ଜୋମାଟା ଡେଲିଭରୀ ବୟଙ୍କୁ ମାରିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 25, 2019

ଜୋମାଟା ଡେଲିଭରୀ ବୟଙ୍କୁ ମାରିଦେଲେ

ନୂଆଦିଲ୍ଲୀ: ଅନ୍‌ଲାଇନ୍‌ ଫୁଡ୍‌ ଡେଲିଭରୀ କରୁଥିବା ସଂସ୍ଥା ଜୋମାଟାର ଜଣେ ଡେଲିଭରୀ ବୟଙ୍କୁ କିଛି ଯୁବକ ମିଳିତ ଭାବେ ଆକ୍ରମଣ କରି ହତ୍ୟା କରିଛନ୍ତି।  ଡେଲିଭରୀ ବୟ ଗୁରୁ ପ୍ରସାଦଙ୍କ ମୃତ୍ୟୁ ବୁଧବାର ରାତି ପ୍ରାୟ ୧୧.୪୫ରେ ସେଣ୍ଟ୍ରାଲ ଦିଲ୍ଲୀର କାରୋଲ ବାଗଠାରେ ହୋଇଥିବା ପୁଲିସ୍‌ କହିଛି। ତାଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି।

ବାପାନଗରରେ ରହୁଥିବା ଜଣେ ବ୍ୟକ୍ତି ପ୍ରଥମେ ଗୁରୁ ପ୍ରସାଦଙ୍କ କ୍ଷତାକ୍ଷତ ଅବସ୍ଥା ଦେଖି ତାଙ୍କୁ ହସ୍ପିଟାଲ୍‌ ନେଇଥିଲେ। ତେବେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତ ଅନୁଯାୟୀ, ଗୁରୁ ପ୍ରସାଦଙ୍କ ଶରୀରରେ ଏକାଧିକ ଛୁରୀ ଭୁସିବାର ଦାଗ ରହିଛି। ସେହିପରି ତାଙ୍କ ତଳି ପେଟ ଏବଂ ମୁଣ୍ଡକୁ ଶକ୍ତ ଆଘାତ ଦିଆଯାଇଛି।

ଗୁରୁ ପ୍ରସାଦଙ୍କ ପରିବାର ଲୋକଙ୍କ କହିବା ଅନୁଯାୟୀ, ଟଙ୍କ ରୋଡରେ ଥିବା ଜଣେ ବନ୍ଧୁଙ୍କ ଭଉଣୀଙ୍କ ବିବାହ କାର୍ଯ୍ୟକ୍ରମରେ ଯୋଗଦେବାକୁ ଗୁରୁ ପ୍ରସାଦ ଘରୁ ବାହାରିଥିଲେ। ହେଲେ ରାତିରେ ଫେରି ନଥିଲେ। କିଛି ଦିନ ତଳେ ସ୍ଥାନୀୟ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ସେମାନେ ହିଁ ଗତକାଲି ରାତିରେ ଗୁରୁ ପ୍ରସାଦଙ୍କୁ ଆକ୍ରମଣ କରି ହତ୍ୟା କରିଛନ୍ତି ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି।

ପୁଲିସ୍‌ ଏସବୁକୁ ଦୃଷ୍ଟିରେ ରଖି ତଦନ୍ତ ଆରମ୍ଭ କରିଛି।



from Odisha Reporter http://bit.ly/2UkfBex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages