଟର, ଝାରଖଣ୍ଡରେ ୧୭୭ କିଲୋମିଟର ଓ ଆନ୍ଧ୍ରରେ ୨୩୬ କିଲୋମିଟର ରାସ୍ତା ରହିଛି। ଓଡ଼ିଶାର ମୟୂରଭଞ୍ଜଠାରୁ ଆରମ୍ଭ ହୋଇ ଏହି କରିଡର ୧୨ଟି ଜିଲ୍ଲାକୁ ସଂଯୋଗ କରି ମାଲକାନଗିରି ପର୍ଯ୍ୟନ୍ତ ଯିବ। ଏହାର ବ୍ୟୟ ଅଟକଳ ୧୮୦୫ .୯ କୋଟି ଥିବା ବେଳେ ଅଧିକାଂଶ ଟଙ୍କା କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି। ଏହି ରାସ୍ତା ଦୁଇ ଲେନ ବିଶିଷ୍ଟ ହେବା ସହ ଏହାର ଓସାର ରହିଛି ୭ ମିଟର। କରିଡରର ପ୍ରାୟ ସମସ୍ତ କାର୍ଯ୍ୟ ଶେଷ ହୋଇଥିବା ବେଳେ ମାତ୍ର ୩୩୨ ମିଟର ରାସ୍ତାକୁ ପୂର୍ବରୁ ପ୍ରଶାସନ ଗୁରୁତ୍ୱର ସହ ନନେବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।



from Odisha Reporter http://bit.ly/2CSP0iv

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages