ପ୍ରତ୍ୟର୍ପଣ ହେବେ କ୍ରିକେଟ ବୁକି ସଞ୍ଜୀବ କୁମାର ଚାୱଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 7, 2019

ପ୍ରତ୍ୟର୍ପଣ ହେବେ କ୍ରିକେଟ ବୁକି ସଞ୍ଜୀବ କୁମାର ଚାୱଲା

ଲଣ୍ଡନ: ଭାରତ ସରକାରଙ୍କୁ ପୁଣି ସଫଳତା ମିଳିଛି। ପୂର୍ବରୁ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି ଘଟଣାରେ ଦୁବାଇରୁ ଭାରତକୁ ପ୍ରତ୍ୟର୍ପଣ ହୋଇଥିବା ଖ୍ରୀଷ୍ଟିୟାନ ମିଶେଲଙ୍କ ପରେ ଏବେ ଆଉ ଜଣେ ଅଭିଯୁକ୍ତ ଭାରତ ଆସିବେ ବୋଲି ଜଣାପଡ଼ିଛି।

କ୍ରକେଟ୍‌ରେ ଫିକ୍ସିଂ କରୁଥିବା ବୁକି ସଞ୍ଜୀବ କୁମାର ଚାୱଲାଙ୍କୁ ଭାରତର ବିଭିନ୍ନ ତଦନ୍ତ ଏଜେନ୍ସି ଜେରା କରିବାକୁ ଚାହୁଁଥିବା ବେଳେ ସେ ବ୍ରିଟେନରେ ଆତ୍ମଗୋପନ କରିଥିଲେ। ହେଲେ ଆଜି ବ୍ରିଟେନ୍‌ର ଏକ କୋର୍ଟ ସଞ୍ଜୀବଙ୍କୁ ଭାରତ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ଏ ସମ୍ପର୍କରେ ବିଚାର କରିବାକୁ ବ୍ରିଟେନ୍‌ର ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

୨୦୦୦ ମସିହାରେ ବହୁ ଚର୍ଚ୍ଚିତ ଦକ୍ଷିଣ ଆଫ୍ରିକା ଅଧିନାୟକ ହ୍ୟାନ୍ସି କ୍ରୋନିଏଙ୍କ ଫିକ୍ସିଂ ମାମଲା ପଛରେ ସଞ୍ଜୀବ କୁମାର ଥିଲେ। କ୍ରୋନିଏ ଓ ବୁକିଙ୍କ ମଧ୍ୟରେ ସଞ୍ଜୀବ କୁମାର ହିଁ ସୂତ୍ରଧର ସାଜିଥିଲେ। ସେ ୧୯୯୬ରେ ଲଣ୍ଡନ ପଳାଇଥିଲେ। ତାଙ୍କୁ ୨୦୧୬ ମସିହା ଜୁନ୍‌ ମାସରେ ସେଠାରେ ଗିରଫ କରାଯାଇଥିଲା।

ଭାରତୀୟ ତଦନ୍ତକାରୀ ଏଜେନ୍ସି ତାଙ୍କୁ ଜେରା କରିବାକୁ ଚାହୁଁଛି। ଫିକ୍ସିଂ ଘଟଣାରେ ଭାରତର କେଉଁ କେଉଁ ବ୍ୟକ୍ତି ସଂପୃକ୍ତ ଅଛନ୍ତି, ସେ ବିଷୟରେ ତାଙ୍କୁ ଜେରା କରାଯିବ।



from Odisha Reporter http://bit.ly/2TBsWPb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages